ETV Bharat / technology

ଅପଡେଟେଡ୍‌ Honda Activa 110 ଲଞ୍ଚ; ମିଳିବ ଏହି ଅତ୍ୟାଧୁନିକ ସୁବିଧା - 2025 HONDA ACTIVA 110 LAUNCHED

ବର୍ଷ 2025 ପାଇଁ ହୋଣ୍ଡା ଆକ୍ଟିଭାର ଅପଡେଟେଡ୍‌ ଭର୍ସନ ଲଞ୍ଚ କରିଛି କମ୍ପାନୀ । ଏହାର ଦାମ କେତେ ଓ କଣ ଅତ୍ୟାଧୁନିକ ସୁବିଧା ମିଳିବ ବିସ୍ତୃତ ଭାବରେ ଜାଣନ୍ତୁ...

2025 Honda Activa 110 launched in India
2025 Honda Activa 110 launched in India (Image Credit- Honda Motorcycle India)
author img

By ETV Bharat Tech Team

Published : Jan 24, 2025, 4:37 PM IST

ହାଇଦ୍ରାବାଦ: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (HMSI) ବର୍ଷ 2025 ଲାଗି ହୋଣ୍ଡା ଆକ୍ଟିଭା 110ର ନୂଆ ଅପଡେଟେଡ୍‌ ଭର୍ସନକୁ ଲଞ୍ଚ କରିଛି । ଏହାକୁ ବିଶେଷ କରି ନିର୍ଗମନ ମାନଦଣ୍ଡକୁ ଧ୍ୟାନରେ ରଖି ଅପଗ୍ରେଡ୍‌ କରାଯାଇଛି । ଏହା ବର୍ତ୍ତମାନ OBD-2B କମ୍ପ୍ଲିଆଣ୍ଟ ସହ ଆସିଥିବା ବେଳେ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କନସୋଲ ସହ ନୂଆ ଫିଚର ମଧ୍ୟ ମିଳୁଛି । ନୂଆ ଭର୍ସନର ଦାମ କେତେ ଜାଣନ୍ତୁ ।

2025 Honda Active: କଣ ନୂଆ

  • ଅପଡେଟ୍‌ ହୋଇଥିବା ଆକ୍ଟିଭାରେ ସମାନ ଡିଜାଇନ ମିଳୁଥିବା ବେଳେ DLX ଭାରିଏଣ୍ଟରେ ଏବେ ଆଲଏ ହ୍ବିଲ୍‌ (ହାଲୁକା ଓଜନର ଧାତୁ ଯେପରି ଆଲୁମିନିୟମ କିମ୍ବା ମ୍ୟାଗ୍ନେସିୟମରେ ତିଆରି ଚକ ଯାହାକି) ମିଳୁଛି ।
  • ପୂର୍ବପରି ଏବେ ଏହା ସମାନ ତିନୋଟି ଭାରିଏଣ୍ଟ STD, DLX ଓ H-Smartରେ ଏହା ଉପଲବ୍ଧ ।
  • ଏଥିରେ ପୂର୍ବପରି 6ଟି କଲର ଅପସନ Pearl Precious White, Decent Blue Metallic, Pearl Igneous Black, Mat Axis Gray Metallic, Rebel Red Metallic ଓ Pearl Siren Blue ସହ ଉପଲବ୍ଧ ।
2025 Honda Activa 110
4.2 ଇଞ୍ଚର TFT ଡିସପ୍ଲେ (Image Credit- Honda Motorcycle India)

'ବିଶ୍ବସନୀୟତା ବଜାୟ ରଖିଛି ଆକ୍ଟିଭା'

HMSIର ସେଲ୍ସ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ ଯୋଗେଶ ମାଥୁର କହିଛନ୍ତି, "ଆକ୍ଟିଭା ସ୍କୁଟରଠାରୁ ବି ଅଧିକ । ଏହା ଭାରତରେ କୋଟି କୋଟି ପରିବାରର ବିଶ୍ବସନୀୟ ସାଥୀ ହୋଇପାରିଛି । ଏହା ନିଜର ଟ୍ୟାଗଲାଇନ ସ୍କୁଟର ବୋଲେ ତୋ ଆକ୍ଟିଭାକୁ ପ୍ରମାଣିତ କରିଛି । ନୂଆ 2025 ଆକ୍ଟିଭା ସ୍କୁଟି 4.2 ଇଞ୍ଚର TFT ଡିସପ୍ଲେ, ବ୍ଲୁଟୁଥ କନେକ୍ଟିଭିଟି, ନାଭିଗେସନ, ଆଇଡଲିଂ ଷ୍ଟପ୍‌ ସିଷ୍ଟମ, USB ଟାଇପ-ସି ଚାର୍ଜିଂ ପୋର୍ଟ ସହ ଆସି ଏହାକୁ ଆହୁରି ସ୍ମାର୍ଟ କରିଛି । ଭାରତର ଲୋକପ୍ରିୟ ସ୍କୁଟର ଭାବେ ଆକ୍ଟିଭା ସର୍ବଦା ସୁବିଧା ଓ ବିଶ୍ବସନୟୀତା ହାସଲ କରିଛି । OBD2B ମଡେଲର ଶୁଭାରମ୍ଭ ସହିତ ଆମେ ଏକ ସ୍ବଚ୍ଛ ଭବିଷ୍ୟତ ଦିଗରେ ଆଗେଇ ଖୁସି ଅଛୁ ।"

