ରଥଖଳା ହାଲଚାଲ: ତିନି ରଥର ଅଖ କାର୍ଯ୍ୟ ଅନୁକୂଳ

By

Published : May 17, 2022, 4:50 PM IST

thumbnail

ପୁରୀ: ଜୁଲାଇ 1(ଶୁକ୍ରବାର) ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା । ରଥ ନିର୍ମାଣରେ ନିମଗ୍ନ ସେବକ । ତିନି ରଥର ଚକ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଆସନ୍ତା ଭଉଁରୀ ତିଥିରେ ତିନିରଥର ଦୁଇଟି ଲେଖାଏଁ ଚକ ଓ ଗୋଟିଏ ଅଖ ସଂଯୋଗର ପରମ୍ପରା ରହିଛି । ଏଥିପାଇଁ 3ଟି ରଥ 6 ଟି ଚକ କାର୍ଯ୍ୟ ଶେଷ ହେବା ଉପରେ । ସେପଟେ ତିନୋଟି ରଥ ଅଖହଣା କାର୍ଯ୍ୟ ଆଜି(ମଙ୍ଗଳବାର) ଅନୁକୂଳ ହୋଇଛି । ସେହିପରି ଗୁଜ, କୁଡୁକା, ଜଳଯନ୍ତ୍ର ପାଇଁ କାଠହଣା ଚାଲୁ ରହିଛି । ରୂପକାର ସେବକମାନେ ଗୁଜ ଉପରେ ସିଂହ ବିରାଳ ଖୋଦେଇ କରୁଛନ୍ତି । ଆଗାମୀ ଭଉଁରୀ ତିଥି ପାଇଁ ତିନିରଥର ଚକ ଅଖ ସଂଯୋଗ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.