77 ବର୍ଷରେ ନବୀନ, ସ୍ୟାଣ୍ଡ ଆନିମେସନରେ ଶିଳ୍ପୀଙ୍କ ଶୁଭେଚ୍ଛା

By

Published : Oct 16, 2022, 1:11 PM IST

thumbnail

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି ଜନ୍ମଦିନ । 77 ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ। ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ତାଙ୍କ ପ୍ରଶଂସକମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ପୁରୀର ବାଲୁକା ଚିତ୍ର ଶିଳ୍ପୀ ସୁଦାମ ପ୍ରଧାନ ସ୍ୟାଣ୍ଡ ଆନିମେସନ କରି ଏକ ନିଆରା ଢଙ୍ଗରେ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି । 25 ବର୍ଷ ପୂର୍ବରୁ ଯେଉଁ ନା ଅଜଣା ଥିଲା ଆଜି ସେ ଓଡିଶାର ଏକ ଚର୍ଚ୍ଚିତ ଚେହେରା । ମହିଳାଙ୍କୁ ସଶକ୍ତ କରିବାରେ ସେମାନଙ୍କ ବଳ ସାଜିଛନ୍ତି ନବୀନ । ପିଲାଠୁ ବୁଢା ସମସ୍ତଙ୍କ ପ୍ରିୟ ନେତା ହୋଇ ପାରିଛନ୍ତି ନବୀନ । ରାଜନୀତିର ର ଅକ୍ଷର ଜାଣି ନଥିବା ନବୀନ ଏବେ ବାପା ବିଜୁ ପଟ୍ଟନାୟକଙ୍କ ପରେ ରାଜନୀତିର ଖୁଣ୍ଟ ପାଲଟିଛନ୍ତି । ଆଜି ତାଙ୍କ ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.