ETV Bharat / bharat

ପରଲୋକରେ ଶିଳ୍ପସମ୍ରାଟ ରତନ ଟାଟା, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ

୮୬ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । ଦେଶର ଶିଳ୍ପାୟନ, ଶିକ୍ଷା ଓ ପ୍ରଗତିରେ ଥିଲା ବଳିଷ୍ଠ ଅବଦାନ । ଶିଳ୍ପ 'ରତ୍ନ' ରତନ ଟାଟାଙ୍କୁ ଝୁରୁଛି ବିଶ୍ବ ।

author img

By ETV Bharat Odisha Team

Published : 2 hours ago

Updated : 1 hours ago

ପରଲୋକରେ ଶିଳ୍ପସମ୍ରାଟ ରତନ ଟାଟା, ବିଶ୍ବବ୍ୟାପୀ ଶୋକ
ପରଲୋକରେ ଶିଳ୍ପସମ୍ରାଟ ରତନ ଟାଟା, ବିଶ୍ବବ୍ୟାପୀ ଶୋକ (ETV Bharat Odsha)

ହାଇଦ୍ରାବାଦ: ବିଶିଷ୍ଟ ଶିଳ୍ପପତି ତଥା ‘ଟାଟା ଗ୍ରୁପ’ର ପୂର୍ବତନ ମୁଖ୍ୟ ରତନ ଟାଟାଙ୍କର ପରଲୋକ ହୋଇଛି । ଗତ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ରତନ ଟାଟା ଗତକାଲି (ବୁଧବାର) ବିଳମ୍ବିତ ରାତିରେ 86 ବର୍ଷ ବୟସରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ନେତୃତ୍ବରେ ‘ଟାଟା ସମୂହ’ର ବ୍ୟବସାୟିକ ନେଟଓ୍ବାର୍କ ପ୍ରାୟ ସମସ୍ତ କ୍ଷେତ୍ରରେ ପ୍ରବେଶ କରିଥିଲା । ଜଣେ ଶୀର୍ଷସଫଳ ଶିଳ୍ପପତି ବ୍ୟତୀତ ଟାଟାଙ୍କର ଅତ୍ୟନ୍ତ ସରଳ ଜୀବନଶୈଳୀ, ନମ୍ର-ଭଦ୍ର ସ୍ବଭାବ ଓ ଭାରତୀୟ ସମାଜର ଆର୍ଥନୈତିକ ଉନ୍ନତି ପାଇଁ ସମାଜସେବା କ୍ଷେତ୍ରରେ ଦାତବ୍ୟ କାର୍ଯ୍ୟ ତାଙ୍କୁ ଏକ ଭିନ୍ନ, ଲୋକପ୍ରିୟ ବ୍ୟକ୍ତିତ୍ବର ପରିଚୟ ଦେଇଥିଲା ।

  • ରାଷ୍ଟ୍ରପତି- ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଟାଟାଙ୍କ ଦେହେନ୍ତରେ ଭାରତର ଉଦ୍ୟୋଗଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । ସେହିପରି ଶିଳ୍ପଜଗତ ସହ ଜଡିତ ତମାମ୍‌ ବିଶିଷ୍ଟ ବ୍ୟକ୍ତିବିଶେଷ ଟାଟାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବା ସହ ତାଙ୍କ ଅବଦାନକୁ ସ୍ମରଣ କରିଛନ୍ତି ।

ପରଲୋକରେ ଶିଳ୍ପସମ୍ରାଟ ରତନ ଟାଟା, ବିଶ୍ବବ୍ୟାପୀ ଶୋକ
ପରଲୋକରେ ଶିଳ୍ପସମ୍ରାଟ ରତନ ଟାଟା, ବିଶ୍ବବ୍ୟାପୀ ଶୋକ (ETV Bharat Odisha)
  • ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ

କେବଳ ଭାରତରେ ନୁହେଁ, ବିଶ୍ବବ୍ୟାପୀ ମଧ୍ୟ ଶୋକ ପ୍ରକାଶ ପାଇଛି । ଟାଟାଙ୍କୁ ଭାରତ ସରକାର ପଦ୍ମଭୂଷଣ ଓ ପଦ୍ମବିଭୂଷଣରେ ସମ୍ମାନିତ କରିଥିଲେ । ତାଙ୍କର ଶେଷ ଦର୍ଶନ ପାଇଁ ବହୁବିଶିଷ୍ଟ ବ୍ୟକ୍ତିବିଶେଷ ମୁମ୍ବାଇରେ ପହଞ୍ଚିବାରେ ଲାଗିଛନ୍ତି । ଆଜି ତାଙ୍କର ଶେଷକୃତ୍ୟ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେବ ।

