ETV Bharat / technology

2025 Honda Unicorn ଭାରତରେ ଲଞ୍ଚ୍‌; ଦାମ କେତେ ଜାଣନ୍ତୁ - 2025 HONDA UNICORN LAUNCHED

ଭାରତରେ ହୋଣ୍ଡା ୟୁନିକର୍ଣ୍ଣ ବାଇକ୍‌ ଲଞ୍ଚ ହୋଇଛି । ଏହାର ଦାମ କେତେ ଓ କଣ ସୁବିଧା ମିଳିବ ବିସ୍ତୃତ ଭାବରେ ଜାଣନ୍ତୁ...

2025 Honda Unicorn
2025 Honda Unicorn (Photo Credit- Honda2wheelersindia)
author img

By ETV Bharat Tech Team

Published : 17 hours ago

ହାଇଦ୍ରାବାଦ: ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ Honda Motorcycle India ନିକଟରେ ଅପଡେଟେଡ Activa 125, SP 125 ଓ SP160କୁ ଲଞ୍ଚ କରିଛି । ଏବେ କମ୍ପାନୀ 2025 Honda Unicorn ବାଇକକୁ ଲଞ୍ଚ କରିଛି । ଗତ କିଛି ଦିନଗୁଡ଼ିକରେ କମ୍ପାନୀ ନିଜର ଅନେକ ପ୍ରଡକ୍ଟକୁ OBD2B ନିୟମ ଅନୁଯାୟୀ ଅପଡେଟ କରୁଛି । ଏହାରି ସହିତ Unicornକୁ ମଧ୍ୟ କମ୍ପାନୀ ଅପଗ୍ରେଡ କରିଛି ।

ପୁରୁଣା ମଡେଲ ଅପେକ୍ଷା ହେଲା ମହଙ୍ଗା

ଏହା ସହିତ 2025 ହୋଣ୍ଡା ୟୁନିକର୍ଣ୍ଣକୁ ଅନେକ ଅପଡେଟ ଏବଂ ଫିଚର ଦେଇଛି କମ୍ପାନୀ । ଏହା ସହିତ ଏହାର ମୂଲ୍ୟରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । କମ୍ପାନୀ 2025 ହୋଣ୍ଡା ୟୁନିକର୍ଣ୍ଣକୁ 1.19 ଲକ୍ଷ ଟଙ୍କା (ଏକ୍ସ-ଶୋ’ରୁମ୍)ରେ ଲଞ୍ଚ କରିଛି, ଯାହାକି ବର୍ତ୍ତମାନର ମଡେଲ ତୁଳନାରେ 8,000 ଟଙ୍କା ମହଙ୍ଗା ହୋଇଛି ।

2025 Honda Unicorn
2025 Honda Unicorn (Photo Credit- Honda2wheelersindia)

କଣ ରହିଛି ଫିଚର ?

ନୂତନ ମଡେଲ ବିଷୟରେ କହିବାକୁ ଗଲେ 2025 ହୋଣ୍ଡା ୟୁନିକର୍ଣ୍ଣକୁ ଏକ ଅଲ-ଏଲଇଡି ହେଡଲାଇଟ୍ ସହିତ ଫିଟ୍ କରାଯାଇଛି । କିନ୍ତୁ ହେଡଲାଇଟ୍ ୟୁନିଟ୍‌ର ଡିଜାଇନ ଏବଂ ଲେଆଉଟ୍ ସମାନ ରହିଛି । 2025 ହୋଣ୍ଡା ୟୁନିକର୍ଣ୍ଣକୁ ଅପଡେଟ୍ କରାଯାଇ ଅଲ୍‌ ଡିଜିଟାଲ୍ LCD କ୍ଲଷ୍ଟର ମଧ୍ୟ ପ୍ରଦାନ କରାଯାଇଛି, ଯାହା ଏକ ଗିଅର୍ ପୋଜିସନ୍ ଇଣ୍ଡିକେଟର, ସର୍ଭିସ ଡ୍ୟୁ ଇଣ୍ଡିକେଟର ଏବଂ 'ଇକୋ' ଇଣ୍ଡିକେଟର ପ୍ରଦର୍ଶନ କରିବ । ଏହା ବ୍ୟତୀତ କମ୍ପାନୀ ଏହି ମୋଟର ସାଇକେଲରେ 15 ୱାଟ୍‌ର USB-C ଚାର୍ଜିଂ ପୋର୍ଟ ମଧ୍ୟ ଯୋଗାଇ ଦେଇଛି ।

କିପରି ରହିଛି ଇଞ୍ଜିନ ?

2025 ହୋଣ୍ଡା ୟୁନିକର୍ଣ୍ଣ ଅପଡେଟେଡ ମଡେଲରେ 162.71cc, ସିଙ୍ଗଲ୍ ସିଲିଣ୍ଡର, ଫ୍ୟୁଲ-ଇଞ୍ଜେକ୍ଟେଡ ଇଞ୍ଜିନ ସହିତ ଆସିଛି, ଯାହାକି ପୂର୍ବ ମଡେଲ ଅପେକ୍ଷା ସାମାନ୍ୟ ଅଧିକ ଶକ୍ତି ଦେଇଥାଏ । ଏହି ଇଞ୍ଜିନ୍ 13.1bhpର ଶକ୍ତି ଏବଂ 14.58 Nmର ଟର୍କ ପ୍ରଦାନ କରେ । ଏହା ସହିତ 5-ସ୍ପିଡ୍ ଗିଅରବକ୍ସ ପୂର୍ବ ପରି ଦିଆଯାଇଛି ।

ତିନୋଟି ରଙ୍ଗରେ ଉପଲବ୍ଧ

2025 ହୋଣ୍ଡା ୟୁନିକର୍ଣ୍ଣକୁ ସମୁଦାୟ 3ଟି ରଙ୍ଗ ବିକଳ୍ପରେ ଉପସ୍ଥାପିତ କରାଯାଇଛି, ସେଗୁଡ଼ିକ ହେଉଛି:

  • ପର୍ଲ ଇଗ୍ନିଅସ ବ୍ଲାକ୍‌
  • ମ୍ୟାଟ୍‌ ଏକ୍ସିସ ଗ୍ରେ ମେଟାଲିକ୍‌
  • ରେଡିଏଣ୍ଟ ରେଡ ମେଟାଲିକ୍‌
ଏହା ବି ପଢନ୍ତୁ
  1. ଅପଡେଟେଡ୍‌ Honda SP 125 ଭାରତରେ ଲଞ୍ଚ୍‌; ଜାଣନ୍ତୁ ଦାମ ଓ ଫିଚର
  2. TFT ଡିସପ୍ଲେ ସହ ଲଞ୍ଚ ହେଲା ଅପଡେଟଡ Honda Activa 125, ଜାଣନ୍ତୁ ଦାମ
  3. ଲଞ୍ଚ ହେଲା Kawasaki KLX230, ଦାମ ଓ ସ୍ପେଶିଫିକେସନ ଜାଣନ୍ତୁ
  4. ମାର୍କେଟକୁ ଆସିଲା ସୁନା ସ୍କୁଟି; Ola S1 Pro ଇଲେକଟ୍ରିକ ସ୍କୁଟରର ଖୁଲାସା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.