thumbnail

By

Published : Apr 9, 2022, 5:18 PM IST

Updated : Feb 3, 2023, 8:22 PM IST

ETV Bharat / Videos

ସୁଧୁରୁଛି ସୁମିତ ତପସ୍ବିନୀ ବିବାଦ !

କଟକ: ବ୍ରହ୍ମପୁର ବହୁଚର୍ଚ୍ଚିତ ତପସ୍ବିନୀ ସୁମିତ ବିବାଦ ମାମଲା । ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେ ତପସ୍ବିନୀ ଓ ସୁମିତ । ପ୍ରଥମ ଥର ଆଜି(ଶନିବାର) ଉଭୟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେ । ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା ପାଇଁ କହିଲେ ହାଇକୋର୍ଟ । ମଧ୍ୟସ୍ଥତା କେନ୍ଦ୍ରରେ ପ୍ରଥମ ଦିନ ଆଲୋଚନା ଶେଷ ହୋଇଛି । ତେବେ ଦୀର୍ଘ 3 ଘଣ୍ଟାର କାଉନସିଲିଂରେ ପ୍ରଥମେ ମୁଁହାମୁହିଁ ଓ ପରେ ପରେ ପୃଥକ ଭାବରେ ଆଲୋଚନା ହୋଇଥିଲା । ଉଭୟଙ୍କ ମଧ୍ୟରେ ସକରାତ୍ମକ ଆଲୋଚନା ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ଉଭୟ ପକ୍ଷଙ୍କ ଆଇନଜୀବୀ । ଆସନ୍ତା ୧୧ରେ ପୁଣିଥରେ ଦୁଇ ଜଣ ମଧ୍ୟସ୍ଥତା କେନ୍ଦ୍ରରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ରହିଛି । ସେପଟେ କାଉନସିଲିଂ ଦ୍ଵାରା ଆମ ସ୍ବାମୀ ସ୍ତ୍ରୀ ସମ୍ପର୍କରେ ସୁଧାର ଆସିବ ବୋଲି କହିଛନ୍ତି ତପସ୍ଵିନୀ । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ
Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.