ETV Bharat / entertainment

'ଦ ଆକ୍ସିଡେଣ୍ଟାଲ୍ ପ୍ରାଇମମିନିଷ୍ଟର-ମେ ଅଟଲ ହୁଁ'...ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ମିତ ଏହି ଫିଲ୍ମ - TOP 5 MOVIES MADE ON PRIME MINISTER

ଭାରତୀୟ ରାଜନେତାଙ୍କ ଉପରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଜାଣନ୍ତୁ ସେହି ଚଳଚ୍ଚିତ୍ରଗୁଡ଼ିକ ବିଷୟରେ ଯାହା ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ମିତ ହୋଇଛି...

Top 5 movies on Prime Minister of India
Top 5 movies on Prime Minister of India (film posters)
author img

By ETV Bharat Entertainment Team

Published : 17 hours ago

ହାଇଦ୍ରାବାଦ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଗତ ଡିସେମ୍ବର 26 ତାରିଖ ବିଳମ୍ୱିତ ସନ୍ଧ୍ୟାରେ ଦେହାନ୍ତ କରିଛନ୍ତି । ଯାହାଙ୍କୁ ଦେଶର ଅର୍ଥନୈତିକ ସଂସ୍କାରର ସୃଷ୍ଟିକର୍ତ୍ତା ମଧ୍ୟ କୁହାଯାଏ । ତାଙ୍କ ବିୟୋଗରେ ସାରା ଦେଶ ସ୍ତବ୍ଧ ହୋଇଥିବା ବେଳେ ନେତାଙ୍କ ଠାରୁ ସେଲିବ୍ରିଟି ସମସ୍ତେ ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଚଳୀ ଜଣାଇଛନ୍ତି । ମନମୋହନ ସିଂଙ୍କ ଉପରେ ଏକ ଫିଲ୍ମ 'ଦ ଆକ୍ସିଡେଣ୍ଟାଲ୍ ପ୍ରାଇମମିନିଷ୍ଟର' ମଧ୍ୟ ନିର୍ମାଣ କରାଯାଇଛି । ଜୀବନୀ ଚଳଚ୍ଚିତ୍ର କେବଳ ଡକ୍ଟର ମନମୋହନ ସିଂଙ୍କ ଉପରେ ନୁହେଁ, ଦେଶର ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ଉପରେ ମଧ୍ୟ ନିର୍ମିତ ହୋଇଛି। ତେବେ ଆସନ୍ତୁ ଜାଣିବା ଏହି ଚଳଚ୍ଚିତ୍ରଗୁଡ଼ିକ ବିଷୟରେ...

ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ମିତ ବଲିଉଡ ଫିଲ୍ମ:-

1. ମନମୋହନ ସିଂ ଜୀବନୀ ଉପରେ ନିର୍ମିତ ଏହି ଫିଲ୍ମ

'ଦ ଆକ୍ସିଡେଣ୍ଟାଲ୍ ପ୍ରାଇମମିନିଷ୍ଟର' ଅନୁପମ ଖେରଙ୍କ ଅଭିନୀତ ସଞ୍ଜୟ ବାରୁଙ୍କ ପୁସ୍ତକ 'ଦ ଆକ୍ସିଡେଣ୍ଟାଲ୍ ପ୍ରାଇମମିନିଷ୍ଟର' ଉପରେ ଆଧାରିତ ଏକ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ର 2019 ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ଅନୁପମ ଖେର, ଅକ୍ଷୟ ଖାନ୍ନା ପ୍ରମୁଖ ଭୂମିକାରେ ଥିଲେ । ସହ-ଷ୍ଟାର ଭୂମିକାରେ ସୁଜାନ ବର୍ନର୍ଟ, ଆହାନା କୁମ୍ରା, ଅର୍ଜୁନ ମଥୁର, ଭିପିନ ଶର୍ମା ଏବଂ ଦିବ୍ୟା ସେଠୀ ନଜର ଆସିଥିଲେ । ବିଜୟ ରତ୍ନକର ଗୁଟେଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ମନମୋହନ ସିଂଙ୍କ ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟକାଳ, ତାଙ୍କ କ୍ୟାବିନେଟ୍, ଦେଶ ପାଇଁ ସଫଳତା ଏବଂ ପରିବର୍ତ୍ତନ ଚିତ୍ର ଦେଖିବାକୁ ମିଳିଛି ।

2. ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଉପରେ ନିର୍ମିତ ଏହି ଫିଲ୍ମ

ଦେଶର ସବୁଠାରୁ ପ୍ରିୟ ନେତା ମଧ୍ୟରୁ ଜଣେ ଅଟଳ ବିହାରୀ ବାଜପେୟୀ । ଜଣେ ଜନନାୟକ, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଧିକାରୀ ଭାବେ ଅଟଳ ବିହାରୀ ବାଜପେୟୀ ସୁପରିଚିତ । ତାଙ୍କର ଏହି ଯାତ୍ରାକୁ ଜୀବନ୍ତ ରଖିବା ପାଇଁ ଫିଲ୍ମ 'ମେଁ ଅଟଲ୍ ହୁଁ' ଫିଲ୍ମ ପ୍ରସ୍ତୁତ । ରବି ଯାଦବଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତା ପଙ୍କଜ ତ୍ରିପାଠୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସିଥିଲେ । ଯାହା ଚଳିତ ବର୍ଷ ଜାନୁଆରୀ 19ରେ ରିଲିଜ ହୋଇଥିଲା । 'ମେଁ ଅଟଲ୍ ହୁଁ'ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜଣେ ଶ୍ରମିକଙ୍କ ଠାରୁ ଭାରତର ସବୁଠାରୁ ପ୍ରିୟ ରାଜନେତା ହେବା ପର୍ଯ୍ୟନ୍ତ ଏକ ଅଦୃଶ୍ୟ ଯାତ୍ରାର ଝଲକ ଦେଖିବାକୁ ମିଳିଥିଲା ।

3. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀବନୀ ଉପରେ ନିର୍ମିତ ଏହି ଫିଲ୍ମ

ଓମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି' ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ନିର୍ମିତ ଫିଲ୍ମ । ଏହି ଚଳଚ୍ଚିତ୍ରରେ ପିଏମ ମୋଦି ଭୂମିକାରେ ବିବେକ ଓବରୋଏଙ୍କୁ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ଜରିନା ୱାହାବ, ମନୋଜ ଯୋଶୀ, ସୁରେଶ ଓବେରୋଇ ସହ-ଷ୍ଟାର ଭାବରେ ନଜର ଆସିଥିଲେ। 2019 ରେ ମୁକ୍ତିଲାଭ କରିଥିବା 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି' ନରେନ୍ଦ୍ର ମୋଦିଙ୍କ ପିଲାଦିନର ଝଲକ ଦର୍ଶାଯାଇଛି, ସନ୍ୟାସୀ ହେବା ନିଷ୍ପତ୍ତିଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ, ଧାରା 370, ସର୍ଜିକାଲ ଷ୍ଟ୍ରାଇକ୍, ବିମୁଦ୍ରୀକରଣ ଭଳି ଦେଶ ପାଇଁ ବଡ ନିଷ୍ପତ୍ତି ନେଇଥିବା ଯାତ୍ରା ଦର୍ଶାଯାଇଛି ।

4. 'ଚଲୋ ଜିତେ ହେଁ'

'ଚଲୋ ଜିତେ ହେଁ' ଏକ କ୍ଷୁଦ୍ର ଚଳଚ୍ଚିତ୍ର । ଚଳଚ୍ଚିତ୍ରର କାହାଣୀ ବିଷୟରେ କହିବାକୁ ଗଲେ, ନାରୁ ନାମକ ଏକ ଛୋଟ ବାଳକର କୌତୁହଳର ଝଲକ ଦେଖିବାକୁ ମିିଳିଛି । ନାରୁ ଅନ୍ୟମାନଙ୍କ ପାଇଁ ଯଥାସମ୍ଭବ କରି ଜୀବନର ପ୍ରକୃତ ଉଦ୍ଦେଶ୍ୟ ଆବିଷ୍କାର କରନ୍ତି । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନର ପ୍ରକୃତ ଘଟଣା ଦ୍ୱାରା ଅନୁପ୍ରାଣିତ । ମଙ୍ଗେଶ ହାଡୱଲେ ଏହି କ୍ଷୁଦ୍ର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ଏହି ପୁରା ଫିଲ୍ମ 29 ଜୁଲାଇ 2018 ରେ ମୁକ୍ତିଲାଭ କରିଥିଲା ।

5. ଇନ୍ଦିରା ଗାନ୍ଧୀଙ୍କ ଉପରେ ନିର୍ମିତ ଫିଲ୍ମ

କଙ୍ଗନା ରାଣାୱତଙ୍କ ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସି' ଜାନୁଆରୀ 17, 2025 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ରାଜନୈତିକ ନାଟକରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । କଙ୍ଗନା ଏହି ଫିଲ୍ମରେ ଅଭିନୟ କରିବା ସହ ସେ ଏହା ଲେଖିଛନ୍ତି, ନିର୍ଦ୍ଦେଶନା ଦେଇଛନ୍ତି ଏବଂ ପ୍ରଯୋଜନା କରିଛନ୍ତି । ଏହି ଫିଲ୍ମ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 1975 ରୁ 1977 ପର୍ଯ୍ୟନ୍ତ 21 ମାସ ପାଇଁ ଲାଗୁ ହୋଇଥିବା 'ଏମରଜେନ୍ସି' ଏବଂ ଏହାର ପରବର୍ତ୍ତୀ ଘଟଣା ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ଅନୁପମ ଖେର, ଶ୍ରେୟାସ ତାଲପଡେ, ମହିମା ଚୌଧୁରୀ, ମିଲିନ୍ଦ ସୋମନ ଏବଂ ସ୍ୱର୍ଗତ ଅଭିନେତା ସତୀଶ କୌଶିକ ମଧ୍ୟ କଙ୍ଗନାଙ୍କ ସହ ସ୍କ୍ରିନ ସ୍ପେସ୍ ସେୟାର କରୁଥିବା ନଜର ଆସିବେ।

ଏହା ମଧ୍ୟ ପଢନ୍ତୁ: ପରଲୋକରେ ମନମୋହନ ସିଂ; ସେଲିବ୍ରିଟିଙ୍କ ଶୋକ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.