ETV Bharat / technology

ଦମଦାର ଲୁକ୍‌ ଓ ଫିଚର ସହ ଲଞ୍ଚ ହେଲା Mahindra Scorpio-Nର ବ୍ଲାକ୍‌ ଏଡିସନ୍‌ - MAHINDRA SCORPIO N CARBON EDITION

ମହିନ୍ଦ୍ରା ନିଜର ଲୋକପ୍ରିୟ ମଧ୍ୟମ ଆକାର SUV Scorpio-Nର ନୂଆ କାର୍ବନ ଏଡିସନ୍‌କୁ ଲଞ୍ଚ କରିଛି । ଏହାର ଦାମ କେତେ ଓ କଣ ସୁବିଧା ମିଳିବ ଜାଣନ୍ତୁ...

Mahindra Scorpio N Carbon Edition Launched In India
Mahindra Scorpio N Carbon Edition Launched In India (Image Credit: Mahindra & Mahindra)
author img

By ETV Bharat Tech Team

Published : Feb 25, 2025, 5:22 PM IST

ହାଇଦ୍ରାବାଦ: ସ୍ବଦେଶୀ କାର ନିର୍ମାତା କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏହାର ଲୋକପ୍ରିୟ ମଧ୍ୟମ ଆକାର ସ୍କର୍ପିଓ-Nର ନୂଆ କାର୍ବନ ଏଡିସନ ଲଞ୍ଚ କରିଛି । ଏହି ନୂଆ କାର୍ବନ ଏଡିସନ୍‌ ପ୍ରିମିୟମ ଇଣ୍ଟିରିଅର ଓ ଦମଦାର ଫିଚର ସହିତ ଆସିଛି । ଏହି ଖାସ୍‌ ଏଡିସନ କମ୍ପାନୀର 2ଲକ୍ଷ ୟୁନିଟ୍‌ ବିକ୍ରିକୁ ସେଲିବ୍ରେଟ୍‌ କରିବା ଲାଗି ଲଞ୍ଚ କରାଯାଇଛି । ଯଦି ଆପଣ କୌଣସି ବିଳାସପୂର୍ଣ୍ଣ କାର ନେବାକୁ ଇଚ୍ଛୁକ ତେବେ ଏହା ଆପଣଙ୍କ ପାଇଁ ଏକ ବିକଳ୍ପ ହୋଇପାରେ । ଏହି କାର୍ବନ ଏଡିସନ୍‌ର ଦାମ, ଲୁକ୍‌ ଓ ବିଶେଷତା ସମ୍ପର୍କରେ ନିମ୍ନରେ ଜାଣନ୍ତୁ ।

Scorpio-N କାର୍ବନ୍‌ ଏଡିସନ‌୍‌: ଦାମ

ମହିନ୍ଦ୍ରା ସ୍କର୍ପିଓ-ଏନର ପେଟ୍ରୋଲ ଇଞ୍ଜିନ ଅପସନରେ Z8 MT ଭାରିଏଣ୍ର ଦାମ 19.19 ଲକ୍ଷ ଟଙ୍କା ଓ Z8L AT ଭାରିଏଣ୍ଟର ଦାମ 22.31 ଲକ୍ଷ ଟଙ୍କା ରହିଛି । ସେହିପରି ଡିଜେଲ ଇଞ୍ଜିନ ଅପସନରେ 2WD MT ଭାରିଏଣ୍ଟର ଦାମ 19.64 ଲକ୍ଷ ଟଙ୍କା ଥିବାବେଳେ Z8L 4WD AT ଭାରିଏଣ୍ଟର ଦାମ 24.89 ଲକ୍ଷ ଟଙ୍କା ରହିଛି । ସମସ୍ତ ଭାରିଏଣ୍ଟର ଦାମ ନିମ୍ନରେ ଦିଆଯାଇଥିବା ଟେବୁଲରେ ବିସ୍ତୃତ ଭାବରେ ଜାଣନ୍ତୁ:

