ETV Bharat / bharat

ଦଶହରାରେ ରାଜଯୋଗ: ୫ଟି ରାଶିର ବ୍ୟକ୍ତିଙ୍କ ବଦଳିବ ଭାଗ୍ୟ, ହେବ ଧନବର୍ଷା

ଦୁର୍ଗା ପୂଜାରେ ଦୁଇଟି ରାଜଯୋଗ । ୫ ରାଶିର ଫିଟିବ ଭାଗ୍ୟ । ରାଜଯୋଗ ପ୍ରଭାବରେ ବଢ଼ିବ ଆୟ । ପଢ଼ନ୍ତୁ କେଉଁ ରାଶି ପାଇଁ ରାଜଯୋଗ ଆଣିବ ସୁଖ ସମୃଦ୍ଧି ।

author img

By ETV Bharat Odisha Team

Published : 2 hours ago

Durga Puja 2024 Rashifal
Durga Puja 2024 Rashifal (ETV Bharat Odisha)

ହାଇଦ୍ରାବାଦ: ଆସନ୍ତା ୧୨ ତାରିଖରେ ବିଜୟା ଦଶମୀ । ଏହିଦିନ ସୃଷ୍ଟି ହେଉଛି ୨ଟି ରାଜଯୋଗ । ୧୨ଟି ରାଶି ଉପରେ ଏହି ରାଜଯୋଗର ପ୍ରଭାବ ରହିବ । ଏହି ସମୟରେ କିଛି ରାଶି ଉପରେ ଶୁଭଦୃଷ୍ଟି ପଡ଼ିବାକୁ ଥିବା ବେଳେ କିଛି ରାଶିଙ୍କ ପାଇଁ ସମସ୍ୟା ଆସିପାରେ । ତେବେ ୫ଟି ରାଶି ଉପରେ ସକରାତ୍ମକ ପ୍ରଭାବ ପଡ଼ିବାକୁ ଯାଉଛି । ଫଳରେ ଏହି ୫ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଦଶହରାରେ ପଡୁଥିବା ଏହି ୨ଟି ରାଜଯୋଗ କେଉଁ ସବୁ ରାଶିର ବ୍ୟକ୍ତିଙ୍କ ପାଇଁ ରାଜଯୋଗ ନେଇ ଆସୁଛି ।

Durga Puja 2024 Rashifal
Durga Puja 2024 Rashifal (TAURUS)

ବୃଷ: ରାଜଯୋଗ ପ୍ରଭାବରେ ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସୌଭାଗ୍ୟ ନେଇ ଆସିବ । ବୃଷ ରାଶିର ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟରେ ସଫଳତାର ସ୍ବାଦ ଚାଖିବେ । ଆୟ ବୃଦ୍ଧିରେ କୌଣସି ପ୍ରତିବନ୍ଧ ଆପଣଙ୍କ ପାଖ ମାଡିବ ନାହିଁ । ସଞ୍ଚୟ ବଢ଼ିବ । କର୍ମକ୍ଷେତ୍ରରେ ପଦୋନ୍ନତି ହେବା ସହ ପାରିଶ୍ରମିକ ବୃଦ୍ଧି ହେବ । ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ । ପ୍ରେମୀଯୁଗଳ ବିବାହ କରିବା ପାଇଁ ନିଷ୍ପତ୍ତି ନେବେ । ରାଜନୀତିରେ ସ୍ଥିତି ଓ ପ୍ରତିଷ୍ଠା ବୃଦ୍ଧି ପାଇବେ । ବ୍ୟବସାୟରେ କରାଯାଇଥିବା ପରିବର୍ତ୍ତନ ଲାଭଦାୟକ ପ୍ରମାଣିତ ହେବ । କରଜ ମୁକ୍ତ ହେବେ ।

Durga Puja 2024 Rashifal
Durga Puja 2024 Rashifal (LEO)

ସିଂହ: ଦଶହରା ପରଠାରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବ । ଦାର କରଜରେ ଦେଇଥିବା ଟଙ୍କା ସୁଧ ମୂଳ ସହ ଫେରି ପାଇବେ । ଯଦି ଆପଣ ଧାର କରଜ କରି ଚିନ୍ତିତ ରହୁଛନ୍ତି ଏହା ସମସ୍ୟା ଦୂର ହେବ । କାରଣ ରାଜଯୋଗ ଫଳରେ ଆପଣଙ୍କୁ ଆକସ୍ମିକ ଅର୍ଥଲାଭ ହେବ । ଆର୍ଥିକ ସ୍ଥିତିରେ ପୂର୍ବ ଅପେକ୍ଷା ଢେର ଗୁଣରେ ଉନ୍ନତି ହେବ । ଲାଗି ରହିଥିବା ଶାରିରୀକ ସମସ୍ୟା ଦୂର ହେବ । ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ । ଦୀର୍ଘ ଦିନଧରି ଚାଲିଥିବା ପାରିବାରିକ ବିବାଦର ଅନ୍ତ ଘଟିବ । ବିବାହ ସ୍ଥିର ହୋଇପାରେ ।