  • ବମ୍ବେ ପ୍ରେସିଡେନ୍ସିରେ ହୋଇଥିଲା ଜନ୍ମ

1937 ରେ ତତ୍କାଳୀନ ବମ୍ବେ ପ୍ରେସିଡେନ୍ସି (ବର୍ତ୍ତମାନ ଗୁଜୁରାଟ) ଟାଟା ପରିବାରରେ ଜନ୍ମଗ୍ରହଣ କରିଥିଲେ ରତନ ଟାଟା । ବାପା ଥିଲେ ନାଭାଲ ଟାଟା । ବିଦେଶରେ ଶିକ୍ଷା ଗ୍ରହଣ କରିବା ପରେ ସେ 1962ରେ ପାରିପାରିବ ବ୍ୟବସାୟିକ କମ୍ପାନୀ ସହ ଯୋଡି ହୋଇଥିଲେ । ରତନ ଟାଟାଙ୍କ ନେତୃତ୍ବରେ ଟାଟା ସମୂହ ଏକାଧିକ କ୍ଷେତ୍ରରେ ନିଜ ବ୍ୟବସାୟିକ ନେଟଓ୍ବାର୍ତ ସଫଳତାର ସହ ବୃଦ୍ଧି କରିଥିଲା । ଟାଟା ଷ୍ଟିଲ ଓ ଟାଟା ମୋଟର୍ସ ନୂଆ ଉଚ୍ଚତାକୁ ଛୁଇଁଥିଲା । ଟାଟା ଷ୍ଟିଲ ଡିଭିଜନରେ ସେ କାମ ଆରମ୍ଭ କରିଥିଲେ । ପରେ 1977 ରେ ତାଙ୍କୁ ନ୍ୟାସନାଲ ରେଡିଓ ଓ ଇଲୋକ୍ଟ୍ରୋନିକ୍ସ କମ୍ପାନୀର ଦାୟିତ୍ବ ମିଳିଥିଲା । 1991ରେ ଜେ.ଆର.ଡି ଟାଟା ‘ଟାଟା ସନ୍ସ’ର ମୁଖ୍ୟ ପଦରୁ ଅବ୍ୟାହତି ନେବା ସହ ରତ ଟାଟାଙ୍କୁ ତାଙ୍କ ବ୍ୟବସାୟିକ ଉତ୍ତରାଧିକାରୀ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ :-ଅସୁସ୍ଥତା ନେଇ ମୁହଁ ଖୋଲିଲେ ଟାଟା ଟାଇକୁନ, 'ସୁସ୍ଥ ଅଛି, ନିୟମିତ ଚେକ୍ ଅପ୍' - Ratan Tata Health Updates

ଏହା ମଧ୍ୟ ପଢନ୍ତୁ:-ଦଶହରାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏହି ବର୍ଷ ଯାଏଁ ମାଗଣାରେ ମିଳିବ ପୃଷ୍ଟିକର ଚାଉଳ

