ସାମାନ୍ୟ ବର୍ଷାରେ ବେହାଲ ବ୍ରହ୍ମପୁର ସହର, ଘରେ ପଶୁଛି ନର୍ଦ୍ଦମା ପାଣି

By

Published : Oct 16, 2022, 11:59 AM IST

thumbnail

ବ୍ରହ୍ମପୁର: ସାମାନ୍ୟ ବର୍ଷା ଆସିଲେ ବେହାଲ ବ୍ରହ୍ମପୁର ସହର । ନାଳ ଓ ନର୍ଦ୍ଦମାର ପାଣି ଘରେ ପଶୁଛି । ବ୍ରହ୍ମପୁର ମହନଗର ନିଗମର ଗାନ୍ଧୀନଗର ପଞ୍ଚମ ଲାଇନ ଅନ୍ତର୍ଗତ ସ୍ପୋର୍ଟମ୍ କୋଲେନୀ ଅଞ୍ଚଳ ଲୋକଙ୍କ ପାଇଁ ଚିନ୍ତା ବଢ଼ାଇଛି ବର୍ଷା ପାଣି । ଗତ ଦଶହରା ପର ଠାରୁ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସମସ୍ୟା ଦେଖାଦେଇଛି । ସମସ୍ତ ନାଳନର୍ଦ୍ଦମା ପାଣି ଘରେ ପଶୁଥିବା ଦେଖିବାକୁ ମିଳିଛି । ପ୍ରଶାସନିକସ୍ତରରେ ଅବହେଳା ପାଇଁ ଏଭଳି ସମସ୍ୟା ଦେଖାଦେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.