ଦେବୀ ମା ଶାରଳାଙ୍କ ପୀଠରେ ଚନ୍ଦନ ଯାତ୍ରା ଉଦଯାପିତ - ଦେବୀ ମା ଶାରଳାଙ୍କ ପୀଠରେ ଚନ୍ଦନ ଯାତ୍ରା ଶେଷ
🎬 Watch Now: Feature Video
ଜଗତସିଂହପୁର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ପୀଠରେ ଚନ୍ଦନ ଯାତ୍ରା ଉଦଯାପିତ ହୋଇଛି । 21 ଦିନ ଧରି ଚାଲିଥିବା ଚନ୍ଦନଯାତ୍ରା ଉଦଯାପନ ଅବସରରେ ହଜାରହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତଙ୍କ ଗହଣରେ ମା'ଙ୍କୁ ମଣି ବିମାନରେ ବିଜେ କରାଯାଇ ଚନ୍ଦନ ପୁଷ୍କରିଣୀକୁ ନିଆଯାଇଥିଲା । ସେଠାରେ 21ଥର ଦେବୀ ମା' ନୌକା ବିହାର କରିଥିଲେ । ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ଚନ୍ଦନ ଯାତ୍ରା ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ପୂର୍ବ ଦୁଇବର୍ଷ କୋଭିଡ କଟକଣା ଥିବାରୁ ବିନା ଭକ୍ତରେ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଭକ୍ତଙ୍କୁ ନେଇ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥିବାରୁ ଭକ୍ତମାନେ ମା'ଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ
Last Updated : May 24, 2022, 10:33 PM IST