ଘନକୁହୁଡି ନେଇ 9 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି - 9 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

🎬 Watch Now: Feature Video

thumbnail

By

Published : Dec 12, 2020, 9:53 PM IST

ଭୁବନେଶ୍ବର: ରାଜ୍ୟରେ ଶୀତ ବଢିବା ସହିତ ଘନ କୁହୁଡି ମଧ୍ୟ ଦେଖାଯାଉଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ଘନ କୁହୁଡି ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ 9ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ରାଜ୍ୟରେ ଶୀତ ଲହରୀ ବଢିବା ସହିତ ଘନ କୁହୁଡି ମଧ୍ୟ ବୃଦ୍ଧି ପାଉଛି । ଘନକୁହୁଡି ଯୋଗୁଁ ଦୃଶ୍ୟମାନ ଶକ୍ତି ହ୍ରାସ ପାଉଥିବାରୁ 9 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ନୟାଗଡ଼, ଖୋର୍ଦ୍ଧା, ବୌଦ୍ଧ, କନ୍ଧମାଳ ଏବଂ ରାୟଗଡା ଜିଲ୍ଲାରେ ଘନ କୁହୁଡି ଲାଗି ରହିବ। ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.