  • ‘ଟାଟା-ଇଣ୍ଡିକା’ରୁ ‘ଲ୍ୟାଣ୍ଡ-ରୋଭର’ ପର୍ଯ୍ୟନ୍ତ

ଭାରତୀୟ ଅଟୋମୋବାଇଲ କ୍ଷେତ୍ରରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ‘ଟାଟା-ଇଣ୍ଡିକା’ କାର ଥିଲା ରତନ ଟାଟାଙ୍କ ଡ୍ରିମ ପ୍ରୋଜେକ୍ଟ । ଏହା ଅଭୂତପୂର୍ବ ଲୋକପ୍ରିୟତା ହାସଲ କରିଥିଲା । ପରେ ସେ ବିଶ୍ବର ସବୁଠାରୁ ଶସ୍ତା କାରା ‘ଟାଟା- ନାନୋ’ ମଧ୍ୟ ବଜାରକୁ ଆଣି ରେକର୍ଡ କରିଥିଲେ । ଟାଟା ଷ୍ଟିଲ୍‌, ଟାଟା କନସଲଟାନ୍ସି, ଟାଟା ମୋଟର୍ସ, ଟାଟା ପାଓ୍ବାର, ଟାଟା ସଲ୍ଟ ପରି କମ୍ପାନୀ ମାଧ୍ୟମରେ ବିଶାଳ ବ୍ୟବସାୟିକ ନେଟଓ୍ବାର୍କ ଛିଡା କରିବା ସହ ‘ଲ୍ୟାଣ୍ଡ-ରୋଭର’ ଓ ‘ଜାଗୁଆର’ ପରି ୟୁରୋପୀୟ ‘ଏସୟୁଭି’ କାର କମ୍ପାନୀକୁ ଅଧିଗ୍ରହଣ କରିଥିଲା ରତନ ଟାଟାଙ୍କ ‘ଟାଟା ସନ୍ସ’ । ତାଙ୍କର କାର୍ଯ୍ୟକାଳ ସମୟରେ ଟାଟା ଗ୍ରୁପର ସମ୍ପତ୍ତି ପ୍ରାୟ 40 ଗୁଣା ବୃଦ୍ଧି ହୋଇଥିଲା ।

  • 2012 ରେ ଜନ୍ମଦିନରେ ଅବସର ଇସ୍ତଫା ସହ ଘୋଷଣା କରିଥିଲେ ଉତ୍ତରାଧିକାରୀ-

ରତନ ଟାଟା ଅବିବାହିତ ଥିଲେ । 2012 ଡିସେମ୍ବର 28 ତାରିଖରେ ସେ ତାଙ୍କର 75ତମ ଜନ୍ମଦିନ ଅବସରରେ ‘ଟାଟା ସମୂହ’ର ମୁଖ୍ୟ ଭାବେ ଇସ୍ତାଫା ଘୋଷଣା କରିବା ସହ ନିଜ ଉତ୍ତରାଧିକାରୀ ଭାବେ ସାଇରସ ମିସ୍ତ୍ରୀଙ୍କ ନାମ ଘୋଷଣା କରିଥିଲା । ମିସ୍ତ୍ରୀ ସେତେବେଳେ ‘ସାପୋରଜୀ-ପାଲୋନଜୀ ଗ୍ରୁପ’ର ମୁଖ୍ୟ ଭାବେ କାମ କରୁଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏହି ନିଷ୍ପତ୍ତି ଭିନ୍ନ ମୋଡ ନେଇଥିଲା । 2016 ରେ ସାଇରସ ମିସ୍ତ୍ରୀଙ୍କୁ ଟାଟା ସନ୍ସର ମୁଖ୍ୟ ପଦରୁ ହଟିବାକୁ ପଡିଥିଲା । ପୁଣି ଥରେ ରତନ ଟାଟା ‘ଟାଟା ସନ୍ସ’ର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । 2017ରେ ସେ ‘ଟାଟା ସନ୍ସ’ର ଅନ୍ତରୀଣ ଅଧ୍ୟକ୍ଷ ପଦରୁ ଇସ୍ତାଫା ଦେବା ସହ ନଟରାଜନ ଚନ୍ଦ୍ରଶେଖରନଙ୍କ ନାମ ସୁପାରିଶ କରିଥିଲେ । ଏବେ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ନଟରାଜନ ହିଁ ଦାୟିତ୍ବରେ ଅଛନ୍ତି । ଅବସର ଗ୍ରହଣ କରିବା ପରେ ମଧ୍ୟ ଟାଟା ବ୍ୟବସାୟ ଜଗତ ସହ ଯୋଡି ହୋଇ ରହିଥିଲେ ।

  • ସଫଳତା ଓ ସମ୍ମାନ

ରତନ ଟାଟା ବିଶ୍ବର ବିଭିନ୍ନ ଦେଶର ଏକାଧିକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଓ ସରକାରଙ୍କ ପକ୍ଷରୁ ସମ୍ମାନିତ ହୋଇଛନ୍ତି । 2007ରେ ସେ ‘ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ ଆଣ୍ଡ ପଲିଟିକାଲ ସାଇନ୍ସ’ର ସମ୍ମାନଜନକ ଫେଲୋସିପ୍ ଗ୍ରହଣ କରିଥିଲେ । 2010 ରେ 'ଓସଲୋ ବିଜିନେସ ପିସ ଆଓ୍ବାର୍ଡ' ଓ 2014ରେ ସମ୍ମାନଜନକ ‘ନାଇଟ୍ ଗ୍ରାଣ୍ଡ୍ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ବ୍ରିଟିଶ୍ ଏମ୍ପାୟାର' ଏବଂ ଫ୍ରାନ୍ସ ସରକାରଙ୍କ ଦ୍ୱାରା ‘କମାଣ୍ଡର ଅଫ୍ ଲେଜିଅନ୍ ଅଫ୍ ହନର’ ରେ ତାଙ୍କୁ ସମ୍ମାନିତ କରାଯାଇଥିଲା ।

