ଗଜଲକ୍ଷ୍ମୀ ପୂଜାରେ ସାମିଲ ହେଲେ ଉଭୟ ହିନ୍ଦୁ ମୁସଲିମ - ଭାଇଚାରାରେ ଗଜଲକ୍ଷ୍ମୀ ପୂଜା
🎬 Watch Now: Feature Video
କେନ୍ଦ୍ରାପଡା: ଗଣପର୍ବ ଲକ୍ଷ୍ମୀପୂଜାର ଆଜି ଶେଷ ଦିନ । ଏଠାକର ବିଶେଷତ୍ବ ରହିଛି କି ସହରରେ ବସବାସ କରୁଥିବା ୧୭% ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଏହି ଗଣପର୍ବରେ ନିଜକୁ ସାମିଲ କରିଥାନ୍ତି । ପୂଜାରେ ଏମାନେ ସାମିଲ ହୋଇ ଭାଇଚାରାର ବାର୍ତ୍ତା ବାଣ୍ଟିଥାନ୍ତି । ସେହିପରି ସହରର ମୀରପାଟଣା,ପୁରୁଣା ବସଷ୍ଟାଣ୍ଡ, ବଡହାଟ ଆଦି ସ୍ଥାନରେ ଦେଖିବାକୁ ମିଳିଥାଏ ଏହି ଭାଇଚାରାର ନିଆରା ନିଦର୍ଶନ । ତେବେ ସହରର ମୀରପାଟଣା "ଦ୍ରୌପଦୀ ବସ୍ତ୍ରହରଣ" କ୍ଲବରେ କିପରି ହୋଇଥାଏ ପୂଜା ଓ ଭାଇଚାରାର ନିଦର୍ଶନ ସେନେଇ ସ୍ଥାନୀୟ ଲୋକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ରାଧାକାନ୍ତ ମହାନ୍ତି । ଇଟିଭି ଭାରତ, କେନ୍ଦ୍ରାପଡା