ଭାରିଏଣ୍ଟପାୱାରଟ୍ରେନ୍ଟ୍ରାନ୍ସମିସନ୍ଇନ୍ଧନ ପ୍ରକାରମୂଲ୍ୟ (ଏକ୍ସ-ଶୋରୁମ୍)
Z82WDମାନୁଆଲ୍ପେଟ୍ରୋଲ୍19,19,400 ଟଙ୍କା
ମାନୁଆଲ୍ଡିଜେଲ୍19,64,700 ଟଙ୍କା
ଅଟୋମେଟିକ୍ପେଟ୍ରୋଲ୍20,69,999 ଟଙ୍କା
ଅଟୋମେଟିକ୍ଡିଜେଲ୍21,18,000 ଟଙ୍କା
4WDମାନୁଆଲ୍ଡିଜେଲ୍21,71,700 ଟଙ୍କା
ଅଟୋମେଟିକ୍ଡିଜେଲ୍23,44,099 ଟଙ୍କା

Z8 L

2WDମାନୁଆଲ୍ପେଟ୍ରୋଲ୍20,89,500 ଟଙ୍କା
ମାନୁଆଲ୍ଡିଜେଲ୍21,29,900 ଟଙ୍କା
ଅଟୋମେଟିକ୍ପେଟ୍ରୋଲ୍22,31,199 ଟଙ୍କା
ଅଟୋମେଟିକ୍ଡିଜେଲ୍22,76,100 ଟଙ୍କା
4WDମାନୁଆଲ୍ଡିଜେଲ୍23,33,100 ଟଙ୍କା
ଅଟୋମେଟିକ୍ଡିଜେଲ୍24,89,099 ଟଙ୍କା

ବ୍ଲାକ୍‌ ଥିମ୍‌ରେ ଦମଦାର ଲୁକ୍‌

ମହିନ୍ଦ୍ରା Scorpio-Nର କାର୍ବନ ଏଡିସନ କେବଳ Z8 ଓ ZBLର 7-ସିଟର୍‌ ଭାରିଏଣ୍ଟ ସହିତ ଉପଲବ୍ଧ । ଏଥିରେ ଏକ ମେଟାଲିକ୍‌ ବ୍ଲାକ୍‌ ଥିମ୍‌ ଦିଆଯାଇଛି, ଯାହାକି ଏହାକୁ ବେଶ ଆକର୍ଷଣୀୟ ଓ ପାୱାରଫୁଲ୍‌ ଲୁକ୍‌ ପ୍ରଦାନ କରିଥାଏ । ଏହି ଏଡିସନ୍‌ରେ ବ୍ଲାକଡ୍‌-ଆଉଟ୍‌ ଆଲଏ ହ୍ବିଲ୍‌, ସ୍ମୋକଡ୍‌ କ୍ରୋମ ଏକ୍ସଟେନ୍ସନ୍‌, ଡାର୍କ ରୁଫ୍‌ ରେଲ୍ସ ଓ କଣ୍ଟ୍ରାଷ୍ଟ ଷ୍ଟିଚିଂ ସହିତ ଲେଦର୍‌ ଫିନିଶ୍‌ ଇଣ୍ଟିରିଅର ସାମିଲ ଯାହାକି ଏହାକୁ ଏକ ପ୍ରିମିୟମ ଓ ଷ୍ଟାଇଲିସ୍‌ ଲୁକ୍‌ ପ୍ରଦାନ କରେ ।

