thumbnail

କବିତା ଜରିଆରେ ଯୁବକବି ବାଣ୍ଟିଲେ କୋରୋନା ସଚେତନତା ବାର୍ତ୍ତା

By

Published : Jul 18, 2020, 10:32 PM IST

ହାଇଦ୍ରାବାଦ: ବିଶ୍ବରେ ବିଭିଷିକା ରଚିଛି ମହାମାରୀ କୋରୋନା । ସମଗ୍ର ମାନବ ସମାଜ ଆଜି ଅସ୍ତବ୍ୟସ୍ତ । ଆଉ ଭୂତାଣୁର ମୁକାବିଲା ପାଇଁ ସରକାରୀ ଅଧିକାରୀଙ୍କ ଠାରୁ ସରପଞ୍ଚ ପର୍ଯ୍ୟନ୍ତ ସମସ୍ତେ ଜାରି ରଖିଛନ୍ତି ସଚେତନତା । ଏହାରି ଭିତରେ ମଧ୍ୟ ଅନେକ ନେତା, ଅଭିନେତା, କବି ନିଜ ନିଜ ପ୍ରୟାସରେ ସମାଜକୁ କରାଉଛନ୍ତି ସଜାଗ ଆଉ ସଚେତନ । ସେହିଭଳି ଜଣେ ଯୁବ କବିଙ୍କ କୋରୋନା ବାର୍ତ୍ତା ଏବେ ସୋସିଆଲ ମିଡ଼ିଆରେ ବେଶ ଲୋକପ୍ରିୟତା ହାସଲ କରିଛି । ପୁରୀ ଜିଲ୍ଲା ନିମାପଡ଼ାରେ ଜନ୍ମିତ ଯୁବକବି ସଦାଶିବ ବେହେରା । ପେସାରେ ଜଣେ ଶିକ୍ଷକ ହୋଇଥିବା ବେଳେ ନିଶା ସାଜିଛି ତାଙ୍କର କବିତା ରଚନା । ନିଜ କବିତା ମାଧ୍ୟମରେ ପୂର୍ବରୁ ଏନେକ ଦିଗକୁ ଉପସ୍ଥାପନା କରିଥିବା ବେଳେ ଏବେ ଜାରି ରଖିଛନ୍ତି କୋରୋନା ସଚେତନା । ସଦାଶିବଙ୍କ ଏଭଳି ପ୍ରତିଭାକୁ ଢେର ସମ୍ମାନ ମିଳୁଥିବାବେଳେ କବିତା ଜରିଆରେ ସଚେତନ ବାର୍ତ୍ତାକୁ ମିଳୁଛି ବେଶ ପ୍ରଶଂସା । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.