thumbnail

ଫୁଲ ଫଳରେ ମା’ ଦୁର୍ଗା, ବାଲୁକା କଳାରେ ବିଶ୍ବଶାନ୍ତିର ବାର୍ତ୍ତା ଦେଲେ ସୁଦର୍ଶନ

By ETV Bharat Odisha Team

Published : 2 hours ago

ପୁରୀ: ପବିତ୍ର ଦୁର୍ଗାପୂଜା ଅବସରରେ ବାଲୁକା ଚିତ୍ର କଳା ମାଧ୍ୟମରେ ସାରା ଦେଶବାସୀଙ୍କୁ ଶୁଭେଚ୍ଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନୀଳାଦ୍ରି ବେଳାଭୂମିରେ ସେ ଏହି ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି । ଯାହାକି ବେଶ୍ ଆକର୍ଷଣୀୟ ହୋଇଛି । ମା’ ଦୁର୍ଗାଙ୍କ ପ୍ରତିକୃତି ଏହି ବାଲୁକା ଚିତ୍ରକଳାରେ ସ୍ଥାନ ଦିଆଯାଇଛି । ମା’ ଦୁର୍ଗାଙ୍କ ପ୍ରତିକୃତିକୁ ବାଲିରେ ନିର୍ମିତ କରାଯାଇଥିବା ବେଳେ ବିଭିନ୍ନ ରଙ୍ଗବେରଙ୍ଗର ଫୁଲ ଓ ଫଳକୁ ସୁନ୍ଦର ଭାବରେ ସଜାଯାଇଛି । ଯାହାକି ବାଲୁକା ଚିତ୍ରକଳାକୁ ବେଶ ଆକର୍ଷଣୀୟ କରିଛି ।  

ତେବେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ‘ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୂର୍ଗାପୂଜାରେ ଆମେ ବାଲୁକା ଚିତ୍ରକଳା କରିଛୁ । ବିଶ୍ଵ ଶାନ୍ତି ପାଇଁ ଏହି ବାଲୁକା ଚିତ୍ରକଳାରେ ବାର୍ତ୍ତା ଦିଆଯାଇଛି । ମା’ ଦୁର୍ଗା ସମସ୍ତଙ୍କୁ ସୁଖ, ସମୃଦ୍ଧି ପ୍ରଦାନ କରନ୍ତୁ ବୋଲି ଆମେ ମା’ ଦୁର୍ଗାଙ୍କ ନିକଟରେ ପ୍ରାର୍ଥନା କରୁଛୁ । 6 ଫୁଟ ଉଚ୍ଚତାର ଏହି ବାଲୁକା ଚିତ୍ରକଳା ନିର୍ମାଣ କରିଛୁ।’

ଏହା ମଧ୍ୟ ପଢନ୍ତୁ:

ଏମିତି ଏକ ପୂଜା ମଣ୍ଡପ, ନିସ୍ତବ୍ଧ ରାତିରେ ଶୁଣାଯାଏ ପାଉଁଜିର ଶବ୍ଦ !

ଷଷ୍ଠୀ ପୂଜା ପାଇଁ ଚଳଚଞ୍ଚଳ ମା' କାଉଁରୀ ଠାକୁରାଣୀଙ୍କ ପୀଠ

ସ୍ୟାଣ୍ଡ ଆନିମେସନରେ ମା’ ଦୁର୍ଗା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.