ଗଙ୍ଗା କୂଳରେ ଭାସୁଥିଲା ‘ଗଙ୍ଗା’.. - ଗଙ୍ଗା କୂଳରେ ଭାସୁଥିଲା ଗଙ୍ଗା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-12170778-thumbnail-3x2-up-gha-01-ganga-in-the-ganges-found-with-the-birth-chart-specail-pkg-up10119-15062021190543-1506f-1623764143-167.jpg)
ଲକ୍ଷ୍ନୌ: ଗଙ୍ଗାନଦୀରୁ ଉଦ୍ଧାର ହେଲା ‘ଗଙ୍ଗା’ । ତାହା ପୁଣି ଏକ ବନ୍ଦ ବାକ୍ସରୁ । ଉତ୍ତରପ୍ରଦେଶ ଗାଜିପୁରର ଗଙ୍ଗା ନଦୀରୁ ଏକ ବନ୍ଦ ବାକ୍ସରୁ 21 ଦିନର ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ମଲ୍ଲାହ ଗୁଲ୍ଲୁ ନାମକ ବ୍ୟକ୍ତି କୁନି ଛୁଆଟିକୁ ଉଦ୍ଧାର କରିଛନ୍ତି । ବାକ୍ସରେ ମା ଦୁର୍ଗାଙ୍କ ଫଟେ ସହ ଶିଶୁ କନ୍ୟାଟିର ଜାତକ ବନ୍ଧା ହୋଇ ରହିଥିଲା । ତେବେ ବନ୍ଦ ବାକ୍ସରେ କେଜି ଜଣେ ଶିଶୁଟିକୁ ରଖି ଫିଙ୍ଗି ଦେଇଥିଲା । ମାତ୍ର ଶିଶୁଟିକୁ ବାକ୍ସରୁ ଜୀବିତ ଉଦ୍ଧାର କରାଯାଇଛି । ଯାହା ଏକ ଚମତ୍କାର ଠାରୁ କମ୍ ନୁହେଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