thumbnail

ନିଜ ଦଳର ପୋଲ୍‌ ଖୋଲିଲେ ବିଜେଡି ବିଧାୟକ ସୌଭିକ !

By ETV Bharat Odisha Team

Published : 3 hours ago

କଟକ: ବିଜେଡି ଉପରେ ବର୍ଷିଲେ ଦଳୀୟ ବିଧାୟକ ! ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳଙ୍କ ବିସ୍ପୋରକ ବୟାନ । କଟକରେ ଅୟୋଜିତ ସଦସ୍ୟତା ଅଭିଯାନରେ ଭାଷଣରେ ଦେଲେ ବିସ୍ପୋରକ ବୟାନ । ବିଜେଡି ସରକାରକୁ ଦୁଇ ଜଣ ଚଳାଉଥିଲେ । କଟକରେ କୋଟି କୋଟି ଟଙ୍କାର ପ୍ରକଳ୍ପ କାମ ହୋଇଛି । କିନ୍ତୁ ସବୁ କିଛି ସେ ଦୁଇ ଜଣଙ୍କ ଇସାରାରେ ହେଉଥିଲା । ଯେତେବେଳେ ସେ ଦୁଇ ଜଣ ସବୁ କିଛି ବୁଝୁଥିଲେ, ଦଳୀୟ କର୍ମୀଙ୍କୁ କିଭଳି କାମ ମିଳିଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି । ଦଳ ଭିତରେ ବିଭୀଷଣ । ୨୦୧୯ ଓ ୨୦୨୪ ନିର୍ବାଚନ କଟକ ଚୌଦ୍ୱାରରେ ବିଜେଡିକୁ ହରେଇବା ପାଇଁ ବିଜେଡିର ଯୁବ ନେତା କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଏତେ ଟଙ୍କା ଆଣିଲେ କେଉଁଠୁ ବୋଲ ପ୍ରଶ୍ନ କରିଛନ୍ତି ସୌଭିକ । ତେବେ ସୌଭିକଙ୍କ ଏଭଳି ବୟାନ ପରେ ଏବେ ପ୍ରଶ୍ନ ଉଠୁଛି ଢୋଲ ଭିତରେ ସେ ଦୁଇ ମୂଷା କିଏ ଅର୍ଥାତ କେଉଁମାନେ ବିଜେଡିକୁ ହରାଇବା ପାଇଁ ଚାହୁଁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ..ଏକାମ୍ରରୁ ବିଜେଡିର ପ୍ରଥମ ସଦସ୍ୟ ହେଲେ ନବୀନ: ମିସଡ୍‌ କଲକୁ ନେଇ କଲେ କଟାକ୍ଷ, ଜବାବ ଦେଲା ବିଜେପି.

ଏହା ମଧ୍ୟ ପଢ଼ନ୍ତୁ...କାଲିଠୁ ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ; କୋଟିଏ ଟାର୍ଗେଟ

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.