ହାଇଦ୍ରାବାଦ: ସାଧାରଣତଃ ଗ୍ରୀଷ୍ମ ଋତୁରେ ଝାଳ ଏବଂ ପାଗ ଯୋଗୁଁ ଆମର ତ୍ବଚା ଏବଂ ଓଠ କମ ଶୁଷ୍କ ଥାଏ । ହେଲେ ଶୀତ ଦିନେ ଏହି ସମସ୍ୟା ସାଧାରଣ ଅଟେ । ଏହି ଋତୁରେ ପାଣି କମ ବ୍ୟବହାର ଯୋଗୁଁ ଆମର ତ୍ବାଚା ଏବଂ ଓଠ ଶୁଖିଲା ପଡ଼ିଯାଏ । ତେବେ ଶୀତଦିନେ ଶୁଷ୍କ ତ୍ବଚାର ଯତ୍ନ ନେବା ପାଇଁ ଲୋକମାନେ ବିଭିନ୍ନ ମଇଶ୍ଚରାଇଜର ବ୍ୟବହାର କରନ୍ତି । ଯଦି ଶୀତ ଦିନେ ଓଠର ଯତ୍ନ ନ ନିଆଯାଏ, ତେବେ ତାହା ଫାଟିିବ ଏବଂ କେତେକ ସମୟରେ ରକ୍ତ ମଧ୍ୟ ବାହାରିବ ।
୫ ମିନିଟରେ ଘରେ ବନାନ୍ତୁ ଲିପ୍ ବାମ୍ :
ବଜାରରେ ମିଳୁଥିବା ଲିପ ବାମ୍ ବେଶ ମହଙ୍ଗା ସହ ବିଭିନ୍ନ ରାସାୟନିକ ପଦାର୍ଥରେ ପରିପୂର୍ଣ୍ଣ । ଯାହା ଆପଣଙ୍କ ତ୍ବଚା କିମ୍ବା ଓଠକୁ କ୍ଷତି ପହଞ୍ଚାଇପାରେ । ତେଣୁ ସଠିକ୍ ଲିପବାମ୍ ବାଛିବା ଆପଣଙ୍କ ପାଇଁ କଷ୍ଟ କର ହୋଇପାରେ । ଏପରି ପରିସ୍ଥିତିରେ ସବୁଠାରୁ ସହଜ ପଦ୍ଧତି ବାଛନ୍ତୁ । ଆପଣ ଘରେ ୫ ମିନିଟରେ ଲିପବାମ୍ ତିଆରି କରନ୍ତୁ । ଯାହା ଆପଣଙ୍କ ଓଠକୁ ସୁନ୍ଦର ଏବଂ କୋମଳ ରଖିବାରେ ସାହାଯ୍ୟ କରିବ । ଆସନ୍ତୁ ଜାଣିବା କିଛି ଘରୋଇ ଲିପବାମ୍ ବିଷୟରେ ।
ବିଟ୍ ରୁଟ୍ ଲିପବାମ୍:
ବିଟ୍ ରୁଟ୍ ରସ ବାହାର କରି ଭଲ ଭାବରେ ଫୁଟାନ୍ତୁ । ତା'ପରେ ସେଥିରେ 'ଭିଟାମିନ ଇ କ୍ୟାପସୁଲ' ଏବଂ ନଡ଼ିଆ ତେଲ ମିଶାନ୍ତୁ । ଭଲ ଭାବରେ ମିଶାଇ ପୁଣି ଫୁଟିବାକୁ ଦିଅନ୍ତୁ । ମିଶ୍ରଣଟି ମୋଟା ହୋଇଗଲେ, ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ । ଥଣ୍ଡା ହେବା ପରେ, ଏକ ଛୋଟ ପାତ୍ରରେ ସଂଗ୍ରହ କରନ୍ତୁ । ଆପଣ ଚାହିଁଲେ ଏହାକୁ ଗାଲରେ ମଧ୍ୟ ବ୍ୟବହାର କରିପାରିବେ ।
ଗୋଲାପ ଲିପବାମ୍ :
ଗୋଲାପ ଫୁଲର ପାଖୁଡ଼ାକୁ ପାଣିରେ ଧୋଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ । ସେଥିରେ ନଡ଼ିଆ ତେଲ, ପେଟ୍ରୋଲିୟମ୍ ଜେଲି ଏବଂ ଭିଟାମିନ୍ ଇ କ୍ୟାପସୁଲ ମିଶାନ୍ତୁ । ଏହି ମିଶ୍ରଣକୁ ୧ ମିନିଟ୍ ପାଇଁ ଭଲ ଭାବରେ ଫୁଟାନ୍ତୁ । ତା’ପରେ ଛାଣି ଦିଅନ୍ତୁ । ଛାଣିବା ପରେ, ବଳକା ମିଶ୍ରଣକୁ ଭଲ ଭାବରେ ଫେଣ୍ଟନ୍ତୁ ।ଏହାପରେ ପ୍ରସ୍ତୁତ ହୋଇଗଲା ଗୋଲାପୀ ଲିପବାମ୍ ପାଇବ। ଏହାକୁ ଏକ ପାତ୍ରରେ ଢାଳି ବ୍ୟବହାର କରିବା ପୂର୍ବରୁ ଫ୍ରିଜରେ ରଖନ୍ତୁ । ଏହା ଓଠକୁ ନରମ କରିବାରେ ସାହାଯ୍ୟ କରିବ ।
ସିଆ ବଟର ଲିପବାମ୍:
ସିଆ ବଟର ଏବଂ ମହମକୁ ଗୋଟିଏ ପାତ୍ରରେ ଗରମ କରି ତରଳାଇ ଦିଅନ୍ତୁ । ଗରମ ହେବା ପରେ କିଛି ବୁନ୍ଦା ସ୍ପେୟାରମିଣ୍ଟ ଏସେନ୍ସିଆଲ୍ ତେଲ ମିଶାନ୍ତୁ । ଏହାକୁ ପାତ୍ରରେ ଢାଳି ଫ୍ରିଜରେ ଥଣ୍ଡା କରନ୍ତୁ । ଥଣ୍ଡା ହେଲା ପରେ ପ୍ରସ୍ତୁତ ହୋଇଗଲା ସିଆ ବଟର ଲିପବାମ୍ । ସିଆ ବଟର ଆପଣଙ୍କ ତ୍ବାଚାରେ ଉଜ୍ଜ୍ୱଳତା ଫେରାଇ ଆଣିବାରେ ସାହାଯ୍ୟ କରିବ ।
(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ କୌଣସି ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ ।)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