Durga Puja 2024 Rashifal
Durga Puja 2024 Rashifal (LIBRA)

ତୁଳା: ଏହି ରାଶିର ବ୍ୟକ୍ତି, ଯେଉଁମାନଙ୍କର ବିବାହ ସମସ୍ୟା ଲାଗି ରହିଛି ତାହାର ସମାଧାନ ହେବ । ଖୁବଶୀଘ୍ର ନିଜ ମନ ପସନ୍ଦର ଜୀବନ ସାଥୀ ପାଇବେ । ବ୍ୟବସାୟ ସହ ଜଡ଼ିତ ଥିବା ବ୍ୟକ୍ତିଙ୍କ ପାଇଁ କେବଳ ଉନ୍ନତି ହିଁ ଉନ୍ନତି ରହିଛି । ନୂତନ ବ୍ୟବସାୟ ପାଇଁ ଭଲ ଦିନ ଆରମ୍ଭ ହେବ । ଆପଣଙ୍କୁ ମୋଟା ଅଙ୍କର ଟଙ୍କା ମିଳିବାର ଯୋଗ ରହିଛି । ସମାଜରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ । ଚାକିରି ସମସ୍ୟା ଦୂର ହେବ । ଚାକିରି ଆଶାୟୀ ମାନଙ୍କୁ ମନ ମୁତାବକ ଚାକିରି ମିଳିବ । ଦୀର୍ଘ ବିଚାରାଧୀନ କାର୍ଯ୍ୟ ସଫଳ ହେବ । ଦୂର ସମ୍ପର୍କୀୟଙ୍କ ଠାରୁ ଆର୍ଥିକ ସହାୟତା ପାଇବେ ।

Durga Puja 2024 Rashifal
Durga Puja 2024 Rashifal (CAPRICORN)

ମକର: ମା'ଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ଧାର, କରଜ ଋଣ ମୁକ୍ତ ହେବେ । ଆୟ ବୃଦ୍ଧି ଘଟିବ । ଆକସ୍ମିକ ଧନଲାଭର ଯୋଗ ମଧ୍ୟ ରହିଛି । ବ୍ୟବସାୟରେ ନୂତନ ଉତ୍ସ ସୃଷ୍ଟି ହେବ । ଯାହା ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ । ଘରୋଇ କ୍ଷେତ୍ରରେ ଚାକିରି କରୁଥିବା ବ୍ୟକ୍ତିଙ୍କ ଦରମା ବୃଦ୍ଧି ଘଟିବ । ମୋଟା ଅଙ୍କର ବୋନସ ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କୌଣସି ଏକ ଲଟେରୀରୁ ଲାଭବାନ ହୋଇପାରନ୍ତି । ବୃତ୍ତିଗତ ଜୀବନରେ ନିଜର କୌଶଳ ଏବଂ ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ମିଳିବ । ବିବାହକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ । ରୋଜଗାର ଶୀଘ୍ର ବିବାହ ଯୋଗ ନେଇ ଆସିବ ।

Durga Puja 2024 Rashifal
Durga Puja 2024 Rashifal (PISCES)

ମୀନ: ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିପାରିବେ । ଋଣ ମୁକ୍ତ ହେବେ । ସରକାରୀ ସ୍ତରରୁ ଲାଭବାନ ହେବେ । ନୂତନ ଚାକିରି ସୁଯୋଗ ଉପଲବ୍ଧ ହୋଇପାରେ । ଅଯଥା ଖର୍ଚ୍ଚ ରୋକିବାକୁ ସକ୍ଷମ ହେବେ । ଫଳରେ ଆପଣ ସେଭିଂ କରିପାରିବେ । ନିବେଶରୁ ଲାଭବାନ ହେବ । ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ । ଆପଣଙ୍କ ଭାଗ୍ୟର ସମର୍ଥନ ରହିବ । ଯେଉଁ କାର୍ଯ୍ୟରେ ହାତ ଦେବେ ସବୁଥିରେ ସଫଳତା ପାଇବେ । ସନ୍ତାନସନ୍ତତିଙ୍କ ପକ୍ଷରୁ ଖୁସି ଖବର ମିଳିପାରେ । କ୍ୟାରିୟର କ୍ଷେତ୍ରରେ ଚାପ ଅନୁଭବ କରୁଥିଲେ ସେଥିରୁ ମୁକ୍ତି ପାଇବେ । ଆପଣଙ୍କ ଉପରେ ଦେବୀ ଦୁର୍ଗାଙ୍କ ଅଶେଷ କୃପାଲାଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.