ପାୱାରଫୁଲ୍‌ ଇଞ୍ଜିନ ଓ ଦମଦାର କାର୍ଯ୍ୟଦକ୍ଷତା

ଏହି କାର ଦୁଇଟି ପାୱାରଫୁଲ୍‌ ଇଞ୍ଜିନ ଅପସନ ସହିତ ଉପଲବ୍ଧ- 2.0L ଟର୍ବୋ-ପେଟ୍ରୋଲ ଇଞ୍ଜିନ ଓ 2.2L ଡିଜେଲ ଇଞ୍ଜିନ । 2.0L ଟର୍ବୋ-ପେଟ୍ରୋଲ ଇଞ୍ଜିନ ମାନୁଆଲ୍‌ ଟ୍ରାନ୍ସମିଶନ ସହିତ 200bhp ଓ 370nm ଟର୍କ ଉତ୍ପନ୍ନ କରୁଥିବାବେଳେ ଅଟୋମେଟିକ୍‌ ଗିଅରବକ୍ସ ଲାଗି 200bhp ଶକ୍ତି ଓ 3380nm ଟର୍କ ଉତ୍ପନ୍ନ କରିଥାଏ । ସେହିପରି 2.2 ଲିଟର ଡିଜେଲ ଇଞ୍ଜିନ 172bhp ଓ 370nm ଟର୍କ ଜେନେରେଟ୍‌ କରୁଥିବାବେଳେ ସେପଟେ ଅଟୋମେଟିକ୍‌ ଗିଅରବକ୍ସ ସହିତ 400nm ଟର୍କ ଜେନେରେଟ‌୍‌ କରିଥାଏ ।

Mahindra Scorpio N Carbon Edition
Mahindra Scorpio N Carbon Edition (Image Credit: Mahindra & Mahindra)

ଫିଚର କଣ ରହିଛି ?

ଏହା 8-ଇଞ୍ଚ ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ, 7-ଇଞ୍ଚ ଡିଜିଟାଲ ଡ୍ରାଇଭର ଡିସପ୍ଲେ, 12 Sony ସ୍ପିକର ଅଡିଓ ସିଷ୍ଟମ, ୱେୟାରଲେସ୍‌ ଫୋନ ଚାର୍ଜର, ଭେଣ୍ଟିଲେଟେଡ୍‌ ଫ୍ରଣ୍ଟ ସିଟ୍‌, 6-ୱେ ବିଦ୍ୟୁତ ନିୟନ୍ତ୍ରିତ ଡ୍ରାଇଭର ସିଟ୍‌, ଅଟୋମେଟିକ୍‌ କ୍ଲାଇମେଟ୍‌ କଣ୍ଟ୍ରୋଲ, ସିଙ୍ଗଲ-ପେନ୍‌ ସନରୁଫ୍‌ ରହିଛି । ସେହିପରି ସୁରକ୍ଷା ଫିଚର ଭାବେ ଏଥିରେ 6ଟି ଏୟାରବ୍ୟାଗ୍‌, ଇଲେକ୍ଟ୍ରୋନିକ୍‌ ଷ୍ଟାବିଲିଟି କଣ୍ଟ୍ରୋଲ (ESC), ହିଲ୍‌ କଣ୍ଟ୍ରୋଲ, ଫ୍ରଣ୍ଟ ଓ ରିଅର ପାର୍କିଂ ସେନ୍ସର, ରିଭର୍ସ ପାର୍କିଂ କ୍ୟାମେରା, ଡ୍ରାଇଭର ଅସୁସ୍ଥ ହେଲେ ଏହାକୁ ଚିହ୍ନଟ, ଶିଶୁଙ୍କ ଲାଗି ସ୍ବତନ୍ତ୍ର ସିଟ୍‌, ଟାୟାର ପ୍ରେସର ମନିଟରିଂ ସିଷ୍ଟମ, ହ୍ବିଲରେ ଡିସ୍କ ବ୍ରେକ୍‌ ଆଦି ସାମିଲ ।

ଏହା ବି ପଢନ୍ତୁ
  1. ବ୍ଲାକ ଥିମରେ ବଜାର ପ୍ରବେଶ କଲା ମହିନ୍ଦ୍ରା ସ୍କର୍ପିଓ କ୍ଲାସିକ ବସ୍‌ ଏଡିସନ
  2. ଭାରତରେ Tata Safariର 27ବର୍ଷ ପୂର୍ତ୍ତି; ଲଞ୍ଚ କଲା ଲିମିଟେଡ୍‌ ସ୍ପେଶାଲ ଏଡିସନ କାର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.