Telangana Flood: ବାହୁବଳୀ ସିନ୍‌ ରିକ୍ରିଏସନ, ପାଣି ଭିତରୁ ୨ ବର୍ଷର ଶିଶୁ ଉଦ୍ଧାର

By

Published : Jul 14, 2022, 10:59 PM IST

thumbnail
ହାଇଦ୍ରାବାଦ: ଗତ କିଛି ଦିନ ଧରି ତେଲେଙ୍ଗାନା ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ରାଜ୍ୟରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଘରଦ୍ବାର ବୁଡ଼ି ଯାଇଥିବା ବେଳେ ନଦୀ ପାଣି ଘର ଭିତରେ ପଶିଛି । ଏହାରି ମଧ୍ୟରେ ପେଡାପଲ୍ଲି ଜିଲ୍ଲାର ମାରିଭଦା ଗ୍ରାମରେ ପାଣି ଭିତରୁ ୨ ବର୍ଷର ଶିଶୁକୁ ଉଦ୍ଧାର କରାଯାଇଛି । ଶିଶୁକୁ ପାଣି ଭିତରୁ ଉଦ୍ଧାର କରିବା ଲାଗି ପିତା ରାମ ମୁର୍ତ୍ତି ଏକ ପାତ୍ର ମଧ୍ୟରେ ଶିଶକୁ ରଖିବା ପରେ ଏହାକୁ ମୁଣ୍ଡ ଉପରେ ରଖି ପାଣି ଭିତରୁ ଉଦ୍ଧାର କରିଛନ୍ତି । ଏହି ଉଦ୍ଧାର ସମୟର ଦୃଶ୍ୟକୁ ଲୋକେ ବାହୁବଳୀ ଫିଲ୍ମର ଏକ ସିନ୍‌ ସହିତ ତୁଳନାକ କରିଛନ୍ତି । ଏହି ଭିଡ଼ିଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.