thumbnail

ଜାତୀୟ ପୁରସ୍କାର ପାଇ ଫେରିଲା 'ଦମନ' ଟିମ, ଓଡ଼ିଶାବାସୀଙ୍କୁ ଶ୍ରେୟ ଦେଲେ ନିର୍ମାତା

By ETV Bharat Odisha Team

Published : 2 hours ago

ଭୁବନେଶ୍ବର: ଜାତୀୟ ଚଳଚିତ୍ର ପୁରସ୍କାର ପାଇ ଓଡି଼ଶା ଫେରିଲା 'ଦମନ' ଟିମ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ପ୍ରଯୋଜକ ବିଶାଳ ମୌର୍ଯ୍ୟ ଦୀପେନ୍ଦ୍ର ସାମଲ ଓ ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା ତିନି ଜଣ ଭୁବନେଶ୍ୱରରେ ପହଞ୍ଚିଛନ୍ତି । "ଏ ପୁରସ୍କାର ଦର୍ଶକଙ୍କର । ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ 'ଦମନ'କୁ ଆଜି ଯେଉଁ ଜାତୀୟ ସମ୍ମାନ ମିଳିଛି ତାହା କେବଳ ଓଡ଼ିଆ ଦର୍ଶକଙ୍କ ଭଲପାଇବା ଓ ଭାଗୀଦାରୀତା ପାଇଁ, ତେଣୁ ସମସ୍ତ ଶ୍ରେୟ ଓଡ଼ିଶା ଲୋକଙ୍କୁ ଯାଉଛି" ବୋଲି କହିଛନ୍ତି ପ୍ରଯୋଜକ ଓ ନିର୍ଦ୍ଦେଶକ । 

ଏହା ବି ପଢନ୍ତୁ...'ଦମନ'କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର, ମିଥୁନଙ୍କୁ 'ଦାଦା ସାହେବ ଫାଲକେ' ଆୱାର୍ଡ

ଏହା ବି ପଢନ୍ତୁ...ମିଥୁନ ଚକ୍ରବର୍ତ୍ତୀଙ୍କୁ ‘ଦାଦା ସାହେବ ଫାଲକେ’, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ନବୀନ ଜଣାଇଲେ ଶୁଭେଚ୍ଛା - Mithun Chakraborty

ଏହା ବି ପଢନ୍ତୁ...'ଦମନ'କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଭାବ ବିହ୍ୱଳ ହେଲେ ବାବୁସାନ, କହିଲେ ମୁଁ ନୁହେଁ... - Interview With Babushaan

ଏହା ମଧ୍ୟ ପଢ଼ନ୍ତୁ...୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ଶ୍ରେଷ୍ଠ ଅଭିନେତା ଋଷବ ଶେଟ୍ଟୀ, ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ‘ଦମନ’ - 70th National Film Awards

ଏହାସହ ଓଡ଼ିଆ ଝିଅ ରାଷ୍ଟ୍ରପତି ହୋଇଥିବାବେଳେ ତାଙ୍କଠୁ ଏ ଗୌରବର ପୁରସ୍କାର ପାଇଁ ଖୁସି ଦ୍ବିଗୁଣିତ ହେଲା ବୋଲି କହିଛନ୍ତି ଦମନ ଟିମ୍ । ସେପଟେ ଦଶହରାରେ ପୁଣି ସିନେମା ରିଲିଜକୁ ନେଇ ପ୍ରଯୋଜକ ଦୀପେନ୍ଦ୍ର ସାମଲ କହିଛନ୍ତି, "ଏହା ଇର୍ଷା କି ଭୁଲ ନିଷ୍ପତ୍ତି ନୁହେଁ, ଏହା ଯେଉଁମାନଙ୍କ ପାଇଁ ତିଆରି ହୋଇଛି ତାଙ୍କୁ ଶ୍ରଦ୍ଧାଞ୍ଜଳି । ପୁରସ୍କାର ପରେ ଦାୟିତ୍ୱ ବଢିଛି, ଓଡ଼ିଆ ସିନେମା ଶିଳ୍ପକୁ ଆଗକୁ ନେବା ପାଇଁ ଖୁବଶୀଘ୍ର ନୂଆ ଏକ ମୌଳିକ କାହାଣୀ ଦେଖିବ ଓଡି଼ଶା ।" 


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.