କନ୍ୟାଙ୍କୁ କୋରୋନା, ପିପିଇ କିଟରେ ବିବାହ - Kelwara Covid Centre in Bara
🎬 Watch Now: Feature Video
ଜୟପୁର: ବିବାହ ଦିନ କନ୍ୟାର ରିପୋର୍ଟ ପଜିଟିଭ ଆସିବାରୁ କୋଭିଡ କେନ୍ଦ୍ରରେ ହେଲା ବାହାଘର । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ବାରା କେଲଓ୍ବାରା କୋଭିଡ କେନ୍ଦ୍ରରେ । ପିପିଇ କିଟ ପିନ୍ଧି ବର ଓ କନ୍ୟା ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କୋଭିଡ ପ୍ରୋଟୋକଲ ମଧ୍ୟରେ ଏହି ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା। ଯାହା ଏବେ ସ୍ଥାନୀୟ ଅଞ୍ଚଳେ ଚର୍ଚ୍ଚାର ବିଷୟ ପାଲଟିଛି ।