ଖେଳୁ ଖେଳୁ ଖୋଲା ଡ୍ରେନରେ ପଡିଲା ଶିଶୁ, ଦେବଦୂତ ସାଜି ବଞ୍ଚାଇଲେ ଯୁବକ - ଫରିଦାବାଦରେ ଖୋଲା ଡ୍ରେନରେ ପଡିଲା ଶିଶୁ
🎬 Watch Now: Feature Video
ଚଣ୍ଡିଗଡ଼: ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଗଲା ଜଣେ କୋମଳମତି ଶିଶୁ । ଅନ୍ୟମନସ୍କ ଥାଇ ଶିଶୁଟି ରାସ୍ତାରେ ଯାଉଥିବା ସମୟରେ ହଠାତ ମୃତ୍ୟୁର ଆଁ ମଧ୍ୟରେ ଖସିପଡିଥିଲା । ଏଭଳି ସମୟରେ ଦେବଦୂତ ସାଜିଥିଲେ ଜଣେ ଅଜଣା ପଥିକ । ପଥିକ ଜଣକ ରାସ୍ତାରେ ନିଜ ବାଇକ ନେଇ ଯାଉଥିବା ସମୟରେ କୌଣସି ମତେ ଡ୍ରେନରେ ଶିଶୁଟି ପଡିଥିବା ଜାଣି ତାକୁ ଉଦ୍ଧାର କରିଥିଲେ । ଫଳରେ ଶିଶୁଟି ପାଇଛି ଏକ ନୂଆ ଜୀବନ । ତେବେ ସୂଚନା ଥାଉ କି ହରିୟାଣାର ଇଣ୍ଡଷ୍ଟ୍ରିଆଲ ସିଟି କୁହାଯାଉଥିବା ଫରିଦାବାଦରେ ସ୍ଥାନେ ସ୍ଥାନେ ଖୋଲା ଡ୍ରେନ ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ସମସ୍ୟା ପାଲଟିଛି । ଏଭଳି ଦୁର୍ଘଟଣା ପ୍ରାୟ ପ୍ରତିଦିନ ସହରରେ ଦେଖିବାକୁ ମିଳୁଛି । ଏହି ଘଟଣା ଫରିଦାବାଦର ଏନଆଇଟି-୫ରୁ ସାମନାକୁ ଆସିଛି । ଏହି ଘଟଣା ଗତ ମାର୍ଚ୍ଚ ୨୦ ତାରିଖର ହୋଇଥିବା ବେଳେ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି । ଅନ୍ୟପଟେ କିଛି ଦିନ ପୂର୍ବରୁ ଏଭଳି ଖୋଲା ଡ୍ରେନ ଯୋଗୁଁ ବାଇକରେ ଯାଉଥିବା ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ।