ରାଜଧାନୀରେ ପୂଜା ପାଇବେ ଚକୋଲେଟ ଗଣେଶ - ଗଣେଶ ପୂଜା ୨୦୨୨

🎬 Watch Now: Feature Video

thumbnail

By

Published : Aug 31, 2022, 8:48 AM IST

ଭୁବନେଶ୍ବର: ଆଜି ଅଗ୍ରପୂଜ୍ୟଙ୍କ ପୂଜା । ମଣ୍ଡପରେ ବିରାଜିବେ ବିଘ୍ନ ବିନାଶକ ଗଜାନନ । ଆଜି ପବିତ୍ର ଗଣେଶ ପୂଜା ଅବସରରେ ଚକୋଲେଟରେ ପ୍ରଭୁ ଗଜାନନଙ୍କ ୪ ଫୁଟ ଉଚ୍ଚତା ବିଶିଷ୍ଟ ନିଆରା ମୂର୍ତ୍ତି ତିଆରି କରିଛନ୍ତି ଭୁବନେଶ୍ବର ସ୍ଥିତ 'କ୍ଲବ ଚକୋଲେଟ' । ଏଥିପାଇଁ ସେମାନେ ୧୦୦ କେଜି ଚକୋଲେଟ ଓ ୨୪ କ୍ୟାରେଟ ଗୋଲ୍ଡ ଡଷ୍ଟ ବ୍ୟବହାର କରିଛନ୍ତି । କ୍ଳବ ଚକୋଲେଟର ପ୍ରତିଷ୍ଠାତା ରାଜେଶ କୁମାର ସାହୁଙ୍କ ତତ୍ତ୍ବାବଧାନରେ ଅନୁଷ୍ଠାନର ଛାତ୍ରଛାତ୍ରୀ ରଞ୍ଜନ, ସତ୍ୟ, ତୁଷାର, ଶୁଭଲକ୍ଷ୍ମୀ, ଅଙ୍କିତା, ମାହି ଏହି ମୂର୍ତ୍ତି ତିଆରି କରିଛନ୍ତି । ପୂର୍ବରୁ ରାକେଶ ଏବଂ ତାଙ୍କ ଅନୁଷ୍ଠାନ ଚକୋଲେଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ବେଶ୍ ଚର୍ଚ୍ଚାରେ ଥିଲେ । ରାକେଶଙ୍କ କହିବା ଅନୁଯାୟୀ ଚକୋଲେଟରେ ପ୍ରସ୍ତୁତ ହୋଇଥିବା ଏହି ମୂର୍ତ୍ତିଟି ଭୁବନେଶ୍ବରରେ ନିର୍ମିତ ହୋଇଥିବା ଅନେକ ବ୍ୟୟବହୁଳ ମୂର୍ତ୍ତିମାନଙ୍କ ମଧ୍ୟରୁ ଅନ୍ୟତମ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.