ETV Bharat / state

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ଯୌତୁକ ହତ୍ୟା ଅଭିଯୋଗ ଆଣିଲା ପରିବାର - DOWRY DEATH IN NIMAPADA

ଫେବୃଆରୀରେ ହୋଇଥିଲା ବିବାହ । ପରେ ଶାଶୂଘର ଲୋକେ ଅଧିକ ଯୌତୁକ ମାଗିଥିବା ଅଭିଯୋଗ । ହତ୍ୟା ଅଭିଯୋଗ ପରେ ସ୍ବାମୀକୁ ଅଟକ ରଖିଛି ପୋଲିସ୍‌ ।

dowry death in Nimapada
dowry death in Nimapada (ETV Bharat Odisha)
author img

By ETV Bharat Odisha Team

Published : Dec 29, 2024, 7:39 PM IST

ନିମାପଡା (ପୁରୀ): ଜଣେ ନବବଧୂଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି ! ବୋହୂ ଜୀବନ ହାରିଥିବା ନେଇ ଶାଶୁଘର ଲୋକେ କହୁଥିବା ବେଳେ ବିବାହର ବର୍ଷେ ନପୁରୁଣୁ ଯୌତୁକ ପାଇଁ ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ନବବଧୂଙ୍କ ବାପଘର ଲୋକେ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା ।

  • ଯୌତୁକଜନିତ ହତ୍ୟାକାଣ୍ଡ ଅଭିଯୋଗ

ଅଭିଯୋଗ ଅନୁସାରେ, ଗତ ଫେବୃଆରୀ ମାସରେ ଆଙ୍କୁଅ ଗ୍ରାମର ପ୍ରତାପ ମହାରଣାଙ୍କ ଝିଅ ଦୀପଶିଖା ମହାରଣା କଣ୍ଟାପଡା ସ୍ଥିତ ନବଘନ ଓଝାଙ୍କ ପୁଅ ରାଜେଶଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ହେଲେ ଗତ ଗୁରୁବାର ଦିନ ବୋହୂ ଜୀବନ ହାରିଥିବା ନେଇ ଦୀପଶିଖାଙ୍କ ପରିବାରକୁ ଜଣାଇଥିଲେ ଶାଶୁଘର ଲୋକେ ।

dowry death in Nimapada
dowry death in Nimapada (ETV Bharat Odisha)
  • ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ

ଅନ୍ୟପଟେ ଝିଅକୁ ହତ୍ୟା କରି ତାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିବା ନେଇ ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ଦୀପଶିଖାଙ୍କ ପରିବାର ଲୋକେ । ସେମାନଙ୍କ ଅଭିଯୋଗ ଅନୁଯାୟୀ, ଝିଅର ବିବାହ ପରେ କିଛି ମାସ ଖୁସିରେ କଟିଥିବା ବେଳେ ଯୌତୁକ ପାଇଁ ପରିବାର ମଧ୍ୟରେ ଅଶାନ୍ତି ଆରମ୍ଭ ହୋଇଥିଲା । ଗୁରୁବାର ଦିନ ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛନ୍ତି । ଦୀପଶିଖାଙ୍କ ମାମୁଁ ଲକ୍ଷ୍ମୀଧର ଓଝା କହିଛନ୍ତି," ମୋ ଭାଣିଜୀକୁ ଗତ ଫେବ୍ରୁଆରୀ ମାସରେ ବିବାହ ଦେଇଥିଲି । ମାସେ ୨ ମାସ ଭଲରେ ଗଲା । ତାପରେ ସେମାନେ ୨ ଲକ୍ଷ ଟଙ୍କା ମାଗିଥିଲେ । ଆର୍ଥିକ ଅବସ୍ଥା ଭଲ ନଥିବାରୁ ଆମେ ଟଙ୍କା ଦେଇପାରିନଥିଲୁ । ଦେଖିଲା ବେଳକୁ ଆମ ଝିଅକୁ ମାରି ଟାଙ୍ଗି ଦେଇଛନ୍ତି ।"

ଏହାମଧ୍ୟ ପଢନ୍ତୁ...

୪ ମାସର ଶିଶୁକନ୍ୟା ସହ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ; ଯୌତୁକ ହତ୍ୟା ଅଭିଯୋଗ ଆଣିଲା ପରିବାର

ପ୍ରେମ ବିବାହ, ନିର୍ଯାତନା ପରେ ହତ୍ୟା ! ଯୌତୁକ ପାଇଁ ଶାଶୁଘରେ ଗଲା ବୋହୁର ଜୀବନ - Woman Killed For Dowry

ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ, ବାପଘର ଲୋକ ଆଣିଲେ ହତ୍ୟା ଅଭିଯୋଗ - New Bride Killed For Dowry

ଯୌତୁକ ପାଇଁ ବୋହୂକୁ ହତ୍ୟା କଲେ ଶାଶୁ ଶ୍ୱଶୁର, ଘଟଣାସ୍ଥଳରେ ସିନ ରିକ୍ରିଏସନ - In Laws murder woman

ଦୀପଶିଖାଙ୍କ ଭାଇ ସୋମ୍ୟ ରଞ୍ଜନ ମହାରଣା କହିଛନ୍ତି,‘‘ ଆମ ଭଉଣୀର ଫେବ୍ରୁଆରୀ ୧୪ ତାରିଖରେ ବିବାହ ହୋଇଥିଲା । ସେମାନେ ଅଧିକ ଡିମାଣ୍ଡ ଦେବାକୁ କହିଥିଲେ । ଆମେ ଗରିବ ଲୋକ ହୋଇଥିବାରୁ ଅଧିକ ଡିମାଣ୍ଡ ଦେଇପାରିନଥିଲୁ । ସେ ୮ ମାସର ଗର୍ଭବତୀ ଥିଲା । କଲ କରି କହିଲେ ଝିଅ ଆତ୍ମହତ୍ୟା କରିଛି ବୋଲି । କିନ୍ତୁ ସେମାନେ ତାକୁ ମାରି ଦେଇଛନ୍ତି । ଆମକୁ ନ୍ୟାୟ ଦରକାର ।"

  • ମହିଳାଙ୍କ ସ୍ୱାମୀ ଅଟକ

ଅନ୍ୟପଟେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଦୀପଶିଖାଙ୍କ ସ୍ୱାମୀ ରାଜେଶଙ୍କୁ ଅଟକ ରଖିଛି ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.