2025 Honda Active: ସ୍ପେଶିଫିକେସନ

  • ପୂର୍ବ ମଡେଲ ପରି 2025 ଆକ୍ଟିଭା ସମାନ 109.51cc ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ସହ ଆସିଛି। କିନ୍ତୁ ଏଥିରେ ପରିବେଶ ଅନୁକୂଳ ନିର୍ଗମନ ମାନଦଣ୍ଡ ଭାବେ OBD-2B ସାମିଲ କରାଯାଇଛି । ଯାହାଦ୍ବାରା ସ୍କୁଟରର ଟେଲପାଇପ୍‌ ବାହାରୁଥିବା ଧୂଆଁ ପରିବେଶକୁ ବିଶେଷ ଭାବେ ଦୂଷିତ କରିବ ନାହିଁ ।
  • ଏହାର ପାୱାର ଆଉଟପୁଟ୍‌ ମଧ୍ୟ ସମାନ ରହିଛି । 8000rpmରେ 7.8bhp ଶକ୍ତି ଓ 5500rpmରେ 9.05 ପିକ୍‌ ଟର୍କ ଉତ୍ପନ୍ନ କରିଥାଏ ।
  • ଇନ୍ଧନ ଦକ୍ଷତା ବୃଦ୍ଧି କରିବା ଲାଗି 2025 ଆକ୍ଟିଭାରେ ଆଇଡଲ ଷ୍ଟାର୍ଟ/ଷ୍ଟପ ସିଷ୍ଟମକୁ ସାମିଲ କରାଯାଇଛି ।
2025 Honda Activa 110
2025 Honda Activa 110 (Image Credit- Honda Motorcycle India)

2025 Honda Active: ଫିଚର

ନୂଆ ଆକ୍ଟିଭାର ବଡ଼ ଅପଡେଟ ହେଉଛି ଏଥିରେ 4.2 ଇଞ୍ଚର TFT ଡିସପ୍ଲେ ଦିଆଯାଇଛି, ଯାହାକି ବ୍ଲୁଟୁଥ ସଂଯୋଗ ସହିତ ଚାଲିଥାଏ । ଡ୍ୟାସବୋର୍ଡ Honda RoadSync ଆପ୍‌ ଦ୍ବାରା ଚାଳିତ ଯାହାକି ନାଭିଗେସନ, କଲ୍‌/SMS ଆଲର୍ଟ ଓ ଅନ୍ୟ ସୁବିଧା ପ୍ରଦାନ କରିଥାଏ । ଏହି ସ୍କୁଟରରେ ଆପଣଙ୍କୁ USB ଟାଇପ-ସି ଚାର୍ଜିଂ ପୋର୍ଟ ମିଳିଥାଏ ।

2025 Honda Active: ଦାମ କେତେ ?

2025 ହୋଣ୍ଡା ଆକ୍ଟିଭାର ପ୍ରାରମ୍ଭିକ ମୂଲ୍ୟ ₹80,950 (ଏକ୍ସ-ଶୋ'ରୁମ, ଦିଲ୍ଲୀ) ରହିଛି । ଏହା ବର୍ତ୍ତମାନ ଦେଶର ସାରା HMSI ଡିଲରସିପ୍‌ଙ୍କ ନିକଟରେ ଉପଲବ୍ଧ । ଯଦି ଏହି ସ୍କୁଟି ବଜାରରେ TVS Jupiter, Hero Pleasure Plus ସହିତ ପ୍ରତିଦ୍ବନ୍ଦ୍ବିତା କରିବ ।

ଏହା ବି ପଢନ୍ତୁ
  1. ଲଞ୍ଚ ହେଲା 2025 Suzuki Access 125; କମ୍ପାନୀ ଯୋଡ଼ିଲା ଏହି ନୂଆ ଫିଚର
  2. ଅଟୋ ଏକ୍ସପୋ 2025: ଲଞ୍ଚ ହେଲା Honda Activa-e ଓ QC1 ଇଲେକଟ୍ରିକ ସ୍କୁଟର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.