thumbnail

By

Published : Sep 17, 2022, 12:52 PM IST

ETV Bharat / Videos

ବ୍ୟାସନଗର ତହସିଲ ପକ୍ଷରୁ ବେଆଇନ ଦୋକାନ ଘର ଉଚ୍ଛେଦ

ଯାଜପୁର: ବ୍ୟାସନଗରରେ ଛୋଟରାୟପୁର ଗାଁ ଛକରେ ଥିବା ବେଆଇନ ଦୋକାନ ଘରକୁ ବ୍ୟାସନଗର ତହସିଲ ପକ୍ଷରୁ ଭଙ୍ଗାଯାଇଛି । ଏକ ସରକାରୀ ଜାଗାରେ ସେହି ଗାଁର ଚିତ୍ତରଞ୍ଜନ ନାୟକ ଦୋକାନ ଘର କରି ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଏହି ଘରକୁ ଭାଙ୍ଗିବା ପାଇଁ ବ୍ୟାସନଗର ତହସିଲ ପକ୍ଷରୁ ଚିତ୍ତରଞ୍ଜନଙ୍କୁ ନୋଟି କରିଥିଲେ l ମାତ୍ର ଚିତ୍ତରଞ୍ଜନ ଏହି ନୋଟିସକୁ ନଜରଅନ୍ଦାଜ କରିବାରୁ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀ, ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ ପାଣିକୋଇଲି ପୋଲିସ ସହାୟତାରେ ଏହି ନିର୍ମାଣଧୀନ ଦୋକାନକୁ ଜେସିବି ସାହାଯ୍ୟରେ ଭଙ୍ଗାଯାଇଛି । ତେବେ ତାଙ୍କୁ କୌଣସି ନୋଟିସ୍‌ ହେଇନାହିଁ ଜାଣିଶୁଣି ଦୋକାନ ଭଙ୍ଗା ଯାଇଥିବା ଅଭିଯୋଗ କରିଛନ୍ତି । ଏଥିସହିତ ଏହି ଛୋଟରାୟପୁର ଛକରେ ଅନେକ ଦୋକାନ ସରକାରୀ ଜାଗାରେ ରହିଥିବା ବେଳେ ତାଙ୍କ ଦୋକାନ କାହିଁକି ଭଙ୍ଗାଗଲା ସେ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି । ସେପଟେ ସମସ୍ତ ସରକାରୀ ନିୟମ ଅନୁଯାୟୀ ଦୋକାନ ଭଙ୍ଗାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.