ରଥଖଳା ହାଲଚାଲ, 3 ରଥର ସରିଲା 27ଚକ ନିର୍ମାଣ କାର୍ଯ୍ୟ - କେମିତି ଚାଲିଛି ରଥଖଳା କାର୍ଯ୍ୟ

🎬 Watch Now: Feature Video

thumbnail

By

Published : May 25, 2022, 4:54 PM IST

ପୁରୀ: ପାଖେଇ ଆସୁଛି ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଆସନ୍ତା ଜୁଲାଇ ୧ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା । ମଇ 25 ତାରିଖ ବୁଧବାର ସୁଦ୍ଧା ତିନିରଥ ପାଇଁ ୨୭ ଚକ ନିର୍ମାଣ ଶେଷ ହୋଇଛି । ଅବଶିଷ୍ଟ ୧୫ଟି ଚକ ନିର୍ମାଣ ପାଇଁ ତୁମ୍ବଗୁଡ଼ିକରେ ଅର ଏବଂ ପହି ଲଗାଯାଉଛି । ସେହିପରି ପ୍ରତ୍ୟେକ ରଥର ୮ଟି ଲେଖାଏ ଭୂଇଁ ଚଉତା କାର୍ଯ୍ୟ ଶେଷ ହୋଇଛି । ୧୨ଟି ଅଖ ନିର୍ମାଣ କରାଯାଇଛି । ଏହାଛଡା ୧୨ଟି ମୁହାଣ୍ଟ ନିର୍ମାଣ ହୋଇ ଥିବାବେଳେ କୋଣଗୁଜ ଏବଂ ତିଖଗୁଜଗୁଡିକରେ ରୂପକାର ସେବକ ଖୋଦେଇ କରୁଛନ୍ତି । ମହାରଣା ସେବକଙ୍କ ଦ୍ଵାରା ନିରାଡି ଚଉପଟ କାମ କରାଯାଉଛି । ତାଳଧ୍ଵଜ ରଥର ୯, ନନ୍ଦିଘୋଷ ରଥର ୧୦ ଏବଂ ଦେବଦଳନ ରଥର ୮ଟି ଚକ ନିର୍ମାଣ ସରିଥିବା ଜଣାପଡିଛି । ଭୋଇ ସେବକମାନେ ରଥଖଳାରେ କାଠ ଯୋଗାଇବା ସହ ସିଙ୍ଗଡା ବାଡିଆ କାର୍ଯ୍ୟ କରୁଛନ୍ତି । ଅସ୍ଥାୟୀ କମାରଶାଳରେ ବଳା, ଦଣ୍ଡା, ପନ୍ଦାରି ଏବଂ କଣ୍ଟାକବ୍‌ଜା ପ୍ରସ୍ତୁତ କରାଯାଉଛି । ରଥ ନିର୍ମାଣ କାର୍ଯ୍ୟ ପୂର୍ବାପେକ୍ଷା ଅଧିକ ତ୍ଵରାନ୍ଵିତ ହୋଇଛି । ୧୯୨ଜଣ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.