Odisha New Cabinet: ଏଣିକି ୫T ନୁହେଁ ୬Tରେ କାର୍ଯ୍ୟ କରିବେ ମନ୍ତ୍ରୀ - ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା
🎬 Watch Now: Feature Video
ଭୁବନେଶ୍ବର: ବିଭାଗ ବଣ୍ଟନ ପରେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ନବ ଗଠିତ ମନ୍ତ୍ରୀମଣ୍ଡଳର ସଦସ୍ୟ । ନୂଆମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ସମସ୍ୟା ବୁଝି ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବିଜେଡିର ନିର୍ବାଚନୀ ଇସ୍ତାହାର ଅନୁଯାୟୀ କାମ କରିବାକୁ ନିର୍ଦ୍ଦେଶ ରହିଛି । ଏଣିକି ୫T ନୁହେଁ ୬Tରେ କାର୍ଯ୍ୟ କରିବେ ମନ୍ତ୍ରୀ । ଷଷ୍ଠ T ହେଉଛି Tour । ବିଭିନ୍ନ ସ୍ଥାନକୁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।