ସିରିଜ କ୍ଲିନ ସ୍ୱିପ୍ ପରେ ଡ୍ରେସିଂ ରୁମରେ ନାଚିଲେ ମ୍ୟାନ ଇନ ବ୍ଲୁ
🎬 Watch Now: Feature Video
ହାଇଦ୍ରାବାଦ: ଗତ କାଲି (ସୋମବାର) ଅନ୍ତିମ ଦିନିକିଆରେ ମ୍ୟାନ ଇନ ବ୍ଲୁ ହରାରେ ଷ୍ଟାଡିୟମରେ (Harare Sports Club) ଦମଦାର ବିଜୟ ହାସଲ କରି ଜିମ୍ବାୱେ ସିରିଜ (India-Zimbabwe series) କ୍ଲିନ ସ୍ବିପ କରିଛି । ଏହା ସହିତ ରୋହିତ ଶର୍ମା, କେଏଲ ରାହୁଲଙ୍କ ପରେ ହରାରେ ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ପ୍ରଥମ ଶତକୀୟ(1st International ODI Century) ଇଂନିସ ଖେଳିଥିଲେ ଶୁଭମନ ଗିଲ୍ । ଏହି ଡବଲ ଧମାକା ଖୁସିକୁ ଭାରତୀୟ ଦଳ ସିରିଜ କ୍ଲିନ ସ୍ବିପ ପରେ ଡ୍ରେସିଂ ରୁମରେ ସେଲିବ୍ରେଟ କରିଛନ୍ତି । 'ତୁ ଚଣ୍ଡିଗଡ ତୋ ଆୟି ନି' ଗୀତରେ ଖୁସିରେ ଡ୍ୟାନ୍ସ କରିଛନ୍ତି ମ୍ୟାନ ଇନ ବ୍ଲୁ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଏହି ଭିଡିଓକୁ ଭାରତୀୟ ଦଳ କିପରି ଖୁସିରେ ଡ୍ୟାନ୍ସ କରି ସିରିଜ କ୍ଲିନ ସ୍ବିପ କରିବାର ଖୁସିକୁ ସେଲିବ୍ରେଟ କରୁଛନ୍ତି ।