କୋରୋନା ଲକ୍ଷଣ କ’ଣ? କେମିତି ଜାଣିବେ ଦେଖନ୍ତୁ - ବ୍ରହ୍ମପୁର

🎬 Watch Now: Feature Video

thumbnail

By

Published : Mar 8, 2020, 10:08 PM IST

ବ୍ରହ୍ମପୁର: ସାରା ବିଶ୍ବରେ କୋରୋନା ଭାଇରସକୁ ନେଇ ଦେଖାଦେଇଛି ଆତଙ୍କ । ଚୀନରୁ ସୃଷ୍ଟି ହୋଇଥିବା ଏହି ଭାଇରସ ଏବେ ସମଗ୍ର ବିଶ୍ବକୁ କବଳିତ କଲାଣି । ବର୍ତ୍ତମାନ ସୁଦ୍ଧା ବିଶ୍ବର 101 ଟି ଦେଶକୁ ବ୍ୟାପିଛି କୋରୋନା । ଏହାସହ ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଏହି ରୋଗରେ ଆକ୍ରାନ୍ତ । ଏତତ ବ୍ୟତୀତ 3 ହଜାରରୁ ଅଧିକ ଲୋକଙ୍କ ଜୀବନ ନେଲାଣି ଏହି କୋରୋନା । କୋରୋନା ମୁକାବିଲା ପାଇଁ ଏବେ ସାରା ଦେଶରେ ସରକାର କଟକଣା ଲଗାଇବା ସହ ସତର୍କତ ଅବଲମ୍ବନ ପାଇଁ ପରାମର୍ଶ ଦେଇଛନ୍ତି । ତେବେ କୋରୋନାକୁ ନେଇ କେମିତି କରିବେ ସତର୍କତା ଅବଲମ୍ବନ । କଣ ଏହାର ଲକ୍ଷଣ । କଣ କହୁଛନ୍ତି ବିଶେଷଜ୍ଞ । ଦେଖନ୍ତୁ ଏମକେସିଜି ବଡ ମେଡିକାଲର ଅଧିକ୍ଷକ ପ୍ରଫେସର ସନ୍ତୋଷ କୁମାରଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.