ବାଲୁକାକଳାରେ ଶିବରାତ୍ରିର ଶୁଭେଚ୍ଛା - ବାଲୁକା ଚିତ୍ରକଳା ମାଧ୍ୟମରେ ଶିବ ରାତ୍ରିର ଶୁଭେଚ୍ଛା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14596573-thumbnail-3x2-fhg.jpg)
ପୁରୀ: ମହାଶିବରାତ୍ରି ଅବସରରେ ବାଲୁକାକଳା ମାଧ୍ୟମରେ ଶିବ ରାତ୍ରିର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସେ ଏହି ବାଲୁକା ଚିତ୍ରକଳା କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଏହି ବାଲୁକା ଚିତ୍ରକଳାରେ 23 ହଜାର 436ଟି ରୁଦ୍ରାକ୍ଷ ବ୍ୟବହାର ହୋଇଛି । ବାଲୁକା ଚିତ୍ରକଳାରେ ପ୍ରଭୁ ଶିବଙ୍କ ପ୍ରତିକୃତି ସମେତ ଶିବ ଲିଙ୍ଗର ପ୍ରତିକୃତି କରିଛନ୍ତି ସୁଦର୍ଶନ । ବିଶ୍ୱରେ ଏବେ ତୃତୀୟ ବିଶ୍ୱଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଶ୍ୱରେ ଶାନ୍ତି କାମନା କରିଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା ଚିତ୍ରକଳାରେ ବିଶ୍ୱ ଶାନ୍ତି ନେଇ ବାର୍ତ୍ତା ରହିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Feb 3, 2023, 8:18 PM IST