ପାଖେଇ ଆସୁଛି ଦୀପାବଳି, ପରିବେଶକୁ ପ୍ରଦୂଷଣ ମୁକ୍ତ କରିବ ଚକୋଲେଟ ବାଣ - ପରିବେଶକୁ ପ୍ରଦୂଷଣ ମୁକ୍ତ କରିବ ଚକୋଲେଟ ବାଣ
🎬 Watch Now: Feature Video
ପୁଣେ: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି, ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ଧୁମଧାମରେ ଏହି ପର୍ବ ପାଳିବେ ଦେଶବାସୀ । ଏନେଇ ଏବେଠାରୁ ଅନେକ ସ୍ଥାନରେ ବାଣ ବିକ୍ରି ମଧ୍ୟ ଆରମ୍ଭ ହେଲାଣି । ତେବେ ବାଣ ଫୁଟାଇବା କାରଣରୁ ଏଥିରୁ ବାହାରୁଥିବା ଧୂଆଁ ଦ୍ବାରା ପରିବେଶ ପ୍ରଦୂଷଣକୁ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ପୁଣେର ମୂର୍ତ୍ତି ବେକେରିର ମାଲିକ ବିକ୍ରମ ମୂର୍ତ୍ତି ପ୍ରତିବର୍ଷ ଚକୋଲେଟ ବାଣ (Chocolate crackers ) ପ୍ରସ୍ତୁତ କରିଥାନ୍ତି । ବିଭିନ୍ନ ପ୍ରକାର ବାଣକୁ ଚକୋଲେଟରେ ତିଆରି କରଯାଇ ଏଠାରେ ବିକ୍ରି କରାଯାଉଛି ।