ହାଇଦ୍ରାବାଦ: କୋଭିଡ କାଳରୁ ୱେବ ସିରିଜକୁ ବେଶ ପସନ୍ଦ କରୁଛନ୍ତି ଭାରତୀୟ । ଆଜିକାଲି ୱେବ ସିରିଜରେ ଅଧିକାଂଶ କ୍ରାଇମ ଥ୍ରିଲର ଦେଖିବାକୁ ମିଳିଛି । କିନ୍ତୁ ଏଭଳି ଅପରାଧ ଭିତ୍ତିକ ସିରିଜ ଦେଖି ଜଣେ ଯେ କେତେ ଭୟଙ୍କର ଅପରାଧ ଘଟାଇପାରେ ତାହା ହାଇଦ୍ରାବାଦ ହତ୍ୟାକାଣ୍ଡରୁ ପ୍ରମାଣ ହୋଇଯାଇଛି । ପତ୍ନୀଙ୍କୁ ପ୍ରେସର କୁକୁରରେ ସିଝାଇ ହତ୍ୟାକାଣ୍ଡ ଘଟଣାର ଫିଟୁଛି ଗୁମର । ଏହି ବର୍ବରକାଣ୍ଡ ଘଟଣାରେ ପୋଲିସକୁ ମିଳୁଛି ଚମକାଇ ଦେବାଭଳି ତଥ୍ୟ। ୱେବ ସିରିଜ ଦେଖି ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରାଯାଇଥିବା ପୋଲିସ ଆଗରେ ପ୍ରକାଶ କରିଛି ହତ୍ୟାକାରୀ ସ୍ବାମୀ । ହାଇଦ୍ରାବାଦର ମିରପେଟରେ ଘଟିଥିଲା ଲୋମଟାଙ୍କୁରା ହତ୍ୟାକାଣ୍ଡ । ପତ୍ନୀଙ୍କୁ ହତ୍ୟା, ମୃତଦେହ ଲୁଚାଇବାକୁ ପ୍ରୟାସ ଓ ତାପରେ ୱେବସିରିଜ ଦେଖି ପ୍ରମାଣ ନଷ୍ଟ କରିଛି ସ୍ବାମୀ । ନିଜ ପରକୀୟା ପ୍ରିତି ପାଇଁ ଅଭିଯୁକ୍ତ ପୁଟ୍ଟା ଗୁରୁମୂର୍ତ୍ତି ପତ୍ନୀ ଭେଙ୍କଟ ମାଧବୀକୁ ହତ୍ୟା କରିଛି ।
- କେମିତି ହତ୍ୟା କରିଥିଲା ?
ଭାରତୀୟ ସେନାର ଅବସରପ୍ରାପ୍ତ ନାଏକ ସୁବେଦାର ଗୁରୁମୂର୍ତ୍ତି ଡିଆରଡିଓ କାଞ୍ଚନବାଗରେ ସିକ୍ୟୁରିଟି ଗାର୍ଡ ଭାବେ ଅବସ୍ଥାପିତ ଅଛନ୍ତି । ଗତ ଜାନୁଆରୀ 15ରେ ତର୍କ ବିତର୍କ ଯୋଗୁଁ ମାଧବୀଙ୍କୁ ହତ୍ୟା କରିଥିଲା ଗୁରୁମୂର୍ତ୍ତି । ପାଟିତୁଣ୍ଡ ଉଗ୍ର ହେବା ପରେ ଉତକ୍ଷିପ୍ତ ହୋଇ ସ୍ବାମୀ ଜଣକ ପ୍ରଥମେ ପତ୍ନୀଙ୍କ ମୁଣ୍ଡକୁ କାନ୍ଥରେ ପିଟି ଦେଇଥିଲେ । ତାଙ୍କ ମୃତ୍ୟୁ ହେବା ପରେ ମୃତଦେହକୁ ନଷ୍ଟ କରିବା ପାଇଁ ବାଥ୍ରୁମ ନେଇ ଯାଇଥିଲା । ଏହାପରେ ସେ ଦେଖିଥିବା ଏକ ୱେବ ସିରିଜ ଅନୁସାରେ ପ୍ରମାଣ ନଷ୍ଟ କରିଥିଲା ।
- ପ୍ରଥମେ ୱାଟର ହିଟର ଜରିଆରେ କାଟିଥିବା ଅଂଶକୁ ବାଲଟିରେ ପୁରାଇ ସିଝାଇବାକୁ ଛାଡି ଦେଇଥିଲା
- ଏହାପରେ ମାଂସରୁ ହାଡକୁ ଅଲଗା କରି ଏକ ହେମଦସ୍ତା ଜରିଆରେ ଗୁଣ୍ଡ କରିଦେଇଥିଲା
- ବଳକା ଅଂଶକୁ ପାଖରେ ଥିବା ଏକ ପୋଖରୀରେ ନେଇ ସେ ଫିଙ୍ଗି ଦେଇଥିଲା ।
ଏଭଳି ଅପରାଧ ଘଟାଇବା ପାଇଁ ପାଖାପାଖି ଦୁଇ ଦିନ ସେ ଶୋଇନଥିଲା । ଘଟଣା ଘଟାଇବା ପରେ ସେ ସମ୍ପୂର୍ଣ୍ଣ ଆପାର୍ଟମେଣ୍ଟକୁ ଭଲ ଭାବେ ସଫା କରି ଦେଇଥିଲା ।
- ପ୍ରାୟୋଜିତ ହତ୍ୟାକାଣ୍ଡ
ମାଧବୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଭାବି ନେଇଥିଲା ସ୍ବାମୀ ଗୁରୁମୂର୍ତ୍ତି । ସେଥିପାଇଁ ଦୁଇ ପିଲାଙ୍କୁ ସେ ମକର ସଂକ୍ରାନ୍ତି ପାଇଁ ଭଉଣୀ ଘରେ ଛାଡି ଦେଇଥିଲା । ଘଟଣା ଦିନ ସକାଳେ ଗୁରୁମୂର୍ତ୍ତିଙ୍କ ସହ ଆଉ ଜଣେ ମହିଳାଙ୍କ ଫଟୋ ମାଧବୀ ଦେଖିବାକୁ ପାଇଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ ସ୍ତ୍ରୀକୁ ଖଣ୍ଡ ଖଣ୍ଡ କଲା, ପ୍ରେସର କୁକର୍ରେ ସିଝାଇ ପୋଖରୀକୁ ଫିଙ୍ଗିଦେଲା ସ୍ବାମୀ
ଏହା ମଧ୍ୟ ପଢନ୍ତୁ ଛାଡ଼ପତ୍ର ଚର୍ଚ୍ଚାରେ ଆଉ ଜଣେ କ୍ରିକେଟର, ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ
- ନିଖୋଜ ଏତଲା ଦେଇଥିଲା ଅଭିୟୁକ୍ତ
ଏହା ପରେ ନିଜେ ପୋଲିସ ଷ୍ଟେସନରେ ସ୍ତ୍ରୀ ମାଧବୀ ନିଖୋଜ ହୋଇଯାଇଥିବା ନେଇ ମାମଲା ରୁଜୁ କରିଥିଲା ଗୁରୁମୂର୍ତ୍ତି । ଛୋଟ ପାଟିତୁଣ୍ଡ ପରେ ମାଧବୀ ଘର ଛାଡି ଚାଲିଯାଇଥିବା କହିଥିଲା ଗୁରୁମୂର୍ତ୍ତି । କିନ୍ତୁ ପୋଲିସ ତଦନ୍ତ ବେଳେ ସବୁ ସତକଥା ପଦାରେ ପକାଇ ଦେଇଥିଲା ସିସିଟିଭି । ମାଧବୀ ଘରୁ ବାହାରି ନଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା। ଆଉ ବାରମ୍ବାର ଜେରା ବେଳେ ସବୁ ସତ ମାନିଯାଇଥିଲା ଗୁରୁମୂର୍ତ୍ତି । ସେପଟେ ଘଟମାରେ ବ୍ୟବହୃତ ୱାଟର ହିଟର, ବାଲଟି ଆପାର୍ଟମେଣ୍ଟରୁ ଜବତ କରି ଫରେନ୍ସିକ ଲ୍ୟାବକୁ ପଠାଯାଇଛି । ଏବେ ବି ପୋଲିସ ନିକଟସ୍ଥ ପୋଖରୀରୁ ମୃତଦେହ ଠାବ ପାଇଁ ପ୍ରୟାସ ଚଳାଇଛି । ମୃତଦେହର ଅଂଶବିଶେଷ ମିଳିଲେ ଡିଏନଏ ଟେଷ୍ଟ କରିବାକୁ ଆଶା ରଖିଛି ପୋଲିସ ।
- ଫ୍ଲାଟ ଛାଡିଲେ ପଡୋଶୀ
ଏଭଳି ନିର୍ମମ ହତ୍ୟାକାଣ୍ଡ ପରେ ଭୟରେ ଫ୍ଲାଟ ଛାଡିଛନ୍ତି ଆପାର୍ଟମେଣ୍ଟ ବାସୀ । ପୁରା ଘଟଣା ହାଇଦ୍ରାବାଦର ଜିଲେଲାଗୁଡା ନ୍ୟୁ ଭେଙ୍କଟେଶ୍ବରନଗର କଲୋନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଗୁରୁମୂର୍ତ୍ତିଙ୍କ ପୈତୃକ ଗାଁ ଆନ୍ଧ୍ର ପ୍ରଦେଶର ପ୍ରକଶମ ଜିଲ୍ଲାରେ ବି ଏବେ ତାଙ୍କ ଅମାନବୀୟ କାଣ୍ଡର ଚର୍ଚ୍ଚା । ଘଟଣା ଜଣାପଡିବା ପରେ ଗୁରୁମୂର୍ତ୍ତିଙ୍କ ମା ହାଇଦ୍ରାବାଦ ଆସିଛନ୍ତି ।
ଏଲବି ନଗର ଡିସିପି ପ୍ରବୀଣ କହିଛନ୍ତି ଗୁରୁମୂର୍ତ୍ତିଙ୍କ ବୟାନ ଆଧାରରେ ପୋଖରୀରେ ମୃତଦେହ ଖୋଜା ଚାଲିଛି । ଫରେନ୍ସିକ ଟିମ ଏହି କାମରେ ଲାଗିଛନ୍ତି । ଯଦି ମୃତଦେହ ମିଳେ ତେବେ ସ୍ପଷ୍ଟ ହେବା ପାଇଁ ଡିଏନଏ ଟେଷ୍ଟ କରାଯିବ ।