ETV Bharat / state

ବେଦୀ ଉପରେ ବରକୁ ହତ୍ୟା ଉଦ୍ୟମ, 7 ଅଟକ - ATTACK ON GROOM

ରବିବାର ଦିନ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଏପରି ଘଟଣା ଘଟିଥିଲା । ପୋଲିସ ଘଟଣାର କାରଣ ଖୋଜୁଛି ।

Attack On Groom
Attack On Groom (ETV BHARAT ODISHA)
author img

By ETV Bharat Odisha Team

Published : Feb 25, 2025, 5:45 PM IST

ବଲାଙ୍ଗୀର: ବାହାଘର ପୂର୍ବରୁ ବେଦୀ ଉପରେ ବରକୁ ହତ୍ୟା ଉଦ୍ୟମ । ବେଦୀରେ ବର ବସିଥିବା ବେଳେ ମାରଣାସ୍ତ୍ର ଧରି ଆକ୍ରମଣ କଲେ 10 ଯୁବକ । ବର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଆକ୍ରମଣକାରୀଙ୍କୁ କାବୁ କରିଥିଲେ ଗ୍ରାମବାସୀ । ଏହି ଘଟଣାରେ ପୋଲିସ 7 ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ 3 ଜଣ ଫେରାର ରହିଛନ୍ତି । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବାବଜୀ ଜୋର ଗ୍ରାମରେ । ସେପଟେ ଅଳ୍ପକେ ଅକ୍ରମଣରୁ ବର୍ତ୍ତିଯାଇଥିବା ବରର ବିବାହ ସମ୍ପର୍ଣ୍ଣ ହୋଇଛି । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି । କେଉଁ କାରଣରୁ ବରକୁ ଆକ୍ରମଣ କଲେ ଅଟକ ଯୁବକ ସେନେଇ ତଦନ୍ତ କରାଯାଉଛି ।

ବରକୁ ବେଦୀରେ ଆକ୍ରମଣ ଉଦ୍ୟମ:

ମିଳିଥିବା ସୂଚନା ଅନୁଯାୟୀ, ରବିବାର ଦିନ ଗାଇବାହଲ ଗ୍ରାମର ରାଜକୁମାର ପ୍ରଧାନଙ୍କ ବିବାହ ଜୋର ଗ୍ରାମର ଜଣେ ଯୁବତୀଙ୍କ ସହ ଥିଲା । ଏଥି ପାଇଁ ବର ବରଯାତ୍ରୀ ଧରି କନ୍ୟା ଘର ବାବଜୀ ଜୋରରେ ପହଞ୍ଚିବା ପରେ ବେଦୀରେ ବସିଥିଲେ । ଏହି ସମୟରେ ଦଶ ଜଣ ଯୁବକ ଖଣ୍ଡା ଓ ବନ୍ଧୁକ ଧରି ବିବାହ ସ୍ଥଳକୁ ଆସିଥିଲେ। କେହି କିଛି ବୁଝିବା ପୂର୍ବରୁ ସେମାନେ ଅତର୍କିତ ଭାବରେ ବର ପୁଅକୁ ଆକ୍ରମଣ ଉଦ୍ୟମ କରିଥିଲେ। ଏହି ସମୟରେ ସେଠି ଉପସ୍ଥିତ ଥିବା ଗ୍ରାମବାସୀ ସମସ୍ତ ଯୁବକଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଏହାପରେ ଦେଓଗାଁ ପୋଲିସକୁ ସମସ୍ତଙ୍କୁ ହସ୍ତାନ୍ତର କରିଥିଲେ। ଗ୍ରାମବାସୀ କାବୁ କରିଥିବା ବେଳେ ଜଣେ ଯୁବକ କହିଛନ୍ତି ଯେ, ମହଲେଇ ଗ୍ରାମର ଜଣେ ଯୁବକ ତାଙ୍କୁ ଏଥିପାଇଁ ପଠାଇଥିଲା। ତେବେ ସେ କାହିଁକି ଓ କେଉଁ ଉଦେଶ୍ୟରେ ଏମାନଙ୍କୁ ପଠାଇ ଥିଲେ ତାହା ଏବେ ବି ଅସ୍ପଷ୍ଟ ଅଛି। ଏନେଇ ବର ରାଜକୁମାର ପ୍ରଧାନଙ୍କ ବାପା ନେତ୍ରାନନ୍ଦ ପ୍ରଧାନ ଥାନାରେ ଅଭିଯୋଗ କରିବା ସହ ତଦନ୍ତ ଦାବି କରିଛନ୍ତି ।

Attack On Groom
Attack On Groom (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ହଳଦିଆପଦର ବିଜେପି କର୍ମୀଙ୍କୁ ଆକ୍ରମଣ ଘଟଣା, ୨ ଯୁବ ନେତାଙ୍କ ସମେତ ୫ ଗିରଫ - BERHAMPUR POLITICAL VIOLENCE

ଏହା ମଧ୍ୟ ପଢନ୍ତୁ-ପିଜି ଛାତ୍ରୀଙ୍କୁ ଆକ୍ରମଣ ଘଟଣା, ଅଭିଯୁକ୍ତ ଗିରଫ - PG STUDENT INJURED

7ଜଣ ଅଟକ, ପୋଲିସର ତଦନ୍ତ ଜାରି:

Attack On Groom (ETV BHARAT ODISHA)

ଏହି ଘଟଣାରେ ଦେଓଗାଁ ପୋଲିସ୍ ସାତ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି। ତଦନ୍ତ ପରେ ସବୁ ତଥ୍ୟ ସାମନାକୁ ଆସିବ ବୋଲି ବଲାଙ୍ଗୀର ଏସଡିପିଓ ସରୋଜ କୁମାର ଉପାଧ୍ୟୟ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ଏଭଳି ଏକ ଅଭିଯୋଗ ଆସିଛି । ଯାହାର ତଦନ୍ତ ଜାରି ରହିଛି । ତଦନ୍ତ ସରିଲେ ଏହାର ପଛର କାରଣ ଜଣା ପଡ଼ିବ। ଘଟଣା ପଛର କାରଣ ଶୀଘ୍ର ସ୍ପଷ୍ଟ ହେବ । "

Attack On Groom
Attack On Groom (ETV BHARAT ODISHA)

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.