ମାସ୍କ ପିନ୍ଧି ମନ୍ଦିରକୁ ଆସିଲେ ଭକ୍ତ - jajpur lockdown

🎬 Watch Now: Feature Video

thumbnail

By

Published : Apr 13, 2020, 7:58 PM IST

ଯାଜପୁର: ପଣାସଂକ୍ରାନ୍ତି , ପ୍ରତ୍ୟେକ ଓଡିଆ ପାଇଁ ପବିତ୍ର ଦିନଟିଏ । ଏହି ଦିନରେ ସମସ୍ତ ମନ୍ଦିରରେ ଲୋକଙ୍କ ପ୍ରବଳ ଭିଡ ଜମେ । ଯେପରି ଇଂରାଜୀ ନବ ବର୍ଷ ଜାନୁଆରୀ 1ତାରିଖ ଠୁ ବର୍ଷ ଆରମ୍ଭ ହୁଏ ଠିକ ସେହିପରି ପ୍ରତ୍ୟକ ଓଡ଼ିଆଙ୍କ ପରମ୍ପରା ଅନୁଯାୟୀ ଏହି ମହାବିଷୁବ ସଂକ୍ରାନ୍ତି ଠାରୁ ବର୍ଷ ଗଣନା ଆରମ୍ଭ କରିଥାନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ମହାବିଷୁବ ସଂକ୍ରାନ୍ତି ଦିନ ସମସ୍ତ ଦେବାଦେବୀ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥାଏ । ହେଲେ,ଚଳିତ ଥର ଭିନ୍ନ ଏକ ଦୃଶ୍ୟ ମନ୍ଦିରରେ ଦେଖିବାକୁ ମିଳିଛି । ମନ୍ଦିରରେ ଭକ୍ତଙ୍କ ଗହଳି ନାହିଁ । କୋରୋନାର ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ନିଷେଧାଦେଶ ଯୋଗୁ ଜିଲ୍ଲାର କୌଣସି ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳି ନାହିଁ। ଏଥିସହିତ ଦେଖିବାକୁ ମିଳିଛି ଯେଉଁ ଭକ୍ତ ମାନେ ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଆସିଛନ୍ତି ସେମାନେ ମୁଁହରେ ମାକ୍ସ ପିନ୍ଧି ସାମାଜିକ ଦୂରତାକୁ ନଜର କରି ଧାଡିରେ ଠିଆ ହୋଇ ପୂଜାର୍ଚ୍ଚନା କରିଛନ୍ତି । ତେବେ ପ୍ରତ୍ୟେକ ମନ୍ଦିରରେ ଭକ୍ତ ମାନଙ୍କର ଆବେଗ କିପରି ରହିଛି ସେନେଇ ଅଧିକ ଆଲୋଚନା କରିଛନ୍ତ ଆମ ପ୍ରତିନିଧି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.