ETV Bharat / state

OCAରୁ ବବି ଦାସ ଆଉଟ୍‌, ସଭାପତି ପଦରୁ ଦେଲେ ଇସ୍ତଫା - BABI DAS QUIT OCA

ବବିଙ୍କ ଇସ୍ତଫା ନେଇ ପ୍ରେସମିଟରେ ସ୍ପଷ୍ଟ କଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

OCAରୁ ବବି ଦାସ ଆଉଟ୍‌, ସଭାପତି ପଦରୁ ଦେଲେ ଇସ୍ତଫା
OCAରୁ ବବି ଦାସ ଆଉଟ୍‌, ସଭାପତି ପଦରୁ ଦେଲେ ଇସ୍ତଫା (ETV Bharat odisha)
author img

By ETV Bharat Odisha Team

Published : Dec 29, 2024, 4:30 PM IST

Updated : Dec 29, 2024, 5:27 PM IST

କଟକ: ଓଡିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ)ର ସଭାପତି ପଦରୁ ଇସ୍ତଫା ଦେଲେ ବରିଷ୍ଠ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ତାଙ୍କ ଇସ୍ତଫା ସମ୍ପର୍କରେ ‘ଓସିଏ’ ସମ୍ପାଦକ ସଞ୍ଜୟ ବେହେରା ସ୍ପଷ୍ଟ କରିଛନ୍ତି । ଆଜି ଅନୁଷ୍ଠିତ ବାର୍ଷିକ ସାଧାରଣ ପରିଷଦ ବୈଠକରେ ସୂଚନା ଦେଇ ସଞ୍ଜୟ କହିଛନ୍ତି, ବବି ନିଜ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି । ଓସିଏ ଉପ-ସଭାପତି ପଙ୍କଜ ଲୋଚନ ମହାନ୍ତି ଏବେ ସଭାପତି ଦାୟିତ୍ବ ତୁଲାଇବେ ।

  • ଅନୁରୋଧ କରିଥିଲି, ହେଲେ ବବି ଏମିତି କହିଲେ: ସଞ୍ଜୟ

ସଞ୍ଜୟ କହିଛନ୍ତି,‘‘‘ଓସିଏ’ ନୂଆ କମିଟି ଗଠନ ତଥା ନିର୍ବାଚନ ହେବାକୁ ଆଉ ପ୍ରାୟ ଗୋଟିଏ ବର୍ଷ ବାକି ରହିଥିଲା । ପ୍ରଣବ ପ୍ରକାଶ ଦାସ ‘ଓସିଏ’ରେ ରୁହନ୍ତୁ ବୋଲି ନିବେଦନ କରିଥିଲି । ହେଲେ ସେ ବ୍ଯକ୍ତିଗତ କାରଣ ପାଇଁ ପଦରୁ ଇସ୍ତଫା ଦେବାକୁ ଉଚିତ୍‌ ଅନୁଭବ କରିଛନ୍ତି । କିଛି ମାସ ହେବ ସେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ସଂଘରର କାର୍ଯ୍ୟକ୍ରମରେ ଯୋଗ ଦେଇପାରୁ ନଥିଲେ । ତାଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରବାଟୀର ଉନ୍ନତି କରିବା ଦାୟିତ୍ବରେ ପଠାଇଥିଲେ । ସାମ୍ପ୍ରତିକ ସ୍ଥିତିରେ ସେ ଏହା କରିବାରେ ବିଫଳ ବୋଲି ବବି କହିଥିଲେ ।’’

OCAରୁ ବବି ଦାସ ଆଉଟ୍‌, ସଭାପତି ପଦରୁ ଦେଲେ ଇସ୍ତଫା (ETV Bharat odisha)
  • 45 ଦିନ ଭିତରେ ହେବ ନିର୍ବାଚନ

ଆଗାମୀ 45 ଦିନ ଭିତରେ ନୂତନ ସଭାପତି ଲାଗି ନିର୍ବାଚନ କରାଯିବ । ଅନ୍ୟପଟେ ଓସିଏର ନୂଆ ସଭାପତି କି’ଏ ହେବ ତାକୁ ନେଇ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା । ଏବେ ରେସରେ ସବୁଠୁ ଆଗରେ ଅଛନ୍ତି ଅନୁଗୁଳ ଜିଲ୍ଲା କ୍ରିକେଟ ସଙ୍ଘ ସଭାପତି ତଥା ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ । ପ୍ରତାପ ଏବେ ଓଡିଶା କ୍ରିକେଟ ଆସୋସିଏସନର ଆପେକ୍ସ କାଉନସିଲ ସଦସ୍ୟ ରହିଛନ୍ତି । ବବିଙ୍କ ଇସ୍ତଫା ପରେ ପ୍ରତିକ୍ରିୟା ରଖି ପ୍ରତାପ କହିଛନ୍ତି,‘‘ ମୁଁ ଇଛୁକ ନାହିଁ । କିନ୍ତୁ ‘ଓସିଏ’ର ଟିମ ଯାହା ନିଷ୍ପତ୍ତି ନେବ ସେଇ ଆନୁସାରେ ଆମେ ସରକାରଙ୍କ ସହ ଆଲୋଚନା କରି ବାରବାଟୀର ବିକାଶ କରିବୁ ।’’

ଏହା ମଧ୍ୟ ପଢନ୍ତୁ:-

MKCG କନିଷ୍ଠ ଡାକ୍ତରଙ୍କୁ ମାଡ ଘଟଣା, ଜଣେ ପ୍ରଫେସରଙ୍କ ସମେତ 4 ଡାକ୍ତର ବହିଷ୍କୃତ

କ୍ଷେତ ବୁଲି ଫସଲ କ୍ଷୟକ୍ଷତି ଅନୁଧ୍ୟାନ କଲେ ଉପ-ମୁଖ୍ୟମନ୍ତ୍ରୀ

  • କିଛି ମାସ ପୂର୍ବେ ଫୁଟବଲ ସଂଘରୁ ଇସ୍ତଫା ଦେଇଥିଲେ ଦେବାଶିଷ

ନିର୍ବାଚନ ପରେ ବବି ସଭାପତି ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ଲାଗି ରହିଥିଲା । ନିକଟରେ ଓଡିଶା ଫୁଟବଲ ସଂଘ ସଭାପତି ପଦରୁ ବିଜେଡିର ଅନ୍ଯତମ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ମଧ୍ୟ ଇସ୍ତଫା ଦେଇଥିଲେ ।

ଇଟିଭି ଭାରତ, କଟକ

Last Updated : Dec 29, 2024, 5:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.