ରଥଖଳା ହାଲଚାଲ: ଶୀତଳ ଷଷ୍ଠୀରେ ଚକ-ଅଖ ସଂଯୋଗ

By

Published : Jun 5, 2022, 4:11 PM IST

thumbnail

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ସୁରୁଖୁରୁରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ପରମ୍ପରା ଅନୁଯାୟୀ ଶୀତଳ ଷଷ୍ଠୀ ଅବସରରେ ସମସ୍ତ ଚକ ଓ ଅଖ ସଂଯୋଗ କରାଯାଇଛି  । ସୁରୁଖୁରୁରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଶୀତଳ ଷଷ୍ଠୀ ଅବସରରେ ସମସ୍ତ ଚକ ଓ ଅଖ ସଂଯୋଗ କରାଯାଇଛି । ଭୋଇ ସେବକମାନେ ଏହି କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ସେପଟେ ତିନିରଥ ପାଇଁ ଶେଷ ହୋଇଛି ୪୨ ଚକ ନିର୍ମାଣ । ନନ୍ଦିଘୋଷ ରଥର ୧୬, ତାଳଧ୍ଵଜ ରଥର ୧୪ ଏବଂ ଦେବଦଳନ ରଥର ୧୨ ଚକ ରହିଛି । ପାଞ୍ଚ ଦଣ୍ଡାରେ ମୁହାଣ୍ଟ ଲଗାଯାଇଛି । ଆଗପଛ ନିରାଡି ସଂଯୋଗ କରାଯାଉଛି । ପାର୍ଶ୍ଵ ଦଣ୍ଡାରେ କୁଡୁକା ଓ ନିରାଡି ଲଗାଯିବା କାର୍ଯ୍ୟ ଚାଲିଛି । ଗରଗରାଗୁଡିକରେ ବିନ୍ଧ କରାଯାଉଛି । ଚାରପରିଛା ନିର୍ମାଣ ପାଇଁ କାଠ ଚଉପଟ କରାଯାଉଛି । ତାଳଧ୍ଵଜ ଏବଂ ନନ୍ଦିଘୋଷ ରଥର ପୋଲଗୟଳ କାମ ଶେଷ ହୋଇଛି । ଦେବଦଳନ ରଥର ପୋଲଗୟଳ କାମ ଅବ୍ୟାହତ ରହିଛି । ରୂପକାର ସେବକମାନେ ତିନିରଥର ସିଂହାସନରେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ଦୋଳବେଦୀ କୋଣ ଅସ୍ଥାୟୀ କମାରଶାଳରେ ଓଝା ସେବକଙ୍କ ଦ୍ବାରା କଣ୍ଟାକବ୍‌ଜା ପ୍ରସ୍ତୁତ କରାଯାଉଛି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.