Watch Video: ଟୋଲ ଗେଟ୍ କର୍ମଚାରୀଙ୍କୁ ଟ୍ରକ୍ ଆଗରେ ଠିଆ କରି ୧୦ କିମି ନେଇଗଲେ ଚାଳକ
🎬 Watch Now: Feature Video
ଅମରାବତୀ: ଦେଶରେ ସଡ଼କ ଦୁର୍ଘଟଣାରେ ଲାଗୁନି ଅଙ୍କୁଶ । ବେପରୱା ଗାଡ଼ି ଚାଳନା ଯୋଗୁଁ ପ୍ରତ୍ୟେକ ଦିନ ଅନେକ ଲୋକଙ୍କ ଜୀବନ ଯାଉଛି । ଏହା ସତ୍ତ୍ବେ ମଧ୍ୟ ସଜାଗ ହେଉନାହାନ୍ତି ଗାଡ଼ି ଚାଳକ । ଆପଣ ଦେଖୁଥିବା ଏ ଦୃଶ୍ୟଟି ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲାର । ଜଣେ ଟ୍ରକ ଚାଳକ ଟୋଲ ଗେଟ ନିୟମ ଉଲ୍ଲଂଘନ କରି ଅମାନିଆ ଭାବେ ଗାଡ଼ି ଚଳାଉଥିଲେ । ଆମାକାଟାଡୁସ୍ଥିତ ଟୋଲ ଗେଟ କର୍ମଚାରୀ ଡ୍ରାଇଭରଙ୍କୁ ଅଟକାଇବାକୁ ଯାଇ ଟ୍ରକ ସମ୍ମୁଖକୁ ଚଢ଼ିଯାଇଥିଲେ। ମାତ୍ର ସେ ତାଙ୍କୁ ଅଣଦେଖା କରି 10 କିମି ଯାଏଁ ଦ୍ରୁତ ଗତିରେ ଗାଡ଼ି ଚଳାଇଥିଲେ । ଟୋଲ ଗେଟର ଅନ୍ୟ କର୍ମଚାରୀମାନେ ପୋଲିସକୁ ଖବର ଦେବା ପରେ ଉକ୍ତ କର୍ମଚାରୀ ଜଣକ ଉଦ୍ଧାର ହୋଇଥିଲେ। ଏହି ଘଟଣାଟି ଗତକାଲିର ହୋଇଥିବାବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