କଳାହାଣ୍ଡିରେ ଗଡିଲା ଅହିଂସା ରଥ, ସ୍ବାଧୀନତାର ସନ୍ଦେଶ ପାଇଲେ ଜିଲ୍ଲାବାସୀ - ଅହିଂସା ରଥ
🎬 Watch Now: Feature Video
ଭବାନୀପାଟଣା: ଜିଲ୍ଲା ପ୍ରଶାସନ ପକ୍ଷରୁ ଅହିଂସା ରଥକୁ ଭବ୍ୟ ସ୍ବାଗତ କରାଯାଇଛି । କଳାହାଣ୍ଡି ଓ ନୂଆପଡା ଜିଲ୍ଲା ସୀମାନ୍ତ ତୁମୁରା ଜିଲ୍ଲା ପ୍ରଶାସନ ପକ୍ଷରୁ ଅହିଂସା ରଥକୁ ଭବ୍ୟ ସ୍ବାଗତ କରାଯାଇଛି । ଅନୁଷ୍ଠିତ ସ୍ବାଗତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ ପଟେଲ, ଧର୍ମଗଡ଼ ଉପ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ସମେତ ଜିଲ୍ଲା ପ୍ରଶାସନର ପଦାଧିକାରୀ ଓ ନିର୍ବାଚିତ ଜନ ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଛାତ୍ରଛାତ୍ରୀମାନେ ନାଚ ଗୀତରେ ଅହିଂସା ରଥକୁ ସ୍ବାଗତ ଜଣାଇଥିଲେ । ସ୍ବାଧୀନତାର ସନ୍ଦେଶ ତଥା ମହାତ୍ମାଗାନ୍ଧୀଙ୍କ ସତ୍ୟ, ଶାନ୍ତି ଓ ଅହିଂସା ମହାମନ୍ତ୍ରରେ ରାଜ୍ୟବାସୀଙ୍କୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ସ୍ବାଧୀନତା ଦିବସଠୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରାୟୋଜିତ ଅହିଂସା ରଥ ସମଗ୍ର ରାଜ୍ୟ ପରିକ୍ରମା କରୁଛି । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଅଗଷ୍ଟ 15ରୁ ରାଜ୍ୟର ପ୍ରତି ଜିଲ୍ଲାରେ ଏହି ଅହିଂସା ରଥ ଗଡୁଛି । ଅକ୍ଟୋବର 2 ତାରିଖ ଯାଏ ରାଜ୍ୟର ସମସ୍ତ ବୀରପୁତ୍ରଙ୍କ ଜନ୍ମପୀଠ, ସ୍ମୃତିପୀଠ ପରିଭ୍ରମଣ କରି ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବ ।