ଶିଙ୍ଗ ହଲାଇ ମୁଖ୍ୟମନ୍ତ୍ରୀଙ୍କ ଆଡକୁ ମାଡି ଆସିଲା ବଳଦ, ଆଉ ତା ପରେ - CM Basavaraj Bommai escaped from dangerous attack

🎬 Watch Now: Feature Video

thumbnail

By

Published : Apr 27, 2022, 11:04 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ବଳଦ ପୂଜା କରୁଥିଲେ । ହଠାତ୍ ଶିଙ୍ଗ ହଲାଇ ତାଙ୍କ ଆଡକୁ ମାଡି ଆସିଲା ବଳଦ । ହେଲେ ସୌଭାଗ୍ୟବଶତଃ ବଳଦଟି ମୁଖ୍ୟମନ୍ତ୍ରୀଙ୍କୁ କୌଣସି କ୍ଷତି ପହଞ୍ଚାଇ ପାରିନାହିଁ । ବଳଦ ଆକ୍ରମଣ କରିବାକୁ ଉଦ୍ୟତ ହେବା ମାତ୍ରେ ସେଠାରେ ଉପସ୍ଥିତ ଥିବା ଲୋକ ତାକୁ ଅଟକାଇ ଦେଇଥିଲେ । ଫଳରେ ମୁଖ୍ୟମନ୍ତ୍ରୀ ବୋମାଇ ଏକ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଯାହା ସୂଚନା ରହିଛି, କର୍ଣ୍ଣାଟକ ତାଲିକୋଟ ତାଲୁକ ଅନ୍ତର୍ଗତ ଏକ ଗାଁରେ ଏହି ଘଟଣା ଘଟିଛି । ଗ୍ରାମର ଜଣେ କୃଷକ ମୁଖ୍ୟମନ୍ତ୍ରୀଙ୍କୁ ନିଜର ବଳଦ ଦାନ କରିଥିଲେ । ବୋମାଇ ବଳଦକୁ ପୂଜା କରୁଥିବା ସମୟରେ ସେ ଆକ୍ରମଣ ପାଇଁ ମାଡି ଆସିଥିଲା । ଦେଖନ୍ତୁ କିପରି ଥିଲା ସେହି ସମୟର ଦୃଶ୍ୟ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.