  • ପଦ୍ମବିଭୂଷଣରେ ସମ୍ମାନିତ କରିଛନ୍ତି ଭାରତ ସରକାର:-

ଭାରତୀୟ ଶିଳ୍ପ ଜଗତରେ ଅତୂଳନୀୟ ଅବଦାନ ପାଇଁ ଟାଟାଙ୍କୁ ପ୍ରଥମେ 2000 ମସିହାରେ ‘ପଦ୍ମଭୂଷଣ’ ଓ ପରେ 2008 ମସିହାରେ ଦେଶର ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରିଥିଲେ ଭାରତ ସରକାର । ତାଙ୍କୁ ମହାରାଷ୍ଟ୍ର ସରକାର ମଧ୍ୟ ‘ମହାରାଷ୍ଟ୍ର ଭୂଷଣ’ ସମ୍ମାନରେ ସମ୍ମାନିତ କରିଥିଲେ । ଏହା ସହ ତାଙ୍କୁ ବିଭିନ୍ନ ଜାତୀୟ ଶିକ୍ଷାନୁଷ୍ଠାନ ଓ ବିଶ୍ବବିଦ୍ୟାଳୟଗୁଡିକ ମଧ୍ୟ ସମ୍ମାନଜନକ ଉପାଧି ଓ ଡିଗ୍ରୀରେ ସମ୍ମାନିତ କରିଛନ୍ତି ।

  • ସମାଜସେବା କ୍ଷେତ୍ରରେ ଥିଲା ଭିନ୍ନ ରୁଚି:-

ବିଶାଳ ବ୍ୟବସାୟିକ ସାମ୍ରାଜ୍ୟର ମୁଖ୍ୟ ହୋଇ ମଧ୍ୟ ତାଙ୍କର ଜୀବନଶୈଳୀ ଥିଲା ବେଶ ସାଧାସିଧା, ସରଳ ଓ ନିରାଡମ୍ବର । ଟାଟା ଗ୍ରୁପ ବିଭିନ୍ନ କମ୍ପାନୀ ଓ ସଂସ୍ଥା ନିକଟରେ ମୋଟ 30 ଲକ୍ଷ କୋଟିର ସମ୍ପତ୍ତି ଥିବା ବେଳେ ଏହାର ମୁଖ୍ୟ ରତନ ଟାଟାଙ୍କ ନିକଟରେ ବ୍ୟକ୍ତିଗତ ସମ୍ପତ୍ତି 3 ହଜାର 8 ଶହ କୋଟି ଥିଲା । ଏହି ତଥ୍ୟ ପ୍ରକାଶ ପାଇବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ଏହାର କାରଣ ଥିଲା, ଟାଟା କେବଳ ବ୍ୟବସାୟିକ ଲାଭଖୋର ମନୋବୃତ୍ତି କିମ୍ବା ପ୍ରତିଯୋଗିତାରେ ବିଶ୍ବାସ କରୁନଥିଲେ । ଭାରତୀୟ ସମାଜର ଆର୍ଥନୈତିକ ଉତ୍ଥାନ ପାଇଁ ତାଙ୍କର ଏକ ଲମ୍ବା ଭିଜନ ଥିଲା । ‘ଟାଟା ଗ୍ରୁପ’ ଅଧୀନରେ ପରିଚାଳିତ ଟାଟା ଟ୍ରଷ୍ଟକୁ ନିଜ ଆୟର 66 ପ୍ରତିଶତ ଦାନ କରୁଥିଲେ ରତନ ଟାଟା । ଶିକ୍ଷା, ସ୍ବାସ୍ଥ୍ୟ ଓ ବିଭିନ୍ନ ସମ୍ବଦନଶୀଳ ବର୍ଗର ଆର୍ଥନୈତିକ ଉନ୍ନତି ପାଇଁ ଏହି ଟ୍ରଷ୍ଟ କାମ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 1 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.