ଦାଣ୍ଡିଆ ନୃତ୍ୟରେ ଝୁମିଲେ ରେଶମ ସହରବାସୀ - ଦାଣ୍ଡିଆ ଉତ୍ସବ 2022
🎬 Watch Now: Feature Video
ବ୍ରହ୍ମପୁର: ଦୁସ୍ବପ୍ନର ଦୁଇ ବର୍ଷ ପରେ ଫେରିଛି ପାର୍ବଣ । ଚାଲିଛି ଶାରଦୀୟ ଦୁର୍ଗାପୂଜା । ଏନେଇ ସବୁଠି ଉତ୍ସବର ମାହୋଲ । ଚଳଚଞ୍ଚଳ ହୋଇଛି ରେଶମ ସହର ବ୍ରହ୍ମପୁର । ମା' ଦୁର୍ଗାଙ୍କ ପୂଜା ଅର୍ଚ୍ଚନା ସହ ରାତିରେ ଜମୁଛି ଦାଣ୍ଡିଆ ନାଇଟ୍ । ପାର୍ବଣ ସମୟରେ ଦାଣ୍ଡିଆ ଖେଳର ମଜ୍ଜା ଟିକେ ନିଆରା । ଏହି ସମୟରେ ମାଆଙ୍କୁ ପୂଜା ମଣ୍ଡପରେ ଦର୍ଶନ କରିବା ସାଙ୍ଗକୁ ସମସ୍ତେ ଡିଜେ ନାଇଟର ତାଳେ ତାଳେ ଦାଣ୍ଡିଆ ନୃତ୍ୟରେ ଝୁମିବାକୁ ଅନେକ ଅପେକ୍ଷା କରି ରହିଥାନ୍ତି । ରେଶମ ସହର ବ୍ରହ୍ମପୁର ସହରର ସୁମଙ୍ଗଳ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ହୋଇଥିବା ଦାଣ୍ଡିଆ ନାଇଟରେ ଝୁମିଥିଲେ ସହରର ସମସ୍ତ ବର୍ଗର ଜନସାଧାରଣ । ସାରା ସହରର ବିଭିନ୍ନ ସ୍ଥାନରେ ମାଆଙ୍କ ଶାରଦୀୟ ପୂଜାକୁ ନେଇ ବିଭିନ୍ନ ସ୍ଥାନରେ ଚାଲିଛି ଦାଣ୍ଡିଆ ନୃତ୍ୟ । ବ୍ରହ୍ମପୁର ସହରରେ କିପରି ଚାଲିଛି ଦାଣ୍ଡିଆ ନୃତ୍ୟ ସେ ନେଇ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ।