ETV Bharat / state

କାହିଁକି ହୁଏ ବେଲବରଣୀ ? ଷଷ୍ଠୀ ପୂଜାର ବିଶେଷତ୍ବ ଜାଣନ୍ତୁ

ପବିତ୍ର ଷଷ୍ଠୀରେ ବେଲ ବୃକ୍ଷ ନିକଟରେ ପୂଜା କରାଯାଇ ବେଲ ବରଣ କରାଯାଇଥାଏ । ପୂଜା ପରେ ବେଲ ବୃକ୍ଷରୁ ଡାଳ ଆଣି ମା'ଙ୍କୁ ମଣ୍ଡପକୁ ଆବାହନ କରାଯାଇଥାଏ ।

author img

By ETV Bharat Odisha Team

Published : 3 hours ago

Bela Barani Rituals
Bela Barani Rituals (ETV Bharat Odisha)

କଟକ: ଚାଲିଛି ପାର୍ବଣ ଋତୁର ପ୍ରମୁଖ ପର୍ବ ଦଶହରା । ଆଜି ହେଉଛି ପବିତ୍ର ଷଷ୍ଠୀ। ପରମ୍ପରା ଅନୁଯାୟୀ ବେଲ ବୃକ୍ଷ ନିକଟରେ ପୂଜା କରାଯାଇ ବେଲ ବରଣ କରାଯାଇଥାଏ । ଆଜିଠାରୁ ମା'ଙ୍କୁ ଆବାହନ କରାଯାଏ। ମା' ବେଲ ବୃକ୍ଷରେ ବାସ କରନ୍ତି ବୋଲି ବିଶ୍ବାସ ରହିଛି । ସେଥିପାଇଁ ଦଶହରା ପୂଜା ପୂର୍ବରୁ ବେଲ ବୃକ୍ଷ ନିକଟରେ ସ୍ୱତନ୍ତ୍ର ରୀତିନୀତିରେ ପ୍ରଥମେ ପୂଜା କରାଯାଇଥାଏ । ପୂଜା ପରେ ବେଲ ବୃକ୍ଷରୁ ଡାଳ ଆଣି ମା'ଙ୍କୁ ମଣ୍ଡପକୁ ଆବାହନ କରାଯାଇଥାଏ ।

ମହାସପ୍ତମୀ ପାଇଁ ଜୋରଦାର ପ୍ରସ୍ତୁତି:

Bela Barani Rituals (ETV Bharat Odisha)

ସହରର ସମସ୍ତ ମଣ୍ଡପରେ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଥାଏ । ମା'ଙ୍କ ଆଗମନ ପାଇଁ ଅପେକ୍ଷା କରିଛନ୍ତି ସହରବାସୀ । ଆସନ୍ତାକାଲି (ଗୁରୁବାର) ମଣ୍ଡପରେ ସପ୍ତମୀ ପୂଜା କରାଯିବ । ଶୁଭ ସମୟ ଅନୁଯାୟୀ ଘଟ ପୂଜା କରାଯିବ । ସହରର ଅନେକ ମଣ୍ଡପରେ ଆସନ୍ତାକାଲି ସକାଳ ୮ଟା ମଧ୍ୟରେ ଘଟ ପୂଜା କରାଯିବ । ଏହି ଅବସରରେ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ।

ଏହା ବି ପଢନ୍ତୁ...ଫୁଲ ଫଳରେ ମା’ ଦୁର୍ଗା, ବାଲୁକା କଳାରେ ବିଶ୍ବଶାନ୍ତିର ବାର୍ତ୍ତା ଦେଲେ ସୁଦର୍ଶନ

ଏହା ବି ପଢନ୍ତୁ...ଏମିତି ଏକ ପୂଜା ମଣ୍ଡପ, ନିସ୍ତବ୍ଧ ରାତିରେ ଶୁଣାଯାଏ ପାଉଁଜିର ଶବ୍ଦ !

ଏହା ବି ପଢନ୍ତୁ...ଷଷ୍ଠୀ ପୂଜା ପାଇଁ ଚଳଚଞ୍ଚଳ ମା' କାଉଁରୀ ଠାକୁରାଣୀଙ୍କ ପୀଠ

ଏହା ବି ପଢନ୍ତୁ...ସ୍ୟାଣ୍ଡ ଆନିମେସନରେ ମା’ ଦୁର୍ଗା

ଷଷ୍ଠୀର ବିଶେଷତ୍ବ:

Bela Barani Rituals
Bela Barani Rituals (ETV Bharat Odisha)

ଦଶହରା ପର୍ବର ଆଜି ହେଉଛି ପବିତ୍ର ଷଷ୍ଠୀ । ଏହି ଦିନ ମା'ଙ୍କୁ ଆମନ୍ତ୍ରଣ କରାଯାଏ। ବିଶେଷ କରି ବେଲବରଣୀ କରି ମା'ଙ୍କୁ ଆମନ୍ତ୍ରଣ କରାଯାଏ ।ଏହି ଅବସରରେ ସମସ୍ତ ପୂଜା ମଣ୍ଡପରେ ଆଜି ବେଲବରଣୀ କରି ମା'ଙ୍କୁ ପୂଜା କରାଯାଇଛି । ବାଜା ବଜାଇ ମଣ୍ଡପ ନିକଟରୁ ପୂଜା ସାମଗ୍ରୀ ନେଇ ବେଲ ବୃକ୍ଷ ନିକଟକୁ ଯାଇଥାନ୍ତି । ସେଠାରେ ବେଲ ବୃକ୍ଷକୁ ପୂଜା କରାଯିବାର ପରମ୍ପରା ରହିଛି । ବେଲ ବୃକ୍ଷ ନିକଟରେ ବିଭିନ୍ନ ରୀତିନୀତିରେ ପ୍ରଥମ ପୂଜା କରାଯାଇଥାଏ । ଏହି ଅବସରରେ ଯୁଗ୍ମ ବେଲର ମଧ୍ୟ ପୂଜା କରାଯାଇଥାଏ । ପୂଜକ ପଣ୍ଡିତ ହିମାଂଶୁ ଭୂଷଣ ରଥ ଶର୍ମାଙ୍କ କହିଛନ୍ତି, "ଏନେଇ ଅନେକ କିମ୍ବଦନ୍ତୀ ରହିଛି । ରାବଣକୁ ନିଧନ କରିବାକୁ ପ୍ରଭୁ ରାମ ଚନ୍ଦ୍ର ମା'ଙ୍କ ପୂଜା କରିଥିଲେ । ସେତେବେଳେ ମୃଣ୍ମୟୀ ମୂର୍ତ୍ତି ନଥିଲା । ବେଲ ବୃକ୍ଷ ମୂଳରେ ମା'ଙ୍କ ପୂଜା କରିଥିଲେ ପ୍ରଭୁ ରାମଚନ୍ଦ୍ର । ମା'ଙ୍କ ସ୍ୱରୂପରେ ଯୁଗ୍ମ ବେଲ ରଖି ପୂଜା କରିଥିଲେ ପ୍ରଭୁ ରାମଚନ୍ଦ୍ର । ଏହି ଯୁଗ୍ମ ବେଲକୁ ମା'ଙ୍କ ସ୍ତନ ଭାବରେ ବିବେଚିତ କରାଯାଇଥାଏ ।"

Bela Barani Rituals
Bela Barani Rituals (ETV Bharat Odisha)

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.