ETV Bharat / politics

ଧାନ ସଂଗ୍ରହକୁ ନେଇ ଧର୍ମେନ୍ଦ୍ରଙ୍କୁ ରୋହିତଙ୍କ ଟାର୍ଗେଟ, କାଉଣ୍ଟର କଲେ ଜୟନାରାୟଣ - BJD BJP FACEOFF

ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ । ଧର୍ମେନ୍ଦ୍ରଙ୍କ ବୟାନକୁ ନେଇ ଜବାବ ରଖିଲା ବିଜେଡି । ସେପଟେ କାଉଣ୍ଟର କଲେ ଜୟନାରାୟଣ ମିଶ୍ର ।

BJD BJP Faceoff
BJD BJP Faceoff (ETV Bharat Odisha)
author img

By ETV Bharat Odisha Team

Published : Dec 27, 2024, 12:49 PM IST

Updated : Dec 27, 2024, 12:58 PM IST

ସମ୍ବଲପୁର: ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଜୋର ଧରିଲା ରାଜନୀତି । ସମ୍ବଲପୁର ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧାନ ସଂଗ୍ରହ ଠିକଠାକ ଚାଲିଛି କହିବା ସହ ପୂର୍ବ ସରକାରଙ୍କ ଯୋଗୁଁ ମଣ୍ଡି ଗୁଡିକରେ ଅବ୍ୟବସ୍ଥା ଥିବା କଥା କହିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ରେଢ଼ାଖୋଲର ପୂର୍ବତନ ବିଧାୟକ ତଥା ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଦେଇଥିବା ଧାନ କିଣା ସମ୍ପର୍କିତ ସୂଚନାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିବା ସହ ଏବେ ବି ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ସଂଗ୍ରହରେ ଅବ୍ୟବସ୍ଥା ରହିଛି ଓ କ୍ୱିଣ୍ଟାଲ ପ୍ରତି 5 କିଲୋ ଧାନ କଟନୀ ଛଟନୀ କରାଯାଉଛି ବୋଲି କହିଛନ୍ତି ରୋହିତ । ଏହା ସହ ବିଜେପି ପୂର୍ବରୁ ଦେଇଥିବା ସବୁ ପ୍ରତିଶୃତି ଯେମିତି ମିଛ ଥିଲା ବ୍ୟବସ୍ଥିତ ଧାନ କ୍ରୟ ମଧ୍ୟ ମିଥ୍ୟା ବୋଲି କହିଛନ୍ତି ରୋହିତ ପୂଜାରୀ ।

ମଣ୍ଡି ଅବ୍ୟସ୍ଥାକୁ ଧର୍ମେନ୍ଦ୍ରଙ୍କ ସ୍ବିକାର:

ସମ୍ବଲପୁର ପିଏଚଡ଼ି ପଡିଆରେ ଅନୁଷ୍ଠିତ କୃଷି ଯନ୍ତ୍ରପାତି ମେଳାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, "ଏଥର ଚାଷୀଙ୍କ ଠାରୁ କ୍ୱିଣ୍ଟାଲ ପ୍ରତି 3100 ଟଙ୍କାରେ ଧାନ କିଣାଯିବାର ବ୍ୟବସ୍ଥା ହୋଇଛି । ଖରିଫ ଋତୁରେ ସମ୍ବଲପୁର ଜିଲ୍ଲାରେ 30 ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯିବାକୁ ଧାର୍ଯ୍ୟ ହୋଇଛି । ବର୍ତ୍ତମାନ ସୁଦ୍ଧା 16 ଲକ୍ଷ ମେଟ୍ରିକ ଟନ କିଣା ସରିଛି l ଆଗାମୀ ମାସେ ଭିତରେ ବାକି ସବୁ ଧାନ କିଣା ଯିବାର ଲକ୍ଷ୍ୟ ପୁରା ହୋଇଯିବ । ଧାନ କ୍ରୟ କିପରି ସୁରୁଖୁରୁରେ ହେବ ଜିଲ୍ଲା ପ୍ରଶାସନ, ମନ୍ତ୍ରୀ, ରାଜ୍ୟ ନେତୃତ୍ୱ ଏହା ଉପରେ ନଜର ରଖିଛନ୍ତି । କିଛି ସମସ୍ୟା ଆମ କାନକୁ ଆସୁଛି l ସ୍ଥାନୀୟ ବିଧାୟକ ଜୟ ନାରାୟଣ ମିଶ୍ର, କୁଚିଣ୍ଡା ବିଧାୟକ ତଥା ମନ୍ତ୍ରୀ ରବି ନାୟକ ଏହା ଉପରେ ହସ୍ତକ୍ଷେପ କରୁଛନ୍ତି l ଆଗାମୀ ଦିନରେ ମଣ୍ଡିର ବ୍ୟବସ୍ଥାକୁ ଆହୁରି ବ୍ୟବସ୍ଥିତ କରାଯିବ l"

Dharmendra Pradhan
Dharmendra Pradhan (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...‘BJP ମିଛ କହି କ୍ଷମତାକୁ ଆସିଛି’: ନବୀନଙ୍କ ମନ୍ତବ୍ୟକୁ ଧର୍ମେନ୍ଦ୍ରଙ୍କ କାଉଣ୍ଟର

ଏହା ମଧ୍ୟ ପଢ଼ନ୍ତୁ...ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢ଼ନ୍ତୁ...ପାରାଦ୍ୱୀପ ପୂର୍ବ ଭାରତର ବିକାଶର ଦ୍ୱାର ପାଲଟିବ : ଧର୍ମେନ୍ଦ୍ର ପ୍ରଧାନ

ତେବେ ମଣ୍ଡିରେ ଥିବା ଅବ୍ୟବସ୍ଥାକୁ ଧର୍ମେନ୍ଦ୍ର ସ୍ୱୀକାର କରି କହିଥିଲେ, "ମଣ୍ଡିକୁ ଧାନ ଯାଉନାହିଁ, ମଣ୍ଡିରେ କେବଳ ଛୁଆଁ ହୋଇକି ଧାନ ମିଲକୁ ଯାଉଛି ଏଟା ସତ କଥା, ତାକୁ ମୁଁ ସ୍ୱୀକାର କରୁଛି l ବାହାଘର ବେଳେ ତ ଆମେ ବାଇଗଣ ରୋଇ ପାରି ନଥାନ୍ତୁ l ଆମ ଦାୟିତ୍ୱ ତ ଏବେ ଏବେ ଆସିଛି l ଆମେ ଆସିଲୁ ଜୁନ ମାସରେ ଧାନ କିଣିବାକୁ ପଡିଲା ନଭେମ୍ବର ମାସରେ l ତେଣୁ ଆମେ ପଲିସି ବନେଇଲୁ, ବ୍ୟାଙ୍କ ଖାତା ଖୋଲେଇଲୁ l ବ୍ୟାଙ୍କରେ ଯୋଡିବାର ବ୍ୟବସ୍ଥା କରେଇବାରେ ଜୋର ଦେଲୁ l ଯେତିକି ପଇସା ଆମେ ଦେବୁ ବ୍ୟାଙ୍କ ଖାତାରେ ଯିବ, ମଧ୍ୟସ୍ଥିମାନଙ୍କ ପାଖକୁ ନଯାଉ, ଏକଥା ଆମେ ଯୋଜନା କଲୁ l"

Dharmendra Pradhan At Sambalpur
Dharmendra Pradhan At Sambalpur (ETV Bharat Odisha)
ଧର୍ମେନ୍ଦ୍ରଙ୍କୁ ରୋହିତ ପୂଜାରୀଙ୍କ ଟାର୍ଗେଟ:

