ଦନ୍ତେଶ୍ବରୀ ମନ୍ଦିରରେ ୧୧ କିମି ଲମ୍ବର ଓଢଣୀ ଦାନ କଲେ ଛତିଶଗଡ ସିଏମ୍
🎬 Watch Now: Feature Video
ରାୟପୁର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଦନ୍ତେଓ୍ବାଡାର ଦନ୍ତେଶ୍ବରୀ ମନ୍ଦିରରେ ୧୧ କିମି ଲମ୍ବର ଲାଲ ରଙ୍ଗର ଓଢ଼ଣୀ ଚଢ଼ାଇଛନ୍ତି । ଏହାସହ ଏହି ଓଢ଼ଣୀକୁ ତିଆରି କରିଥିବା ଦନ୍ତେଓ୍ବାଡାର ଡେନେକ୍ସ କମ୍ପାନୀ ସାରା ବିଶ୍ୱରେ ରେକର୍ଡ କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମନ୍ଦିରରେ ପ୍ରାର୍ଥନା କରିଥିଲେ ଏବଂ ରାଜ୍ୟର ସମୃଦ୍ଧତା କାମନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମନ୍ଦିର ପରିସରରେ ମାଭଲି ମାତା ଏବଂ ଭୈରବ ଦେବତାଙ୍କୁ ପରିଦର୍ଶନ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