thumbnail

By

Published : May 31, 2022, 6:16 PM IST

ETV Bharat / Videos

ବ୍ରଜରାଜନଗରରେ BJD ଜିତିବ କହିଲେ ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର: ବ୍ରଜରାଜନଗର ବିଜେଡି ଭଲ ଭୋଟ ବ୍ୟବଧାନରେ ଜିତିବା ନେଇ ଦୃଢ଼ୋକ୍ତି ଦେଇଛନ୍ତି ବରିଷ୍ଠ ଦଳୀୟ ନେତା ପ୍ରସନ୍ନ ଆଚାର୍ଯ୍ୟ । ବ୍ରଜରାଜନଗର ଜାରି ରହିଛି ଉପନିର୍ବାଚନ । ବ୍ରଜରାଜନଗରରେ ସନ୍ଧ୍ୟା 5ଟା ସୁଦ୍ଧା 69 ପ୍ରତିଶତ ମତଦାନ ହୋଇଛି । ସନ୍ଧ୍ୟା 6ଟା ଯାଏଁ ୨୭୯ଟି ବୁଥ୍‌ରେ ଚାଲିବ ମତଦାନ । ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି । ତେବେ ନିର୍ବାଚନ ନେଇ ସବୁ ଦଳ ଆଶାବାଦୀ ରହିଥିବା ବେଳେ ବିଜେଡି କହିଛି ଉପନିର୍ବାଚନ ବିଜେଡି ସପକ୍ଷରେ ଯିବ। ଜନସାଧାରଣ ଜାଣିଛନ୍ତି ନବୀନ ବାବୁ ରାଜ୍ୟ ପାଇଁ କଣ କରିଛନ୍ତି । ରାଜ୍ୟରେ ବିକାଶ ଧାରା ଜାରି ରହିଛି । ତେଣୁ ବିଜେଡି ନିଶ୍ଚିତ ଭଲ ଭୋଟ ବ୍ୟବଧାନରେ ଜିତିବ ବୋଲି କହିଛନ୍ତି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.