thumbnail

By

Published : Jun 20, 2022, 10:55 PM IST

ETV Bharat / Videos

ରାଜଧାନୀରେ ନିମିଷକେ ଜଳି ପାଉଁଶ ହୋଇଗଲା ସ୍କର୍ପିଓ, ଲୋକେ ଆତଙ୍କିତ

ଭୁବନେଶ୍ବର: ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ଡେଲ୍‌ଟା ଛକରେ ହୁତ୍‌ହୁତ୍‌ ହୋଇ ଜଳିଗଲା ସ୍କର୍ପିଓ । ରାସ୍ତା ଉପରେ ଜଳିଜଳି ଶେଷରେ ଫାଟିଲା ସ୍କର୍ପିଓ । ଟ୍ୟାଙ୍କର ଫାଟିବା ଯୋଗୁଁ ଡେଲ୍‌ଟା ଛକରେ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ । ଭୟରେ ଲୋକେ ଡେଲ୍‌ଟା ଛକରୁ ଛତ୍ରଭଙ୍ଗ ଦେଇଥିଲେ । ଫାୟାର ଷ୍ଟେସନଠୁ ମାତ୍ର ୫୦୦ମିଟର ଦୂରରେ ଘଟଣା ଘଟିଥିଲେ ମଧ୍ୟ ଠିକ ସମୟରେ ପହଞ୍ଚି ପାରିଲାନି ଅଗ୍ନିଶମ ବାହିନୀ । ଫଳରେ ଗାଡିଟି ନିଆଁ ଲାଗି ପାଉଁଶ ହୋଇଯାଇଛି । ପରବର୍ତ୍ତୀ ସମୟରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିବା ବେଳେ କେହି ଦୁର୍ବୃତ୍ତ ଗାଡ଼ିରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.