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ପ୍ରତିକ୍ରିୟାକୁ ନେଇ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ, ଧର୍ମେନ୍ଦ୍ର ଓ ବିଜେପିକୁ ଟାର୍ଗେଟ କରି କହିଛନ୍ତି, "ବିଜେପି ଦଳ ଯେଉଁ ବି ପ୍ରତିଶୃତି ଦେଇଛନ୍ତି ସବୁଥିରେ ଠକିଛନ୍ତି l ସୁଭଦ୍ରା ଯୋଜନାରେ କହିଥିଲେ 50 ହଜାର ଟଙ୍କା ପ୍ରତି ବର୍ଷ ଦେବୁ, ହେଲେ ଦେଲେ ନାହିଁ । ସ୍ୱାମୀନାଥନ ରିପୋର୍ଟକୁ ଲାଗୁ କରିବୁ ବୋଲି କହିଥିଲେ, କଟନୀ ଛଟନୀ ହେବନି ବୋଲି କହିଥିଲେ, କିନ୍ତୁ ସବୁଆଡେ 5 କେଜି ଲେଖାଏଁ କଟନୀଛଟନୀ ହେଉଛି l 300 ୟୁନିଟ ବିଜୁଳୀ ଫ୍ରି କରିବୁ ବୋଲି କହିଥିଲେ, ତାକୁ ବି କଲେନାହିଁ l ହାଇକୋର୍ଟ ବେଞ୍ଚ ସ୍ଥାପନା କରିବୁ ବୋଲି କହିଥିଲେ । ମହାନଦୀ ଉପର ମୁଣ୍ଡରେ ଯେଉଁ ସବୁ ବ୍ୟାରେଜ ହୋଇଛି ସେଗୁଡ଼କୁ କାହିଁକି ଭାଙ୍ଗୁ ନାହାଁନ୍ତି l ସମ୍ବଲପୁର ବିଶ୍ଵବିଦ୍ୟାଳୟକୁ ସେଣ୍ଟ୍ରାଲ ୟୁନିଭର୍ସିଟି ଷ୍ଟାଟସ, VSSUT ବୁର୍ଲାକୁ IIT ଷ୍ଟାଟସ ଦିଆଯାଉ l କିଛି କାମ ହେଉନି କେଵଳ ଗପ ଚାଲିଛି l ବର୍ତ୍ତମାନ ତାଙ୍କ ସରକାରଙ୍କୁ 6 ମାସ ହୋଇଗଲା କିନ୍ତୁ କୌଣସି ଭୁଲ ହୋଇଗଲେ ନବୀନ ସରକାରଙ୍କୁ ଦାୟୀ କରୁଛନ୍ତି l ଏଭଳି ମିଛ କଥା କହି ଲୋକଙ୍କୁ ଭୁଆଁ ବୁଲଉଛନ୍ତି l ଏହିଭଳି ସବୁ ସମସ୍ୟାକୁ ନେଇ ଆସନ୍ତା ଜାନୁଆରୀ 16 ତାରିଖରେ ପ୍ରମୁଖ ବିରୋଧୀ ଦଳ ଭାବେ ସମ୍ବଲପୁର ଜିଲ୍ଲପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ ।"

BJD BJP Faceoff (ETV Bharat Odisha)
କାଉଣ୍ଟର କଲେ ଜୟନାରାୟ:ସପେଟ ରୋହିତ ପୂଜାରୀଙ୍କ ପ୍ରତିକ୍ରିୟାକୁ କାଉଣ୍ଟର କରିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର l ସେ ରୋହିତଙ୍କୁ ଟାର୍ଗେଟ କରି କହିଛନ୍ତି, "ପୂର୍ବତନ ବିଧାୟକ ହାରି ଯାଇଥିବାରୁ ତାଙ୍କର ମସ୍ତିଷ୍କ ଗୋଳମାଳ ହୋଇଯାଇଛି l କଥା ହେଉଛି ସେ ଯେଉଁ ଜାଗାରେ ତ୍ରୁଟି ବିଚ୍ୟୁତି ଲକ୍ଷ୍ୟ କରୁଛନ୍ତି ସେ ଜାଗାରେ ଉଲ୍ଲେଖ କରନ୍ତୁ l ସେ ଯଦି ଆମକୁ କହିପାରିଲେ ବହୁତ ଭଲ ଆମକୁ କହି ନ ପାରିଲେ ଜିଲ୍ଲା ପ୍ରଶାସନକୁ କୁହନ୍ତୁ କଣ ତ୍ରୁଟି ରହିଛି । ସେହି ତ୍ରୁଟିକୁ ଆମେ ଦୂର କରିବୁ l ସେ ଏମିତି ବାହାରେ ଷ୍ଟେଟମେଣ୍ଟ ନ ଦେଇକି ଆମକୁ କୁହନ୍ତୁ, ବିଜେପି ସରକାର ସବୁ ସମାଧାନ କରିଦେବ l"

ଇଟିଭି ଭାରତ, ସମ୍ବଲପୁର

Last Updated : Dec 27, 2024, 12:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.