ହାଇଦ୍ରାବାଦ: ସୈଫ ଅଲି ଖାନଙ୍କୁ ଛୁରାମାଡ଼ ମାମଲା । ଘଟଣାରେ ଅଭିଯୁକ୍ତ ଶରିଫୁଲ ଇସଲାମ ଶହଜାଦର ବଢିଲା ରିମାଣ୍ଡ । ଆଉ 5ଦିନ ରିମାଣ୍ଡ ଅବଧି ବଢାଇ ଜାନୁଆରୀ 29 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସୂଚନା ଅନୁସାରେ, ଆଜି (ଜାନୁଆରୀ 24) ଅଭିଯୁକ୍ତର ରିମାଣ୍ଡ ଅବଧି ସରୁଥିଲା । ବର୍ତ୍ତମାନ ପୋଲିସର ଦାବି କ୍ରମେ ମୁମ୍ୱାଇ କୋର୍ଟ ଶରିଫୁଲ ଇସଲାମ ଶାହଜାଦର ପୋଲିସ ହେପାଜତକୁ ବୃଦ୍ଧି କରିଛନ୍ତି ।
Actor Saif Ali Khan attack case | | Accused Mohammad Shariful Islam Shehzad sent to Police custody till 29th January.
— ANI (@ANI) January 24, 2025
Court observed that there is substantial progress in the matter and to investigate other consequential aspects is necessary. The offence is serious and triable…
ବଢିଲା ଅଭିଯୁକ୍ତର ରିମାଣ୍ଡ
କୋର୍ଟ କହିଛନ୍ତି ଯେ ମାମଲାରେ ପର୍ଯ୍ୟାପ୍ତ ଅଗ୍ରଗତି ହୋଇଛି ଏବଂ ଅନ୍ୟାନ୍ୟ ପରିଣାମସ୍ୱରୂପ ଦିଗଗୁଡ଼ିକୁ ଯାଞ୍ଚ କରିବା ଆବଶ୍ୟକ । ଏହି ଅପରାଧଟି ଗମ୍ଭୀର ଏବଂ ସେସନ୍ସ କୋର୍ଟ ଦ୍ୱାରା ବିଚାରଯୋଗ୍ୟ । ଅଭିଯୁକ୍ତଙ୍କ ନିର୍ଦ୍ଦୋଷତା ନିର୍ଣ୍ଣୟ କରିବା ପାଇଁ ମଧ୍ୟ ଏପରି ତଦନ୍ତ ଆବଶ୍ୟକ, ତେଣୁ ସମସ୍ତ ତଥ୍ୟକୁ ବିଚାରକୁ ନେଇ BNSS ଧାରା 35 ଅନୁଯାୟୀ ନୋଟିସ୍ ସମ୍ବନ୍ଧୀୟ ଦାଖଲ କରିବା ପ୍ରଯୁଜ୍ୟ ନୁହେଁ । ରେକର୍ଡରୁ ଏପରି କିଛି ଅନୁମାନ କରାଯାଇ ନାହିଁ ଯେ ଗିରଫଦାରୀ ଅବୈଧ । ଏଣୁ ଅଧିକ ତଦନ୍ତ ପାଇଁ ପୋଲିସ ଅଭିଯୁକ୍ତକୁ ଆଉ 5ଦିନ ପାଇଁ ହେପାଜତକୁ ନେଇଛି ।
ସୈଫଙ୍କୁ କରିଥିଲା ଛୁରାମାଡ଼
ଗତ ସପ୍ତାହ ଜାନୁଆରୀ ୧୬ ତାରିଖରେ ବାନ୍ଦ୍ରା ସ୍ଥିତ ବାସଭବନରେ ସୈପଙ୍କ ଘରେ ପଶି ଛୁରାମାଡ଼ କରିଥିଲା ଅଭିଯୁକ୍ତ । ଅଭିଯୁକ୍ତକୁୁ 3 ଦିନ ପରେ ପୋଲିସ ଗିରଫ କରିଥିଲା । ଯାହା ନାଁ ମହମ୍ମଦ ସରିଫୁଲ ଇସଲାମ ଶାହଜାଦ ଥିବା ବେଳେ ସେ ଜଣେ ବାଂଲାଦେଶୀ ବୋଲି ଚିହ୍ନଟ କରିଥିଲା ପୋଲିସ । ମୁମ୍ବାଇ ପୋଲିସର ଅତି କମରେ 20 ଟି ଟିମ୍ ତାଙ୍କୁ ତିନି ଦିନ ପରେ ଜାନୁଆରୀ 19 ତାରିଖରେ ମୁମ୍ବାଇ ନିକଟସ୍ଥ ଥାନେରୁ ଗିରଫ କରିଥିଲେ । ପୋଲିସ ସୂଚନା ଅନୁସାରେ, ସେ ଗତ ବର୍ଷ ବାଂଲାଦେଶରୁ ବେଆଇନ ଭାବରେ ଭାରତରେ ପ୍ରବେଶ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ଛୁରାମାଡ଼ ମାମଲାରେ ସାମ୍ନାକୁ ଆସିଲା ସତ ! ସୈଫଙ୍କ ବୟାନ ରେକର୍ଡ କଲା ପୋଲିସ
କହିରଖୁଛୁ କି, ଘରେ ଚୋରି କରିବା ଉଦ୍ୟମରେ ପଶି ସୈଫଙ୍କୁ 6ଥର ଛୁରାମାଡ଼ କରିଥିଲା ଅଭିଯୁକ୍ତ । ଯାହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଅଟୋ ସାହାଯ୍ୟରେ ଲୀଲାବତୀ ହସ୍ପଟାଲ ନିଆଯାଇଥିଲା । 5 ଦିନ ହସ୍ପିଟାଲରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ସୈଫ । ପୋଲିସ ସୈଫଙ୍କ ଘରୋଇ କର୍ମଚାରୀଙ୍କ ଠାରୁ ଆରମ୍ଭ କରି କରୀନା କପୁର ସମେତ ଡିସଚାର୍ଜ ପରେ ଅଭିନେତାଙ୍କ ମଧ୍ୟ ବୟାନ ରେକର୍ଡ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