thumbnail

By

Published : Sep 16, 2022, 10:57 AM IST

ETV Bharat / Videos

ଇଣ୍ଡିଆନ ଆଇଡଲରେ ନଜର ଆସିବେ ଓଡିଆ ପୁଅ ପ୍ରଭୁପଦ, ଦେଖନ୍ତୁ ସ୍ବତନ୍ତ୍ର ସାକ୍ଷାତକାର

ବାଲେଶ୍ବର: ଲୋକପ୍ରିୟ ହିନ୍ଦୀ ସଙ୍ଗୀତ ରିଆଲିଟି ସୋ'ରେ ବାଲେଶ୍ଵରର ଜଣାଶୁଣା ଯୁବ କଣ୍ଠଶିଳ୍ପୀ ପ୍ରଭୁପଦ ମହାନ୍ତି(Prabhupada Mohanty)। ଘରୋଇ ଟିଭି ଚ୍ୟାନେଲରେ ପ୍ରାସାରିତ ହେଉଥିବା ଇଣ୍ଡିଆନ ଆଇଡଲ(Indian Idol )ରେ ସେ ଭାଗ ନେଇଛନ୍ତି । ଏହାର ଏକ ପ୍ରୋମୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ପ୍ରୋମୋରେ ମାତ୍ର କେଇ ସେକେଣ୍ଡ ଭିଡ଼ିଓରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ହିମେଶ ରେଶମୀୟା ଓ ନେହା କକ୍କର ପ୍ରଭୁପଦଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ରିଆଲିଟି ସୋରେ ଭାଗନେଇ ନିଜର ପାରିଦର୍ଶିତା ଦେଖାଇ ଆସିଛନ୍ତି ପ୍ରଭୁପଦ । ଏବେ ସେ ବିଟେକ ପଢ଼ୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ପାଖାପାଖି 900ଟି ଷ୍ଟେଜ ପ୍ରୋଗ୍ରାମ କରି ସାରିଲେଣି । ଏମିତି କି ଆଞ୍ଚଳିକ ଓ ଜାତୀୟ ଟିଭି ଚ୍ୟାନେଲ ଗୁଡିକରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସେ ସାମିଲ ହୋଇ ସଭିଙ୍କ ମନ କିଣି ପାରିଛନ୍ତି। ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବାଲେଶ୍ଵର ସମ୍ବାଦଦାତା ଜୀବନ ଜ୍ୟୋତି ନାୟକ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.