ETV Bharat / state

ଅଦିନିଆ ବର୍ଷା ଉଜାଡ଼ିଲା ଧାନ ଫସଲ, ଜୀବନ ହାରିଲେ ଚାଷୀ - FARMER DEATH

ସମ୍ବଲପୁରରେ ଜୀବନ ହାରିଲେ ଜଣେ ଚାଷୀ । ଅଦିନିଆ ବର୍ଷାରେ ନଷ୍ଟ ହୋଇ ଯାଇଥିଲା ଧାନ ଫସଲ ।

Farmer Dies by Suicide After Crop Loss
Farmer Dies by Suicide After Crop Loss (ETV Bharat Odisha)
author img

By ETV Bharat Odisha Team

Published : Jan 6, 2025, 9:27 AM IST

Updated : Jan 6, 2025, 10:45 AM IST

ସମ୍ବଲପୁର: ଋଣ କରି କରିଥିଲେ ଧାନ ଚାଷ । ଭାବିଥିଲେ ଫସଲ ଅମଳ ହେଲେ ବିକ୍ରି କରି ସେ ଋଣ ସୁଝିଦେବେ । ହେଲେ ଅଦିନିଆ ବର୍ଷାରେ ସବୁ ଆଶା ଧୂଳିସାତ ହୋଇଗଲା । ଉଜୁଡା ଫସଲ ଦେଖି ବିଗିଡ଼ିଗଲା ମାନସିକ ସ୍ଥିତି । ଋଣ ବୋଝ ସୁଝିବା ଚିନ୍ତାରେ ଚାଷୀ ଜୀବନ ହାରି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୈରାଗୀପାଲି ଗାଁରୁ ।

ଜୀବନ ହାରିଲେ ଚାଷୀ:

ବୈରାଗୀପାଲି ଗାଁର ଚାଷୀ ରତ୍ନାକର ଭୋଇ । ୫୮ ବର୍ଷ ବୟସ୍କ ଏହି ଚାଷୀ ଧାନ ଫସଲ ଭଲ ଉତ୍ପାଦନ ନହେବାରୁ ତଥା ଋଣ ବୋଝ ନ ସୁଝିପାରିବା ଚିନ୍ତାରେ ଜୀବନ ହାରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀଙ୍କ ପରିବାରଲୋକେ ଏନେଇ ସଦର ଥାନାରେ ଏତଲା ଦେଇଛନ୍ତି । ସେପଟେ ଏହାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି ।

Family Alleges Farmer Dies by Suicide After Crop Loss In Sambalpur (ETV Bharat Odisha)

ଫସଲ ନଷ୍ଟ ଦେଖି ବିଗିଡି ଯାଇଥିଲା ମାନସିକ ସ୍ଥିତି:

ମୃତ ଚାଷୀ ରତ୍ନାକର ଭୋଇଙ୍କ ପୁଅ ପରେଶ କୁମାର ଭୋଇ ସଦର ଥାନାରେ ଦେଇଥିବା ଏତଲା ଅନୁସାରେ, ତାଙ୍କ ବାପା ରତ୍ନାକର ଭୋଇ ୩ ବର୍ଷ ପୂର୍ବେ ଝିଅ ବାହାଘର ପାଇଁ ଋଣ ଓ ଉଧାରୀ ଆଣିଥିଲେ । ଧୀରେ ଧୀରେ ଋଣ ସୁଝୁଥିବା ବେଳେ ସମ୍ପୂର୍ଣ୍ଣ ଋଣ ସୁଝି ନଥିଲେ । ସେଥିପାଇଁ ସେ ମାନସିକ ସ୍ତରରେ ଚିନ୍ତାଗ୍ରସ୍ତ ଥିଲେ ଓ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା । ଏବର୍ଷ ୨ ଏକର ଜମିରେ ଚାଷ କରିଥିଲେ । ଚାଷ ପାଇଁ ସେ ଋଣ କରିଥିଲେ । କିନ୍ତୁ ଧାନ ଫସଲ ଭଲ ନହେବାରୁ ତାଙ୍କ ମାନସିକ ସ୍ଥିତି ବିଗିଡି ଯାଇଥିଲା । ତେବେ ଶନିବାର ଅପରାହ୍ନ ସମୟରେ ସେ ହଠାତ ଅସୁସ୍ଥ ହୋଇ ବାନ୍ତି କରିବାକୁ ଲାଗିଲେ । ପରବର୍ତ୍ତୀ ସମୟରେ ରତ୍ନାକର ଜୀବନ ହାରିବା ପାଇଁ ଉଦ୍ୟମ କରିଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ । ପରେ ତୁରନ୍ତ ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ବୋଲି ଏତଲାରେ ଉଲ୍ଲେଖ ରହିଛି ।

