ଲକଡାଉନରେ ଘରେ ମଣିଷ, ରାତିରେ ରାସ୍ତାରେ ବୁଲୁଛି ହାତୀ - ରାତିରେ ରାସ୍ତାରେ ବୁଲୁଛି ହାତୀ

🎬 Watch Now: Feature Video

thumbnail

By

Published : Apr 25, 2020, 11:26 AM IST

ଥିରୁଅନନ୍ତପୁରମ: କୋରୋନା ପାଇଁ ସରକାରଙ୍କ ପକ୍ଷରୁ ଲକଡାଉନ ନିୟମକୁ କଡାକଡି ଭାବେ ପାଳନ କରାଯାଉଛି। ଏହି ଦୋକାନ ବଜାର ସବୁ ବନ୍ଦ। ମଣିଷ ନିଜର ସୁରକ୍ଷା ପାଇଁ ଘରେ ରହୁଥିବା ବେଳେ ବାହାରେ ବୁଲୁଛନ୍ତି ପଶୁପକ୍ଷୀ। ଯାହାର ଅନେକ ଦୃଶ୍ୟ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏବେ ଗଜରାଜଙ୍କ ଲକଡାଉନ ରୋମିଂ ଫଟୋ ବେଶ ହଇଚଇ ସୃଷ୍ଟି କରିଛି। ଶୂନଶାନ ରାସ୍ତା ଓ ନିର୍ଜନ ରାତିରେ ହାତୀଟି ଗଳିରୁ ଗଳି ବୁଲୁଥିବା ଦେଖିବାକୁ ମିଳିଛି। ହାତୀ ବୁଲୁଥିବାର ଦୃଶ୍ୟ କେରଳରେ ଦେଖିବାକୁ ମିଳିଛି। 47 ସେକେଣ୍ଡର ଏହି ଭିଡିଓଟିକୁ ଏଏନଆଇ ଦ୍ବାରା ପୋଷ୍ଟ କରାଯାଇଛି।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.