ମଦ ଦୋକାନରେ ବୋଲବମ୍ ଭକ୍ତ, ଉଦ୍‌ବେଗ ପ୍ରକାଶ କଲେ ଶ୍ରଦ୍ଧାଳୁ - ମଦ କିଣୁଛନ୍ତି ବୋଲବମ୍‌ ଭକ୍ତ

🎬 Watch Now: Feature Video

thumbnail

By

Published : Jul 18, 2022, 3:43 PM IST

ପୁରୀ: ଏ ପୁଣି କି ପ୍ରକାର ଭକ୍ତି ? ମଦ ଦୋକାନରୁ ବାହାରିଲେ ବୋଲବମ୍ ଭକ୍ତ । ଜଣେ ବୋଲବମ୍ ଭକ୍ତ ପୁରୀ କୁମ୍ଭାରପଡ଼ା ଛକ ପାଖରେ ଥିବା ମଦ ଦୋକାନରୁ ମଦ କିଣି ନେଇଛନ୍ତି । ହାତରେ ମଦ ବୋତଲ ଧରି ବୋଲବମ୍ ଭକ୍ତ ଜଣକ ରାସ୍ତା ପାର୍ ହେବା ପରେ ତାଙ୍କ ସହ ଆଉ କିଛି ବୋଲବମ୍ ଭକ୍ତଙ୍କୁ ଦେଖିବାକୁ ମିଳିଛି । ବିଶ୍ବାସ ରହିଛି ଶ୍ରାବଣ ମାସରେ ମହାଦେବଙ୍କ ବ୍ରତଧାରୀ ସମ୍ପୂର୍ଣ୍ଣ ନିଷ୍ଠାର ସହ ବୋଲବମ୍‌ ଯାତ୍ରା କରି ଶିବଲିଙ୍ଗରେ ଜଳ ଚଢ଼ାଇଥାନ୍ତି । କିନ୍ତୁ ଏହି ବୋଲବମ୍ ଭକ୍ତଙ୍କ ନିଷ୍ଠା ତ ଦୂରର କଥା ଏଭଳି ପବିତ୍ର ଦିନରେ ମଦ୍ୟପାନ କରୁଛନ୍ତି । ଏହାଦ୍ବାରା ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନାକୁ ଆଘାତ ଲାଗିଛି । ଏହାକୁ ସଭିଏଁ ନାପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାପରେ ପରେ ଶ୍ରଦ୍ଧାଳୁଙ୍କ ମନରେ ଉଦବେଗ ପ୍ରକାଶ ପାଇଛି । ଇଟିଭି ଭାରତ , ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.