ସରକାରଙ୍କୁ ଘେରିଲା ବିଜେଡି:

ଚାଷୀ ମୃତ୍ୟୁ ଘଟଣାକୁ ନେଇ ଏବେ ରାଜନୀତି ଜୋର ଧରିଛି । ଏନେଇ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ବିଜେପିକୁ ଟାର୍ଗେଟ କରିଛନ୍ତି l ସେ କହିଛନ୍ତି "ଆଜି ମୁଁ ଅତ୍ୟନ୍ତ ମର୍ମାହତ । ଆମର ଜୁଯୁମୁରା ବ୍ଲକର ବୈରାଗୀପାଲି ଗାଁର ଚାଷୀ ଜୀବନ ହାରିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦୁଃଖଦ ବିଷୟ । ସ୍ଥାନୀୟ ବିଜେପି ନେତାମାନେ ମହୋତ୍ସବ ଏବଂ ବିଭିନ୍ନ ସଭାକୁ ଯାଇ ଅତିଥି ହେବାରେ ସମୟ କାଟୁଛନ୍ତି । ଅଦିନିଆ ବର୍ଷା ହୋଇଥିବା ଫସଲ କ୍ଷତିର କ୍ଷତିପୂରଣ ଚାଷୀ କେମିତି ପାଇବ ସେ ଦିଗରେ ଚିନ୍ତା କରୁନାହାନ୍ତି । ମହୋତ୍ସବର ଚିନ୍ତା ସେମାନଙ୍କୁ ଘାରିଛି । ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।"

ଏହା ମଧ୍ୟ ପଢ଼ନ୍ତୁ...ଋଣ ପାଇଁ ଚାପରେ ଥିଲେ କେନ୍ଦ୍ରାପଡାର ଚାଷୀ, ନେଲେ ଚରମ ନିଷ୍ପତ୍ତି

ଏହା ମଧ୍ୟ ପଢ଼ନ୍ତୁ...ଉଜୁଡା କ୍ଷେତକୁ ଦେଖି ଧାନ ଜମିରେ ଟଳିପଡିଲେ ଚାଷୀ

ଜବାବ ରଖିଲେ ମନ୍ତ୍ରୀ:

ଅନ୍ୟପଟେ ସମ୍ବଲପୁର ଲୋକମହୋତ୍ସବକୁ ଆସିଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, "ଓଡିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ବର୍ତ୍ତମାନର ସରକାର ବିପର୍ଯ୍ୟୟ ସମୟରେ ଲୋକଙ୍କ ରକ୍ଷା କବଚ ହେବା ପାଇଁ ଏବଂ କ୍ଷତିପୂରଣ କୌଣସି ଯାଗାରେ ଅଟକି ଯାଇନାହିଁ । କେଉଁ କାରଣରୁ ଚାଷୀଙ୍କ ମୃତ୍ୟୁ ହେଲା ତାର ରିପୋର୍ଟ ଜିଲ୍ଲାପାଳ ପ୍ରଦାନ କରିବେ । କେତେ ଫସଲ ନଷ୍ଟ ହୋଇଛି ଏହାର ରିପୋର୍ଟ ଦେବେ । କୌଣସି ବିପର୍ଯ୍ୟୟରେ ଫସଲ ନଷ୍ଟ ହେଲେ, ବିପର୍ଯ୍ୟୟ ପରିଚାଳନା ବିଭାଗ କ୍ଷତିପୂରଣ ଦେଇଥାଏ । ରାଜ୍ୟ ସରକାରଙ୍କ ରାଜକୋଷ ସମସ୍ତ ଚାଷୀ ପାଇଁ ଅସୁବିଧା ସମୟରେ ବିପଦ ସମୟରେ ଖୋଲା ଅଛି । ଏହି ନିର୍ଦ୍ଦିଷ୍ଟ ମାମଲାରେ ରିପୋର୍ଟ ଆସିଲା ପରେ ସରକାର ନିଷ୍ପତ୍ତି ନେବେ ।"

ଇଟିଭି ଭାରତ, ସମ୍ବଲପୁର

Last Updated : Jan 6, 2025, 10:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.